Advertisment

ତିନି ମାସ ହେଲା ଚାଉଳ ମିଳିନି, ଡିଲରକୁ ଘେରିଲେ ହିତାଧିକାରୀ

ହେଲେ ଦୁଃଖର ବିଷୟ ଡିଲର ଅଖିଳ ବେହେରା ସବୁ ହିତାଧିକାରୀଙ୍କୁ ରାସନ ଚାଉଳ ଦେଉନାହାନ୍ତି। ଚାଉଳ ମାଗିବାକୁ ଗଲେ ଆଜି କାଲିର ବାହାନା କରୁଛନ୍ତି। ଆଉ ବେଳେବେଳେ ବେଆଇନ ଭାବେ ଟୋକନ ଧରାଇ ଦେଉଛି ଡିଲର। ସେ କେବଳ ନିଜର ପରିଚିତ ଲୋକଙ୍କୁ ଚାଉଳ ଦେଉଥିବା ଅଭିଯୋଗ ହେଛ।

ଅଦ୍ୟତନ ହୋଇଛି
jajpur

jajpur

Advertisment

ତିନି ମାସ ଧରି ମିଳିନି ଚାଉଳ। ହିତାଧିକାରୀ ମାଗିଲେ ଆଜି କାଲି କହୁଛନ୍ତି। ଏମିତି ତିନି ମାସ ବିତିଗଲାଣି। ହେଲେ ନିରାଶ ହୋଇ ମଙ୍ଗଳବାର ଡିଲରଙ୍କୁ ଦୀର୍ଘସମୟ ଧରି ଘେରାଉ କରିଥିଲେ ହିତାଧିକାରୀ। ଏନେଇ ଅଭିଯୋଗ ହେବାପରେ ଯାଜପୁର ଜିଲ୍ଲା ଯୋଗାଣ ଅଧିକାରୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ୍ ଅନ୍ତର୍ଗତ ସିଂହପୁର ପଞ୍ଚାୟତ ୮,୯,୧୦ ୱାର୍ଡ। ୫୦୦ ଲୋକ ବାସକରନ୍ତି। ସେଥିରୁ ୨୦୦ରୁ ଅଧିକ ରାସନକାର୍ଡ ହିତାଧିକାରୀ। ହେଲେ ଦୁଃଖର ବିଷୟ ଡିଲର ଅଖିଳ ବେହେରା ସବୁ ହିତାଧିକାରୀଙ୍କୁ ରାସନ ଚାଉଳ ଦେଉନାହାନ୍ତି। ଚାଉଳ ମାଗିବାକୁ ଗଲେ ଆଜି କାଲିର ବାହାନା କରୁଛନ୍ତି। ଆଉ ବେଳେବେଳେ ବେଆଇନ ଭାବେ ଟୋକନ ଧରାଇ ଦେଉଛି ଡିଲର। ସେ କେବଳ ନିଜର ପରିଚିତ ଲୋକଙ୍କୁ ଚାଉଳ ଦେଉଥିବା ଅଭିଯୋଗ ହେଛ।

ଗତ ସେପ୍ଟେମ୍ୱର ମାସରୁ ଆଜିପର୍ଯ୍ୟନ୍ତ ହିତାଧିକାରୀ ମାନେ ଚାଉଳ ପାଇନାହାନ୍ତି। ଏହାକୁ ନେଇ ହିତାଧିକାରୀ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ମଙ୍ଗଳବାର ଦିନ ହିତାଧିରୀ ଡିଲରଙ୍କୁ ଘେରିଥିଲେ। ଚାଉଳ ଦେବାକୁ ଦାବି କରିଥିଲେ। ହେଲଷ ଡିଲର ମହାଶୟ ଚାଉଳ ଦେବା ପରିବର୍ତ୍ତେ ଧମକ ଚମକ ଦେଉଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି।

Advertisment

ଗାଁର ହିତାଧିକାରୀ ପ୍ରଭାସିନି ବେହେରା କହିଛନ୍ତି, ଡିଲର ବସ୍ତା ବସ୍ତା ଚାଉଲ ବାହାରେ ବିକିଦେଉଛନ୍ତି। ହେଲେ ଆମକୁ ଦେଉନି। ଆମ ଘରେ ଚାଉଳ ନାହିଁ। ଚାଉଳ ମାଗିଲେ ଡିଲର ମନା କରୁଛି। ଆମେ ଗରିବ ଲୋକ ପରିବାର କେମିତି ଚଳିବ ବୋଲି ପ୍ରଭାସିନି କହିଛନ୍ତି।

ଅନ୍ୟ ଜଣେ ହିତାଧିକାରୀ ପ୍ରଶାନ୍ତ କୁମାର ପାଣ୍ଡବ କହିଛନ୍ତି, ଡିଲର ଅଖିଳ ବେହେରା ସେପ୍ଟେମ୍ୱର ମାସରୁ ଟୋକନ୍ ଦେଇଛନ୍ତି। ତିନିମାସର ୧୦୫ କେଜି ଚାଉଳ ପାଇବି। ହେଲେ ଆଜି ପର୍ଯ୍ୟନ୍ତ ଚାଉଳ ଦେଉନି ଡିଲର। ଚାଉଳ ମାଗିଲେ ଖରାପ ଭାଷାରେ ଗାଳି ଗୁଲଜ କରୁଛନ୍ତି ବୋଲି ପାଣ୍ଡବ କହିଛନ୍ତି।

ଅନ୍ୟପଟେ ଏହି ଘଟଣା ଜଣା ପଡିବାପରେ ବିଝାଂରପୁର ବ୍ଲକ ଯୋଗାଣ ଅଧିକାରୀ ଘଟରାର ତଦନ୍ତ କରୁଛନ୍ତି। ଯଦି କୌଣସି ତ୍ରୁଟି ଥିବ, ତାହାହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଯାଜପୁର ଉପଜିଲ୍ଲାପାଳ କହିଛନ୍ତି।

ରିପୋର୍ଟ- ଯାଜପୁରରୁ ସଂଜୀବ ନାୟକ

News In Odia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe