Advertisment

‘ଭିତର ରତ୍ନଭଣ୍ଡାରରେ ସୁଡ଼ଙ୍ଗ ଅଛି କି ନାହିଁ ଲେଜର ସ୍କାନିଂ ପରେ ଜଣାପଡ଼ିବ’

କେଉଁ କାଳରୁ କେବେ ରତ୍ନ ଭଣ୍ଡାର ମରାମତି ହୋଇଥିଲା, କେହି ଜାଣନ୍ତିନି । ୧୯୭୧ରୁ ଏଏସ୍‌ଆଇ ଦାୟିତ୍ୱ ନେବା ପରେ ଆଦୌ ମରାମତି ହୋଇ ନାହିଁ।

ଅଦ୍ୟତନ ହୋଇଛି
Gajapati

Gajapati

Advertisment

ପୂର୍ବ ନିର୍ଦ୍ଧାରିତ ଶୁଭ ମୁହୂର୍ତ୍ତରେ ଆଜି ଖୋଲାଯାଇଛି ଭିତର ରତ୍ନଭଣ୍ଡାର। ରତ୍ନ ଭଣ୍ଡାରର ତଦାରଖ କମିଟି ଅଧ୍ୟକ୍ଷ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ୧୧ ଜଣିଆ ଅଧିକୃତ ଟିମ୍ ଭିତର ରତ୍ନଭଣ୍ଡାର ଭିତରକୁ ଯାଇଛନ୍ତି। ଏଥିସହ ଗଜପତି ମହାରାଜ ମଧ୍ୟ ଭିତର ରତ୍ନଭଣ୍ଡାର ଭିତରକୁ ଯାଇଥିଲେ। କିଛି ସମୟ ରହିବା ପରେ ଭିତର ରତ୍ନଭଣ୍ଡାରରୁ ବାହାରି ଆସିଥିଲେ ଗଜପତି। ସେ କହିଥିଲେ, ଅସ୍ଥାୟୀ ‘ଖଟଶେଯ’ ଘରକୁ ଅଳଙ୍କାର ଗୁଡ଼ିକ ସ୍ଥାନାନ୍ତର କରାଯାଉଛି। ଆମେ ଆଶା କରୁଛୁ ମହାପ୍ରଭୁଙ୍କ କୃପାରୁ ସନ୍ଧ୍ୟା ସୁଦ୍ଧା ସ୍ଥାନାନ୍ତର ପ୍ରକ୍ରିୟା ସରିବ।

Advertisment

ସେ କହିଥିଲେ,  ବାହାର ରତ୍ନ ଭଣ୍ଡାରର ଆଲମାରି ଓ ସିନ୍ଦୁକକୁ ବାହାରକୁ ନିଆଯାଇ ସଫାସୁତରା କରାଯାଇଛି। ଭିତରେ ରତ୍ନ ଭଣ୍ଡାରରେ ଥିବା ଆଲମାରି ଓ ସିନ୍ଦୁକ ସେପରି ରହିଛି। କିଛି ସମୟ ମଧ୍ୟରେ ଭିତର ରତ୍ନ ଭଣ୍ଡାରର ଆଲମାରି ଓ ସିନ୍ଦୁକ ଗୁଡ଼ିକ ଘୁଞ୍ଚା ଯିବା ପ୍ରକିୟା ଆରମ୍ଭ ହେବ। ବାହାର ରତ୍ନଭଣ୍ଡାରର ସାମଗ୍ରୀ ଚାଙ୍ଗଡ଼ା ଘର ଓ ଫୁଲ ଘରେ ରଖାଯାଇଛି। କଡ଼ା ସୁରକ୍ଷା ବଳୟ ଭିତରେ ଅଳଙ୍କାର ଗୁଡ଼ିକ ରଖାଯାଇଛି। ସେଠାରେ ସିସିଟିଭି ଲଗାଯାଇଛି। ସେହିପରି ଭିତର ରତ୍ନଭଣ୍ଡାରରେ ଥିବା ଗହଣା, ମୂଲ୍ୟବାନ ସାମଗ୍ରୀ ଅଳଙ୍କାର ଗୁଡ଼ିକ ଖଟଶେଯ ଘରେ ରଖାଯିବ। ମୂଲ୍ୟବାନ ସାମଗ୍ରୀ ରଖାଯିବା ପରେ କବାଟ ସିଲ୍ କରାଯିବ। କଡ଼ା ସୁରକ୍ଷା ମଧ୍ୟରେ ଏହି ଅଳଙ୍କାର ରହିବ।

ଗଜପତି ଆହୁରି କହିଥିଲେ,ବାହାର ଓ ଭିତର ରତ୍ନ ଭଣ୍ଡାର ମରାମତିର ଆବଶ୍ୟକ ରହିଛି। ରତ୍ନଭଣ୍ଡାର ସଂପୂର୍ଣ୍ଣ ଖାଲି ହେଲା ପରେ ଲେଜର ସ୍କାନିଂ କରାଯିବ। ରତ୍ନ ଭଣ୍ଡାର ଭିତରେ ଆଉ କିଛି ନାହିଁ ବୋଲି ସ୍ପଷ୍ଟ ହେଲା ପରେ ASIକୁ ହସ୍ତାନ୍ତର କରାଯିବ। କେଉଁ କାଳରୁ କେବେ ମରାମତି ହୋଇଥିଲା, କେହି ଜାଣନ୍ତିନି । ୧୯୭୧ରୁ ଏଏସ୍‌ଆଇ ଦାୟିତ୍ୱ ନେବା ପରେ ଆଦୌ ମରାମତି ହୋଇ ନାହିଁ। ମରାମତି କାର୍ଯ୍ୟ ଶେଷ ହେଲା ପରେ ଅଳଙ୍କାର ଗଣତି, ମଣତି ହେବ। ତଦାରଖ କମିଟି ଓ ପରିଚାଳନା କମିଟି ଉପସ୍ଥିତିରେ ଗଣତି, ମଣତି ହେବ। ମରାମତି ସଂପୂର୍ଣ୍ଣ ନସରିବା ଯାଏ ଗଣତି, ମଣତି କରାଯିବନାହିଁ। ଅଳଙ୍କାର ଗୁଡ଼ିକ ରତ୍ନ ଭଣ୍ଡାର ଭିତରକୁ ନିଆଯିବ। ଏଥିପାଇଁ ସମୟ ଲାଗିବ। ସମୟ ଲାଗିଲେ ମଧ୍ୟ ସୂଚାରୁ ରୂପେ କାର୍ଯ୍ୟ କରାଯିବ।

Advertisment

ରତ୍ନଭଣ୍ଡାରରେ ସୁଡ଼ଙ୍ଗ ଥିବା ନେଇ ଆଲୋଚନା ପ୍ରସଙ୍ଗରେ ଗଜପତି କହିଛନ୍ତି, ରତ୍ନ ଭଣ୍ଡାରରେ ସୁଡ଼ଙ୍ଗ ଅଛି କି ନାହିଁ ? ସେଠାରେ ଗୁପ୍ତ ବାଟ ଅଛି କି ନାହିଁ ? ସେସବୁ ଭିତର ରତ୍ନ ଭଣ୍ଡାର ଖାଲି ହେବା ପରେ ASI ଲେଜର ସ୍କାନିଂ କରିବେ। ଏହାପରେ ସେମାନେ ଆମକୁ ସୂଚନା ଦେବେ। ସବୁ ଜିନିଷ ସେତେବେଳକୁ ଜଣାପଡ଼ିଯିବ।

ସେହିପରି ମରାମତି ବେଳେ ନୀତିକାନ୍ତି ଓ ଦର୍ଶନ ଉଭୟ ପ୍ରଭାବିତ ନହେବାକୁ ଗୁରୁତ୍ୱ ଦିଆଯିବ। ଏ ସଂପର୍କରେ ଅନୁଧ୍ୟାନ କରି ମୁଖ୍ୟ ପ୍ରଶାସକ ମରାମତି ସମୟ ନିର୍ଦ୍ଧାରଣ କରିବେ । ମୁଖ୍ୟ ପ୍ରଶାସକଙ୍କ ନିର୍ଦ୍ଧାରିତ ସମୟରେ ଏଏସ୍‌ଆଇ ମରାମତି କରିବ ବୋଲି ଗଜପତି କହିଛନ୍ତି।

ଗତ ରବିବାର ବାହାର ରତ୍ନଭଣ୍ଡାର ସହଜରେ ଖୋଲି ଯାଇଥିଲା। ହେଲେ ଭିତର ଭଣ୍ଡାର ତାଲା ଖୋଲିବାକୁ କମିଟି ସଦସ୍ୟଙ୍କୁ ନାକେଦମ୍ ହେବାକୁ ପଡ଼ିଥିଲା। କାରଣ ପୁରୀ ଟ୍ରେଜେରିରୁ ଆସିଥିବା ଚାବିରେ ଭିତର ଭଣ୍ଡାରର କୌଣସି ଗୋଟିଏ ବି ତାଲା ଖୋଲି ନ ଥିଲା। ତେଣୁ ଏସଓପି ଅନୁସାରେ ସମସ୍ତ ତାଲା ଭାଙ୍ଗି ଭିତର ଭଣ୍ଡାର ଖୋଲା ଯାଇଥିବା କହିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ଗତ ଥର ପରି ଏଥର ବି ସ୍ନେକ ହେଲପ ଲାଇନ୍ ସଦସ୍ୟଙ୍କ ସହ ଓଡ୍ରାଫ୍ ଟିମ୍, ଡାକ୍ତରୀ ଟିମ୍ ସଜାଗ ହୋଇ ରହିଛନ୍ତି।

ରତ୍ନ ଭଣ୍ଡାର ଖୋଲାଯିବା ନିମନ୍ତେ ଆଜି ସକାଳ ୮ଟା ବେଳଠୁ ଆଉ ଭକ୍ତଙ୍କୁ ମନ୍ଦିର ଭିତରକୁ ଛଡ଼ା ଯାଉନି। ସିଂହଦ୍ୱାରକୁ ଛାଡ଼ି ବାକି ୩ ଦ୍ୱାର ବନ୍ଦ ରହିଛି। କେବଳ ଅଧିକୃତ ସେବକ ଓ ଅଧିକାରୀଙ୍କୁ ଭିତରକୁ ଛଡ଼ାଯାଇଛି।

Puri Shreemandir Puri Rathna Bhandar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe