/odisha-reporter/media/post_attachments/uploadimage/library/16_9/16_9_0/IMAGE_1733646023.jpg)
Puri Temple
ଆସନ୍ତା ୧୬ ତାରିଖରୁ ରତ୍ନଭଣ୍ଡାର ମରାମତି ପାଇଁ ଆପାତତଃ ଦିନ ଧାର୍ଯ୍ୟ କରିଛି ଏଏସ୍ଆଇ। ଏନେଇ ସୂଚନା ଦେଇଛନ୍ତି ଏଏସ୍ଆଇ ଅଧୀକ୍ଷକ ଡି.ବି. ଗଡ଼ନାୟକ।
ସେ କହିଛନ୍ତି ଯେ ଏକ ଧାର୍ଯ୍ୟ ସମୟ ମିଳିଲା ପରେ ଆସନ୍ତା ୧୬ ତାରିଖରୁ କାମ ଆରମ୍ଭ କରିବା ପାଇଁ ଆପାତତଃ ନିଷ୍ପତ୍ତି ହୋଇଛି। ରତ୍ନଭଣ୍ଡାର ମରାମତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁମତି ମିଳିଯାଇଛି। କିନ୍ତୁ ନୀତି ସବ୍କମିଟିରୁ କିଛି ନିଷ୍ପତ୍ତି ଆସିନି। ନୀତି ସବ୍କମିଟିର ବୈଠକ ହେବ। ଆସନ୍ତାକାଲି କିମ୍ବା ମଙ୍ଗଳବାର ସେମାନଙ୍କର ବୈଠକ ବସିବାର ଅଛି। ସେହି ବୈଠକରେ ଆମ ପାଇଁ ଏକ ସମୟ ସେମାନେ ଦେବେ। ତା’ପରେ ଆମେ କାର୍ଯ୍ୟ ଆରମ୍ଭ କରିବୁ। ଆମେ ୧୬ ତାରିଖରୁ କାମ ଆରମ୍ଭ କରିବାକୁ ପ୍ରସ୍ତୁତ ଅଛୁ।
ଏଏସ୍ଆଇ ଅଧୀକ୍ଷକ ଶ୍ରୀ ଗଡ଼ନାୟକ କହିଛନ୍ତି ଯେ ରତ୍ନଭଣ୍ଡାର ମରାମତି ପାଇଁ ଏଏସ୍ଆଇକୁ ପ୍ରତିଦିନ ସର୍ବନିମ୍ନ ୫ରୁ୬ ଘଣ୍ଟା ଆବଶ୍ୟକ। ପ୍ରତିଦିନ ୫ରୁ ୬ ଘଣ୍ଟା ମିଳିଲେ ଆମେ ଯେତେ ଶୀଘ୍ର ଏହାକୁ ଶେଷ କରିବାକୁ ଚେଷ୍ଟା କରିବୁ। ପ୍ରଥମେ ଭିତର ରତ୍ନଭଣ୍ଡାରର ମରାମତି କରାଯିବ। ପରେ ବାହାର ରତ୍ନଭଣ୍ଡାରର ମରାମତି କରାଯିବ। ଆବଶ୍ୟକ ସ୍ଥଳେ ପଥରଗୁଡ଼ିକୁ ବଦଳାଯିବ। ଡିପ୍ଲାଷ୍ଟର କଲା ପରେ କେତେ କାମ ଆବଶ୍ୟକ ଓ କ’ଣ କ’ଣ ଆବଶ୍ୟକ ହେବ, ତାହା ସ୍ପଷ୍ଟ ହେବ। ତେଣୁ ବର୍ତ୍ତମାନଠାରୁ କହି ହେବନି କେତେ ଦିନରେ କାମ ସରିବ।
ଗତ ସେପ୍ଟମ୍ବର ୨୧ ଓ ୨୨ ଦୁଇଦିନ ଧରି ହାଇଦ୍ରାବାଦସ୍ଥିତ ନ୍ୟାସନାଲ ଜିଓଫିଜିକାଲ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ରତ୍ନଭଣ୍ଡାରର ଜିପିଆର ସର୍ଭେ ହୋଇଥିଲା। ଏଏସ୍ଆଇ ପକ୍ଷରୁ ଏହି ସଂସ୍ଥାକୁ ଜିପିଆର ସର୍ଭେ ଦାୟିତ୍ୱ ଦିଆଯାଇଥିଲା। ଦୁଇ ମାସ ପରେ ଗତ ନଭେମ୍ବର ମାସରେ ସର୍ଭେ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହୋଇଥିଲା। ଏହି ରିପୋର୍ଟରେ ରତ୍ନଭଣ୍ଡାରରେ ଗୁପ୍ତ ସୁଡ଼ଙ୍ଗ କି ଅଧିକ କୋଠରୀ ନଥିବା ସ୍ପଷ୍ଟ କରାଯାଇଥିଲା। ଏହା ପରେ ରତ୍ନଭଣ୍ଡାରର ମରାମତି କାମ ପାଇଁ ବାଟ ଖୋଲିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
