Advertisment

ମୟୂରଭଞ୍ଜ ଜିଲ୍ଲା ପାଇଁ ନଭେମ୍ବର ୧୬କୁ ଛୁଟି ଘୋଷଣା କଲେ ଆରଡିସି

ପୂର୍ବରୁ ଏହି ଜିଲ୍ଲା ପାଇଁ ନଭେମ୍ବର ୨ ତାରିଖ (ଶୁକ୍ରବାର)କୁ ଆଞ୍ଚଳିକ ସରକାରୀ ଛୁଟି ଘୋଷଣା କରାଯାଇଥିଲା।

Holyday

Holyday

Advertisment

ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଉପଲକ୍ଷେ ନଭେମ୍ବର ୧୬ ତାରିଖ (ଶନିବାର)କୁ ମୟୂରଭଞ୍ଜ ଜିଲ୍ଲା ପାଇଁ ଆଞ୍ଚଳିକ ସରକାରୀ ଛୁଟି ଘୋଷଣା କରିଛନ୍ତି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ। ପୂର୍ବରୁ ଏହି ଜିଲ୍ଲା ପାଇଁ ନଭେମ୍ବର ୨ ତାରିଖ (ଶୁକ୍ରବାର)କୁ ଦୀପାବଳି/କାଳିପୂଜା ପରଦିନ ପାଇଁ ଆଞ୍ଚଳିକ ସରକାରୀ ଛୁଟି ଘୋଷଣା କରାଯାଇଥିଲା।

Advertisment

ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିକାଶ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଓ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଦ୍ୱାରା ଏହି ଦିନକୁ ସରକାରୀ ଆଞ୍ଚଳିକ ଛୁଟି ଘୋଷଣା ନିମନ୍ତେ ପତ୍ର ମାଧ୍ୟମରେ ପ୍ରସ୍ତାବ ଦିଆଯାଇଥିଲା ବୋଲି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଦ୍ୱାରା ବିଜ୍ଞପ୍ତି ପ୍ରକାଶ ପାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe