Advertisment

ନାବାଳିକା ଦୁଷ୍କର୍ମକାରୀକୁ ଜେଲ୍‌ ଓ ଜରିମାନା

୨୦୧୭ ମସିହା ଅଗଷ୍ଟ ମାସରେ କଟକ ଜିଲ୍ଲା ଚାଉଳିଆଗଞ୍ଜ ଥାନାରେ ନାବାଳିକା ଦୁଷ୍କର୍ମ ନେଇ ଏତଲା ଦିଆଯାଇଥିଲା। ଅଭିଯୁକ୍ତ ଗୁଡୁ ସାହୁ ଯୁକ୍ତ ଦୁଇରେ ପଢ଼ୁଥିବା ନାବାଳିକାକୁ ଅପହରଣ କରି କାକଟପୁର ଅଞ୍ଚଳକୁ ନେଇ ଦୁଷ୍କର୍ମ କରିଥିବା ନେଇ ଏତଲାରେ ଦର୍ଶାଯାଇଥିଲା।

author-image
Manoranjan Sial
Judgment

Judgment

ନାବାଳିକା ଦୁଷ୍କର୍ମକାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଲେ କଟକ ସ୍ୱତନ୍ତ୍ର ପୋକ୍ସୋ ଫାଷ୍ଟ ଟ୍ରାକ ଆଡାହାକ କୋର୍ଟ। ଏଥିସହ ୨୦ ହଜାର ଟଙ୍କାର ଜରିମାନା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୬ ମାସ କାରାଦଣ୍ଡାଦେଶ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment

୨୦୧୭ ମସିହା ଅଗଷ୍ଟ ମାସରେ କଟକ ଜିଲ୍ଲା ଚାଉଳିଆଗଞ୍ଜ ଥାନାରେ ନାବାଳିକା ଦୁଷ୍କର୍ମ ନେଇ ଏତଲା ଦିଆଯାଇଥିଲା। ଅଭିଯୁକ୍ତ ଗୁଡୁ ସାହୁ ଯୁକ୍ତ ଦୁଇରେ ପଢ଼ୁଥିବା ନାବାଳିକାକୁ ଅପହରଣ କରି କାକଟପୁର ଅଞ୍ଚଳକୁ ନେଇ ଦୁଷ୍କର୍ମ କରିଥିବା ନେଇ ଏତଲାରେ ଦର୍ଶାଯାଇଥିଲା। କମିଶରେଟ୍‌ ପୁଲିସ ଅଭିଯୋଗକୁ ଭିତ୍ତିକରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଆଜି ଏହି ମାମଲାରେ ରାୟ ପ୍ରକାଶ ପାଇଛି। ୯ ଜଣ ସାକ୍ଷୀ ଓ ୧୧ଟି ଡକ୍ୟୁମେଣ୍ଟ ଆଧାରରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ପୀଡ଼ିତା ନାବାଳିକାକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Advertisment
Cuttack