Advertisment

ଖୋଲିଲା ରତ୍ନଭଣ୍ଡାର

ଦିନ ୧ଟା ୨୮ ମିନିଟ୍‌ରେ ଖୋଲିଛି ରତ୍ନଭଣ୍ଡାର।

ଅଦ୍ୟତନ ହୋଇଛି
Puri Temple

Puri Temple

Advertisment

ଆଜି ନିର୍ଦ୍ଧାରିତ ସମୟ ଦିନ ୧ଟା ୨୮ରେ ଖୋଲାଗଲା ରତ୍ନଭଣ୍ଡାର। ପ୍ରଥମେ ବାହାର ରତ୍ନ ଭଣ୍ଡାର ଖୋଲାଯାଇଥିବା ସୂଚନା। ଭିତର ରତ୍ନ ଭଣ୍ଡାର ତାଲା ଖୋଲିବାକୁ ଉଦ୍ୟମ ଆରମ୍ଭ ହୋଇଥିବା ସୂଚନା ମିଳିଛି। 

Advertisment

ରତ୍ନଭଣ୍ଡାର ଭିତରକୁ ଯାଇଛନ୍ତି ୧୧ ଜଣ ସଦସ୍ୟ। ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ, ସଦସ୍ୟ ଡାକ୍ତର ସିବିକେ ମହାନ୍ତି, ଗଜପତି ମହାରାଜାଙ୍କ ପ୍ରତିନିଧି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏଏସ୍ଆଇ ଅଧୀକ୍ଷକ ଡିବି ଗଡ଼ନାୟକ, ରତ୍ନଭଣ୍ଡାର ସବ୍ କମିଟି ସଦସ୍ୟ, ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଭଣ୍ଡାର ମେକାପ, ତଢ଼ଉ କରଣ ଓ  ଦେଉଳ କରଣ ପ୍ରମୁଖ ରତ୍ନଭଣ୍ଡାର ଭିତରକୁ ଯାଇଛନ୍ତି। 

ରତ୍ନଭଣ୍ଡାର ଖୋଲାଯିବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ଏକ ପୋଷ୍ଟ କରାଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ତୁମ ଇଚ୍ଛାରେ ଓଡ଼ିଆ ଜାତି ଆଜି ତାର ଅସ୍ମିତାର ପରିଚୟକୁ ନେଇ ଆଗକୁ ବଢ଼ିବାକୁ ଉଦ୍ୟମ ଆରମ୍ଭ କରିଛି। ତୁମ ଇଚ୍ଛାରେ ପ୍ରଥମେ ଶ୍ରୀମନ୍ଦିରର ଚାରି ଦ୍ଵାର ଖୋଲିଲା। ତୁମ ଇଚ୍ଛାରେ ୪୬ ବର୍ଷ ପରେ ଆଜି ଏକ ମହତ୍ ଉଦ୍ଦେଶ୍ୟ ନେଇ ରତ୍ନ ଭଣ୍ଡାର ଖୋଲାଗଲା। ଏ ମହାନ୍ କାର୍ଯ୍ୟ ସଫଳ ହେବ ବୋଲି ମୋର ଦୃଢ଼ ବିଶ୍ୱାସ।

Advertisment

ଆଜି ହେବନି ରତ୍ନ ଭଣ୍ଡାର ଗଣତି। ଆଜି ବାହାର ଓ ଭିତର ରତ୍ନ ଭଣ୍ଡାର ଖୋଲାଯିବ । ବାହାର ରତ୍ନ ଭଣ୍ଡାର ସମସ୍ତ ଚାବି ଅଛି। ଭିତର ରତ୍ନ ଭଣ୍ଡାର ଚାବିରେ ନଖୋଲିଲେ ଏହାକୁ ଭଙ୍ଗାଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।

ତିନିଟି ପର୍ଯ୍ୟାୟରେ ରତ୍ନ ଭଣ୍ଡାରରେ ସବୁ କାମ କରାଯିବ। ପ୍ରଥମେ, ରତ୍ନ ଭଣ୍ଡାରଖୋଲାଯିବ, ଦ୍ୱିତୀୟରେ ରତ୍ନ ସବୁକୁ ସ୍ଥାନାନ୍ତର କରାଯିବ, ତୃତୀୟ ପର୍ଯ୍ୟାୟରେ ଗଣତି କରାଯିବ। ଆଜି ଭଣ୍ଡାର ଖୋଲିବା ପରେ ଏସବୁକୁ ସ୍ଥାନାନ୍ତର କରିବାକୁ ଚେଷ୍ଟା କରାଯିବ। ରତ୍ନଅଳଙ୍କାର ସ୍ଥାନାନ୍ତର ପାଇଁ ସବୁ ବ୍ୟବସ୍ଥା ଶେଷ ହୋଇଛି। SOP ଅନୁସାରେ ଶ୍ରୀମନ୍ଦିର ଭିତରେ ଅସ୍ଥାୟୀ ରତ୍ନ ଭଣ୍ଡାର ସ୍ଥାନ ନିରୂପଣ ବି ସରିଛି। ସିସିଟିଭି ସହ ଅନ୍ୟ ସବୁ ବ୍ୟବସ୍ଥା
ହୋଇଛି। ତା’ସହ ସବୁ ଘଟଣାର ଭିଡିଓଗ୍ରାଫି କରାଯିବ। ଅଳଙ୍କାର ସ୍ଥାନାନ୍ତର ପରେ ମରାମତି କାମ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

ଅନ୍ୟପଟେ ଶ୍ରୀମନ୍ଦିରକୁ ଆସି ପହଞ୍ଚିଛି ବିରାଟକାୟ ୬ଟି ସିନ୍ଦୁକ। ଶାଗୁଆନ୍ କାଠ ଓ ପିତ୍ତଳ କୋଟିଂରେ ତିଆରି କରାଯାଇଛି ଏହି ସବୁ ସିନ୍ଦୁକ। ଭୁବନେଶ୍ୱରର ଏକ ସଂସ୍ଥାକୁ ମୋଟ୍ ୧୫ଟି ସିନ୍ଦୁକ ତିଆରି କରିବା ପାଇଁ ଅର୍ଡର ଦିଆଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଆଜି ୬ଟି ସିନ୍ଦୁକ ଶ୍ରୀମନ୍ଦିରରେ ପହଞ୍ଚି ଯାଇଛି।

ସୂଚନାଯୋଗ୍ୟ, ଆଜି ସକାଳେ ଶ୍ରୀଲୋକନାଥଙ୍କ ପାଖରୁ ଆଜ୍ଞାମାଳ ଆସିବା ପରେ ରତ୍ନଭଣ୍ଡାର ଖୋଲିବା ନେଇ ପ୍ରକିୟା ଆରମ୍ଭ ହୋଇଥିଲା।

Puri Shreemandir Ratna Bhandar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe