୧୮୬୬ ମସିହାରେ ଭୟଙ୍କର ଦୁର୍ଭିକ୍ଷରେ ଓଡ଼ିଶାର ଲକ୍ଷ ଲକ୍ଷ ଲୋକ ପୋକମାଛି ଭଳି ମରିଗଲେ। ଖାଇବାକୁ ନ ପାଇ ଗାଇଗୋରୁ ବି ଜୀବନ ହାରିଲେ। ସେତେବେଳେ ପୁରୀର ଗଜପତି ମହାରାଜା ଦିବ୍ୟସିଂହଦେବଙ୍କ ରାଜତ୍ୱର ନବମ ବର୍ଷ ବା ନଅ ଅଙ୍କରେ ଚାଲିଥିଲା। ଏଣୁ ଏହି ଦୁର୍ଭିକ୍ଷର ନାଁ ନ ଅଙ୍କ ଦୁର୍ଭିକ୍ଷ ରଖାଯାଇଥିଲା। ଏହା ପଛରେ ଇଂରେଜ ଶାସକଙ୍କ ଭୁଲ୍ ଆକଳନ କାରଣ ଥିଲା...