Advertisment

ଘର ପୋଡ଼ି ମାମଲାରେ ଗିରଫ ହୋଇଥିଲେ, ଦେଢ଼ ବର୍ଷ ପରେ ଜେଲରୁ ମୁକୁଳିଲେ

ଆଜାଦି କା ଅମୃତ ମହୋତ୍ସବ ସମଗ୍ର ଦେଶ ପାଳନ ହେଉଥିବା ବେଳେ ସରକାରଙ୍କ ନିର୍ଦ୍ଦେଶରେ ରାମ ସିଂ ଜେଲ୍‌ରୁ ମୁକ୍ତି ପାଇଛନ୍ତି। ସରକାରୀ ନିୟମ ଅନୁସାରେ ୬୦ ବର୍ଷ ବୟସ ହୋଇଥିବା ବେଳେ ରାମ ସ୍ଵାଭବ ମଧ୍ୟ ବେଶ ଉତ୍ତମ ରହିଥିଲା।

author-image
Manoranjan Sial
Ram Singh

Baripada

ଦେଢ଼ ବର୍ଷ ଧରି ଜେଲ୍‌ରେ ରହିଥିଲେ ରାମ ସିଂ। ଆଜି ସେ ଜେଲ୍‌ରୁ ଖଲାସ ହେଲେ। ଆଜାଦିକା ଅମୃତ ମହୋତ୍ସବ ଅବସରରେ ଆଜି ତାଙ୍କୁ ବାରିପଦା ମଣ୍ଡଳ କାରାଗାରରରୁ ମୁକ୍ତି କରାଯାଇଛି।

Advertisment

ରାମ ସିଂଙ୍କ ଘର ବାରିପଦା ସହର ଉପକଣ୍ଠ ତକତପୁର ଅଞ୍ଚଳରେ। ନିଜ ଘର ପୋଡ଼ି ଅଭିଯୋଗରେ ସେ ଗିରଫ ହୋଇ ଦୋଷୀ ସାବ୍ୟସ୍ତ ହୋଇଥିଲେ। ୩ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା। ରାମ ସିଂ ଆଜି ଜେଲରୁ ଖଲାସ ହେବାପରେ ଘରକୁ ଯାଇ ନିଜ ପୁଅ ଓ ଝିଅଙ୍କୁ ଭେଟିବେ ବୋଲି କହିଛନ୍ତି।

ଜେଲ୍‌ରୁ ବାହାରିବା ପରେ ରାମ ସିଂ କହିଛନ୍ତି, ଜେଲ୍‌ରେ କିଛି ଅସୁବିଧା ହୋଇନି। ଖାଇବା ପିଇବାରେ କୌଣସି ସମସ୍ୟା ହୋଇନି। ଘରଠାରୁ ଜେଲ୍‌ରେ ଅଧିକ ଶାନ୍ତି ଲାଗେ। ନିଜ ଘରକୁ ପୋଡ଼ିଦେଇଥିବା ଅଭିଯୋଗରେ ଗିରଫ ହୋଇ ଜେଲ୍‌ ଯାଇଥିଲି ବୋଲି ରାମ କହିଛନ୍ତି।

Advertisment

ଆଜାଦି କା ଅମୃତ ମହୋତ୍ସବ ସମଗ୍ର ଦେଶ ପାଳନ ହେଉଥିବା ବେଳେ ସରକାରଙ୍କ ନିର୍ଦ୍ଦେଶରେ ରାମ ସିଂ ଜେଲ୍‌ରୁ ମୁକ୍ତି ପାଇଛନ୍ତି। ସରକାରୀ ନିୟମ ଅନୁସାରେ ୬୦ ବର୍ଷ ବୟସ ହୋଇଥିବା ବେଳେ ରାମ ସ୍ଵାଭବ ମଧ୍ୟ ବେଶ ଉତ୍ତମ ରହିଥିଲା। ଏ ନେଇ ଜେଲ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଥିଲେ। ଏହା ପରେ ଆଜି ସ୍ଵାଧୀନତା ଦିବସ ଅବସରରେ ତାଙ୍କୁ ଜେଲରୁ ମୁକ୍ତି କରାଯାଇଛି। ସକାଳୁ ଜେଲର ସମସ୍ତ କର୍ମଚାରୀ ରାମଚନ୍ଦ୍ରଙ୍କୁ ଫୁଲ ମାଳ ଦେବା ସହ ଜେଲ ଉନ୍ନୟନ ପାଣ୍ଠିରୁ କିଛି ଆର୍ଥିକ ସହାୟତା ମଧ୍ୟ ଦେଇଛନ୍ତି।

ରିପୋର୍ଟ- ବାରିପଦାରୁ ମାଣିକଲାଲ ପାଣି

Baripada