Advertisment

ଆଇନ ମନ୍ତ୍ରୀଙ୍କୁ ଭେଟି ନ୍ୟାୟ ମାଗିଲେ ରାଣୀ ପ୍ରିୟଦର୍ଶିନୀ

ବିପଦପୂର୍ଣ୍ଣ ଗାଡି ଚାଳନା ପାଇଁ ଘରକୁ ଯାଇ ସ୍କୁଟି ସିଜ୍ କରିଥିଲା ପରିବହନ ବିଭାଗ। ନୋଟିସ କିମ୍ବା ଇ-ଚାଲାଣ ନକରି ହଠାତ ଚଢ଼ାଉ ଦ୍ୱାରା ସମ୍ମାନ ହାନୀ ହୋଇଥିବା ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ।

Rani Priyadarshini meets Law Minister

Rani Priyadarshini meets Law Minister

Advertisment

ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଭେଟିଲେ ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀ। ତାଙ୍କ ପ୍ରତି ହୋଇଥିବା ଅନ୍ୟାୟର ପ୍ରତିବାଦ କରି ଆଇନ୍ ମନ୍ତ୍ରୀଙ୍କୁ ନ୍ୟାୟ ଭିକ୍ଷା କଲେ। ଗତ ତିନିଦିନ ତଳେ ପରିବହନ ବିଭାଗ ଓ କମିଶନରେଟ ପୁଲିସ ତାଙ୍କ ଘରକୁ ଯାଇ ତାଙ୍କ ସ୍କୁଟି ସିଜ୍ କରିଥିଲେ। ସେ ବିପଦପୂର୍ଣ୍ଣ ଭାବେ ଗାଡି ଚାଳନା କରି ଆଇନ ଉଲ୍ଲଙ୍ଘନ କରିଥିଲେ ବୋଲି ଅଭିଯୋଗ ଥିଲା।

Advertisment

ତେବେ ନିଜ ବିରୋଧରେ ହୋଇଥିବା ଅଭିଯୋଗକୁ ସ୍ୱୀକାର କରିଛନ୍ତି ରାଣୀ। ତାଙ୍କ ଉପରେ ଲାଗିଥିବା ୬ ହଜାର ଟଙ୍କା ଜରିମାନା ଦେଇ ସେ ନିଜ ଗାଡ଼ି ମୁକୁଳାଇଛନ୍ତି। ହେଲେ ନୋଟିସ କିମ୍ବା ଇ-ଚାଲାଣ ନକରି ହଠାତ ଏଭଳି ଚଢ଼ାଉ କରିବା ଦ୍ୱାରା ତାଙ୍କର ସମ୍ମାନ ହାନୀ ହୋଇଥିବା ଅଭିଯୋଗ କରିଛନ୍ତି ଅଭିନେତ୍ରୀ। ତେଣୁ ପରିବହନ ବିଭାଗ ଯେଉଁ ଆଇନ ଉଲ୍ଲଂଘନ କରିଛନ୍ତି ସେଥିରେ ସୁଧାର ଆଣିବା ପାଇଁ ଆଇନ ମନ୍ତ୍ରୀଙ୍କୁ ଜଣାଇଛନ୍ତି।

Prithviraj Harichandan Law Minister Rani Priyadarshini
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe