ରାଜଧାନୀ ଭୁବନେଶ୍ୱରରେ ଚଳିତ ବର୍ଷ ୧୦ଟି ସ୍ଥାନରେ ହେବ ରାବଣ ପୋଡ଼ି। ୧୦ଟି ମଣ୍ଡପକୁ ରାବଣ ପୋଡ଼ି ପାଇଁ ଅନୁମତି ମିଳିଛି। କମିଶନରେଟ ପୁଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି।
କମିଶନରେଟ ପୁଲିସ ପକ୍ଷରୁ କୁହାଯାଇଛି ଯେ, ଝାରପଡା, ବରମୁଣ୍ଡା, ନହରକଣ୍ଟା, କୋରଡ଼କଣ୍ଟା, ବାଙ୍କୁଆଳ, ଗୋପାଳପୁର, କିଟ୍ ରୋଡ଼ ଏବଂ ଚନ୍ଦକା ପୂଜା ମଣ୍ଡପକୁ ଅନୁମତି ମିଳିଛି। ସେହିପରି ସିମୁଳିଆ ପାଟଣା ଦୋଳ ଯାତ୍ରା ପଡ଼ିଆ ଏବଂ କପିଳ ପ୍ରସାଦ ଫୁଟବଲ ଗ୍ରାଉଣ୍ଡରେ ମଧ୍ୟ ହେବ ରାବଣପୋଡି।
ଏଥିପାଇଁ ସମସ୍ତ ନିୟମ ମାନିବାକୁ ପୂଜା କମିଟିକୁ ନିର୍ଦ୍ଦେଶ ଦେଇଛି କମିଶନରେଟ ପୁଲିସ। ସମସ୍ତ ସ୍ଥାନରେ ଅଗ୍ନିଶମ ବାହିନୀ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ରାବଣ ପୋଡ଼ି ଦେଖିବାକୁ ବହୁ ଲୋକଙ୍କ ଆଗମନ ହୋଇଥାଏ। ତେଣୁ ଉକ୍ତ ସମୟରେ କାର୍ଯ୍ୟକ୍ରମ ସ୍ଥାନଠାରୁ ୧୦୦ ମିଟର ଦୂରରେ ରହି ରାବଣ ପୋଡ଼ି ଦେଖିବାକୁ ପୁଲିସ ନିର୍ଦ୍ଦେଶାବଳୀ ଜାରି କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Miscellaneous
ରାଜା ଚକ୍ରଙ୍କ ନାଁରେ ୧୪ ମାମଲା: ତଦନ୍ତରେ କରୁଛନ୍ତି ଅସହଯୋଗ, ଗିରଫ ହୋଇପାରନ୍ତି ପତ୍ନୀଙ୍କ ସମେତ ୪ ସହଯୋଗୀ
ଗିରଫଦାରୀ ଉପରେ ମିଳିଥିବା ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ଆଜି ଉଠାଇ ନେବାପରେ ସେମାନେ ଗିରଫ ହେବା ନିଶ୍ଚିତ ହୋଇଯାଇଛି ।

Miscellaneous
ହୋଲଡିଂ ଟ୍ୟାକ୍ସ କ୍ଲିଅର କଲେ କିଟ୍ ଓ ସୋଆ!
ଖବର ପ୍ରସାରଣ ପରେ ବିଏମସି ତରଫରୁ କୁହାଯାଇଛି, 7 ଦିନ ତଳ ପର୍ଯ୍ୟନ୍ତ ଯେଉଁମାନେ ଖିଲାପକାରୀ ଥିଲେ, ତାଙ୍କ ନାଁ ସାର୍ବଜନୀନ କରାଯାଇଥିଲା।

Miscellaneous
ବାରବାଟୀ କଳଙ୍କ: ଅପ୍ରତ୍ୟାଶିତ ଯାନ୍ତ୍ରିକ ତ୍ରୁଟି କହି ଦୋଷ ଠେଲି ଦେଲା ଓସିଏ: ଜେନେରେଟର ପାଇଁ ଶକ୍ତି ବିଭାଗ ଦେଇଥିଲା କ୍ଲିଅରାନ୍ସ
ମ୍ୟାଚ ପାଇଁ ଷ୍ଟାଡିୟମରେ ଥିବା ଜେନେରରେଟର ବ୍ୟବସ୍ଥାର ତଦାରଖ ଓ ପ୍ରମାଣପତ୍ର ମଧ୍ୟ ରାଜ୍ୟ ଶକ୍ତି ବିଭାଗ ଦେଇଥିଲା ବୋଲି କହି ଓସିଏ ପରୋକ୍ଷରେ ଏହି ବୈଷୟିକ ତ୍ରୁଟି ନିମନ୍ତେ ଶକ୍ତି ବିଭାଗ ଆଡ଼କୁ ଦୋଷ ଠେଲିବାକୁ ପ୍ରୟାସ କରିଛି ।

Miscellaneous
2024ରେ ଓଡ଼ିଶାରୁ ସାଇବର ଠକ ଲୁଟିଛନ୍ତି 153.14 କୋଟି
2023 ବର୍ଷକୁ 2024 ସହ ତୁଳନା କଲେ, ମୋଟ ଆର୍ଥିକ ଠକେଇ ପରିମାଣ 79.66 କୋଟି ଟଙ୍କାରୁ 415.90 କୋଟି ଟଙ୍କାକୁ ବୃଦ୍ଧି ପାଇଛି।

Miscellaneous
କଟକରେ କେବେ ଖୋଲିବ ସର୍ବସାଧାରଣଙ୍କ ପାଇଁ ତିଆରି ହୋଇଥିବା ଶୌଚାଳୟ
ନୂତନ ଭାବେ ନିର୍ମିତ ‘ବାୟୋ ଶୌଚାଳୟ’ କାହିଁକି ବନ୍ଦ ପଡ଼ିଛି।