Advertisment

ଧର୍ମଶାଳାରେ ବିଭିନ୍ନ କ୍ରସର ୟୁନିଟରେ ରେଡ୍

ଖଣି ବିଭାଗର ଅଧିକାରୀ, ରାଜସ୍ୱ ବିଭାଗ କର୍ମଚାରୀ ଓ ପୁଲିସ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଛି। ଯେଉଁ କ୍ରସର ଗୁଡ଼ିକର ସମସ୍ତ କାଗଜପତ୍ର ଠିକ ନଥିବ, ସେହି କ୍ରସର ଉପରେ ବିଭାଗ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।

cross-units

cross-units

Advertisment

ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧୀନରେ ଚାଲୁଥିବା ବିଭିନ୍ନ କ୍ରସର ୟୁନିଟରେ ଖଣି ବିଭାଗର ଚଢ଼ାଉ। ଧର୍ମଶାଳା ତହସିଲ ଅଧୀନ ବାଜବଟି ମୌଜାରେ ବିଭିନ୍ନ କ୍ରସର ୟୁନିଟରେ ଲଘୁ ଖଣି ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି। ଗଢି ଉଠିଥିବା କ୍ରସର ୟୁନିଟର କାଗଜ ପତ୍ର ଯାଞ୍ଚ ସହ ଗଛିତ କଞ୍ଚାମାଲର ମୂଲ୍ୟାୟନ କରାଯାଇଛି।

Advertisment

ଖଣି ବିଭାଗର ଅଧିକାରୀ, ରାଜସ୍ୱ ବିଭାଗ କର୍ମଚାରୀ ଓ ପୁଲିସ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଛି। ଯେଉଁ କ୍ରସର ଗୁଡ଼ିକର ସମସ୍ତ କାଗଜପତ୍ର ଠିକ ନଥିବ, ସେହି କ୍ରସର ଉପରେ ବିଭାଗ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।

ସେପଟେ ବାଜାବାଟୀ ପାହାଡ଼ରେ ବେଆଇନ୍ କଳାପଥର ଚୋରା ଚାଲାଣ ହେଉଥିବା ଅଭିଯୋଗ ପାଇ ଖଣି ବିଭାଗ ଅଧିକାରୀ ଚଢାଉ କରିବା ବେଳେ ମାଫିଆମାନେ ଘଟଣାସ୍ଥଳରୁ ଛୁ ମାରିଥିବା ଜଣାପଡ଼ିଛି।

Advertisment
Jajpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe