Advertisment

ଅଚାନକ ଛୁଟିରେ ପଳାଇଗଲେ ବିଏମସି କମିଶନର, ରାଜେଶ ପ୍ରଭାକର ପାଟିଲଙ୍କୁ ଦାୟିତ୍ୱ

ସାଧାରଣ ନିର୍ବାଚନ ପୂର୍ବରୁ ଅଚାନକ ଛୁଟିରେ ପଳାଇଗଲେ ଭୁବନେଶ୍ୱର ମହାନଗର ନିଗମ କମିଶନର ବିଜୟ ଅମୃତ କୁଲାଙ୍ଗେ । ତାଙ୍କ ବଦଳରେ ନୂଆ କମିଶନର ଭାବେ ୨୦୦୫ ବ୍ୟାଚ୍ ଆଇଏଏସ୍ ରାଜେଶ ପ୍ରଭାକର ପାଟିଲଙ୍କୁ ଦାୟିତ୍ୱ ନ୍ୟସ୍ତ ହୋଇଛି ।

author-image
Ordigital Desk
ଅଦ୍ୟତନ ହୋଇଛି
Former & Present BMC Commissioner

Former & Present BMC Commissioner

 ସାଧାରଣ ନିର୍ବାଚନ ପୂର୍ବରୁ ଅଚାନକ ଛୁଟିରେ ପଳାଇଗଲେ ଭୁବନେଶ୍ୱର ମହାନଗର ନିଗମ କମିଶନର ବିଜୟ ଅମୃତ କୁଲାଙ୍ଗେ । ତାଙ୍କ ବଦଳରେ ନୂଆ କମିଶନର ଭାବେ ୨୦୦୫ ବ୍ୟାଚ୍ ଆଇଏଏସ୍ ରାଜେଶ ପ୍ରଭାକର ପାଟିଲଙ୍କୁ ଦାୟିତ୍ୱ ନ୍ୟସ୍ତ ହୋଇଛି ।

Advertisment

୨୦୧୩ ବ୍ୟାଚ୍ ଆଇଏଏସ୍ ଶ୍ରୀ କୁଲାଙ୍ଗେ ଗତକାଲି ଅର୍ଥାତ୍ ୨୩ତାରିଖରେ ବିଏମସି ମାସିକ ବୈଠକରେ ଉପସ୍ଥିତ ରହିଥିଲେ । ସବୁକିଛି ଠିକଠାକ୍ ଥିବାବେଳେ ଅଚାନକ ଛୁଟିରେ ପଳାଇବାକୁ ନେଇ ନାନାଦି ଚର୍ଚ୍ଚା ଜୋର ଧରିଛି । ସରକାରଙ୍କ ବିନା ଅନୁମତିରେ ମେୟର ଓ କର୍ପୋରେଟରଙ୍କ ଭତ୍ତା(ସିଟିଂ ଆଲାଉନ୍ସ) ବୃଦ୍ଧି ପାଇଁ ବିଏମସି ବୈଠକରେ ନିଷ୍ପତ୍ତି ନିଆଯିବା ଶ୍ରୀ କୁଲାଙ୍ଗେଙ୍କୁ ମହଙ୍ଗା ପଡ଼ିଛି ବୋଲି ଜଣାପଡ଼ିଛି ।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୨୦୦୫ ବ୍ୟାଚ୍ ଆଇଏଏସ୍ ରାଜେଶ ପ୍ରଭାକର ପାଟିଲଙ୍କୁ ଭୁବନେଶ୍ୱର ମହାନଗର ନିଗମର କମିଶନର ଭାବେ ନିଯୁକ୍ତି ମିଳିଛି । ସେ ଅତିରିକ୍ତ ଭାବେ ସମବାୟ ବିଭାଗର ସଚିବ ଏବଂ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ଦାୟିତ୍ୱ ତୁଲାଇବେ ।

