ଓଡ଼ିଶା ସହ ଥିଲା ନିବିଡ଼ ସମ୍ପର୍କ, ଆସିଥିଲେ ଏକାଧିକ ଥର

ଓଡିଶାର ଶିଳ୍ପ, ଅର୍ଥନୈତିକ ପ୍ରଗତି, ସମାଜସେବା କ୍ଷେତ୍ରରେ ରତନ ଟାଟାଙ୍କର ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା ଓ ଅତୁଳନୀୟ ଅବଦାନ ।

ରତନ ଟାଟା।

  • Published: Thursday, 10 October 2024
  • , Updated: 10 October 2024, 01:23 PM IST

ଓଡ଼ିଶା ଓ ରତନ ଟାଟାଙ୍କ ମଧ୍ୟରେ ସମ୍ପର୍କ ଥିଲା ଅତି ନିବିଡ଼ । ଓଡିଶାର ଶିଳ୍ପ, ଅର୍ଥନୈତିକ ପ୍ରଗତି, ସମାଜସେବା କ୍ଷେତ୍ରରେ ରତନ ଟାଟାଙ୍କର ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା ଓ ଅତୁଳନୀୟ ଅବଦାନ ।

ଓଡ଼ିଶାର ଯାଜପୁରର କଳିଙ୍ଗନଗର ଇସ୍ପାତ କାରଖାନା, ଗୋପାଳପୁରରେ ପ୍ରତିଷ୍ଠା ହୋଇଛି ଟାଟା ପ୍ରକଳ୍ପ । ଏହି ପ୍ରୋଜେକ୍ଟ ପାଇଁ ଏକାଧିକ ଥର ଓଡ଼ିଶା ଆସିଛନ୍ତି ରତନ ଟାଟା ।

୧୯୯୫ରେ ଗୋପାଳପୁର ଷ୍ଟିଲ୍ ପ୍ରକଳ୍ପ ପାଇଁ ଓଡ଼ିଶା ଆସିଥିଲେ ରତନ ଟାଟା । ପ୍ରକଳ୍ପ ଶିଳାନ୍ୟାସ କରିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓ । ୨୦୧୮ରେ ଗଞ୍ଜାମ ଜାଗା ମିଶନ ପ୍ରକଳ୍ପ ସହ ସେ ପ୍ରତ୍ୟକ୍ଷ ଭାବେ ସଂପୃକ୍ତ ଥିଲେ । 

ଓଡ଼ିଶାରେ ବସ୍ତି ବାସିନ୍ଦାମାନଙ୍କୁ ଘର ଯୋଗାଇ ଦେବା କ୍ଷେତ୍ରରେ ଟାଟା ଓ  ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ‘ଜାଗା ମିଶନ’ ପ୍ରକଳ୍ପ ଆରମ୍ଭ ହୋଇଥିଲା। ଯାହାକି ସେତେବେଳେ ବସ୍ତି ବାସିନ୍ଦାଙ୍କ ପାଇଁ ବିଶ୍ୱର ସବୁଠୁ ବଡ଼ ପ୍ରକଳ୍ପର ମାନ୍ୟତା ପାଇଥିଲା।

ସେହିଭଳି ରାଜ୍ୟ ବିଭିନ୍ନ ଦୁର୍ବିପାକର ସମ୍ମୁଖୀନ ହେଉଥିବା ବେଳେ ଟାଟା ଗ୍ରୁପ୍ ଓ ରତନ ଟାଟାଙ୍କ ଅବଦାନ ଅତୁଳନୀୟ ଥିଲା। ଟାଟା ଗ୍ରୁପର ଏକାଧିକ କମ୍ପାନୀ ଓଡିଶାରେ ପ୍ରତିଷ୍ଠା ହେବା ସହ ଶିକ୍ଷା, ସ୍ୱାସ୍ଥ୍ୟ, ସ୍କିଲ ଡେଭଲପମେଣ୍ଟ କ୍ଷେତ୍ରରେ ନିରବଚ୍ଛିନ ଭାବେ କାର୍ଯ୍ୟ ଜାରି ରଖିଛନ୍ତି।

Related story