Advertisment

ମେଡିକାଲରେ ମୂଷା ଉପଦ୍ରବ; ରୋଗୀ କଲବଲ

ମେଡିକାଲରେ ରୋଗୀଙ୍କ ବେଡକୁ ଆସି ମୂଷା କାମୁଡୁଥିବା ଅଭିଯୋଗ ହୋଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Rat oppression

Rat oppression

କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଉପଦ୍ରବ କରୁଛନ୍ତି ମୂଷା। କେତେବେଳେ ପ୍ରସୂତି ୱାର୍ଡରେ ମୂଷା ବୁଲୁଛନ୍ତି ତ ଆଉ କେତେବେଳେ ହସ୍ପିଟାଲରେ ରୋଗୀ ରହୁଥିବା ୱାର୍ଡରେ ମାଳମାଳ ମୂଷା ଦେଖିବାକୁ ମିଳୁଛି।

Advertisment

ଏପରିକି ରୋଗୀଙ୍କ ବେଡକୁ ଆସି ମୂଷା କାମୁଡୁଥିବା ଅଭିଯୋଗ ହୋଇଛି। ଫଳରେ ରୋଗୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିସହ ମୂଷାମାନେ ଡାକ୍ତରଖାନେରେ ବିଭିନ୍ନ ଜିନିଷପତ୍ର କାଟି ନଷ୍ଟ କରି ଦେଉଛନ୍ତି। ମୂଷାଙ୍କ ଦାଉରୁ ରକ୍ଷା ଲାଗି ମେଡିକାଲ କର୍ତ୍ତୃପକ୍ଷ ଅଭିନବ ଯୋଜନା ଆରମ୍ଭ କରିଛନ୍ତି। ମୂଷାକୁ ଧରିବା ଲାଗି ହସ୍ପିଟାଲରେ ଯନ୍ତା ବସାଯିବା ସହ ସ୍ୱତନ୍ତ୍ର ଅଠା ବ୍ୟବହାର କରାଯାଉଛି।

ମେଡିକାଲ କଲେଜ ପରିସର ଅପରିଷ୍କାର ରହୁଥିବାରୁ ଏଭଳି ସମସ୍ୟା ଦେଖାଦେଉଛି ବୋଲି ବୁଦ୍ଧିଜୀବୀ କହିଛନ୍ତି। ଅନ୍ୟପଟେ ଆଗକୁ ଉଚିତ ପଦକ୍ଷେପ ନିଆଯିବ ବୋଲି ମେଡିକାଲ କଲେଜ ସୁପରିଣ୍ଟେଣ୍ଡେଟ୍ କହିଛନ୍ତି।

Advertisment

କୋରାପୁଟ୍ ମେଡିକାଲ ସୁପରିନଟେଣ୍ଡେଣ୍ଟ, ସୁଶାନ୍ତ କୁମାର ସାହୁ କହିଛନ୍ତି,ମୂଷା ଉପଦ୍ରବ ନେଇ ପିଡ୍ଲ୍ୟୁଡିକୁ ଲେଖିକି ଦେଇଛୁ। ଏଥିସହ ଆମେ ମୂଷା ଗାତ ବନ୍ଦ କରିବା ସହ ମୂଷା ମାରିବା ଔଷଧ ଓ ଯନ୍ତା ବସାଯାଉଛି।

Koraput