Advertisment

ସେହିପରି ୨୦୧୩ ବ୍ୟାଚ୍ ଆଇଏଏସ୍ ଶ୍ରୀ କୁଲାଙ୍ଗେଙ୍କୁ ରାଜ୍ୟ ସରକାର ଏକମାସ ପାଇଁ ଛୁଟିରେ ଯିବା ନିମନ୍ତେ ଅନୁମତି ପ୍ରଦାନ କରାଯାଇଛି। ଛୁଟିରୁ ଫେରିବା ପରେ ତାଙ୍କୁ ନୂଆ ପଦରେ ନିଯୁକ୍ତି କରାଯିବ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କୁହାଯାଇଛି। 

ତେବେ ଗତକାଲି ଭୁବନେଶ୍ୱର ମହାନଗର ନିଗମର ମାସିକ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ହିଁ ଶ୍ରୀ କୁଲାଙ୍ଗେଙ୍କୁ ମହଙ୍ଗା ପଡ଼ିଛି । ତୃତୀୟ ମହଲାରୁ କଡ଼ା ତାଗିଦ୍ ଓ ବିରକ୍ତି ଯୋଗୁ ଶ୍ରୀ କୁଲାଙ୍ଗେ ନିଜକୁ ଅସମ୍ମାନିତ ମନେ କରି ଏକ ମାସ ଛୁଟିରେ ପଳାଇଥିବା ଚର୍ଚ୍ଚା ହେଉଛି ।

ଗତକାଲି ବିଏମସି ମାସିକ ବୈଠକରେ ମେୟର, ଡେପୁଟି ମେୟର ଓ କର୍ପୋରେଟରମାନେ ଉପସ୍ଥିତ ଥିଲେ । ଏହି ବୈଠକରେ ଶ୍ରୀ କୁଲାଙ୍ଗେ ମଧ୍ୟ ଉପସ୍ଥିତ ଥିଲେ । ବୈଠକରେ ମେୟରଙ୍କୁ ସିଟିଂ ଆଲାଉନ୍ସ ୫୦ହଜାର ଟଙ୍କା, ଡେପୁଟି ମେୟରଙ୍କ ୨୫ହଜାର ଟଙ୍କା ଓ କର୍ପୋରେଟରମାନଙ୍କର ସିଟିଂ ଆଲାଉନ୍ସ ୧୦ହଜାର ଟଙ୍କା ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି । ଏହି ସମସ୍ତ ଅର୍ଥ ବିଏମସି ପାଣ୍ଠିରୁ ଭରଣା କରାଯିବ ବୋଲି ଶ୍ରୀ କୁଲାଙ୍ଗେ ଗଣମାଧ୍ୟମକୁ କହିଥିଲେ ।

ମାତ୍ର ସନ୍ଧ୍ୟାରେ ଏହି ନିଷ୍ପତ୍ତିକୁ ରଦ୍ଦ କରାଯିବା ସହ ଏଥିପାଇଁ ସରକାରଙ୍କ ଅନୁମତି ଜରୁରୀ ବୋଲି ଶ୍ରୀ କୁଲାଙ୍ଗେ ଗଣମାଧ୍ୟମକୁ ସଫେଇ ଦେଇଥିଲେ । ଏହାସହିତ ଗତକାଲି ସନ୍ଧ୍ୟାରେ ହିଁ ଶ୍ରୀ କୁଲାଙ୍ଗେଙ୍କୁ ଏକମାସ ଛୁଟିରେ ଯିବା ପାଇଁ ସରକାର ଅନୁମତି ଦେଇ ତାଙ୍କ ସ୍ଥାନରେ ଶ୍ରୀ ପାଟିଲଙ୍କୁ ବିଏମସି କମିଶନର ଦାୟିତ୍ୱ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।

ସୂଚନାଯୋଗ୍ୟ, ଶ୍ରୀ କୁଲାଙ୍ଗେ ଗଞ୍ଜାମ ଜିଲ୍ଲାପାଳ ଭାବେ ତୃତୀୟ ମହଲାର ଫେଭରାଇଟ୍ ଅଫିସର ଥିଲେ ଓ ସେଠାରୁ ତାଙ୍କୁ ବିଏମସି କମିଶନର ଭାବେ ବଦଳି କରାଯାଇଥିଲା ।

Bhubaneswar BMC Commissioner