Advertisment

ଅଭୟାରଣ୍ୟକୁ ପଲିଥିନ୍ ମନା

ଅଭୟାରଣ୍ୟ ଭିତରକୁ ଯାଆସ କରୁଥିବା ଗାଡ଼ିଗୁଡ଼ିକର ଯାଞ୍ଚ କରିବା ସହ ପଲିଥିନ ବ୍ୟବହାର ନକରିବାକୁ ସଚେତନ କରାଉଛନ୍ତି ବନ କର୍ମଚାରୀ।

Polythene

Polythene

Advertisment

ଆଜିଠୁ ରାଜ୍ୟର ଜାତୀୟ ଉଦ୍ୟାନ ତଥା ଅଭୟାରଣ୍ୟ, ଇକୋ ଟୁରିଜିମ୍ ସ୍ଥଳୀ ଗୁଡ଼ିକରେ ଆଉ ପ୍ଲାଷ୍ଟିକ ବ୍ୟବହାର ହେବନି। ଆଜିଠୁ ପଲିଥିନ୍ ଓ ପ୍ଲାଷ୍ଟିକ୍ ମୁକ୍ତ ହେଲା ଅଭୟାରଣ୍ୟ। ଏସମସ୍ତ ସ୍ଥାନରେ ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ୍ ବ୍ୟାନ କରାଯାଇଛି।

Advertisment

ସେଇଭଳି ଏସବୁ ସ୍ଥାନରେ ପର୍ଯ୍ୟଟକଙ୍କ ଲାଗି ପିଇବା ପାଣିର ବିକଳ୍ପ ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ଜଣାପଡ଼ିଛି। ଏହି କ୍ରମରେ ସୁନାବେଡ଼ା ଅଭୟାରଣ୍ୟରେ ବି ବନବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଅଭିଯାନ। ଅଭୟାରଣ୍ୟର ୩ ପ୍ରବେଶ ପଥ ଚେରେଚୁଆଁ, ଭରୁଆମୁଣ୍ଡା ଓ କେରମେଲି ଚେକ ଗେଟରେ କଡ଼ାକଡ଼ି ଯାଞ୍ଚ ଆରମ୍ଭ ହୋଇଛି।

ଅଭୟାରଣ୍ୟ ଭିତରକୁ ଯାଆସ କରୁଥିବା ଗାଡ଼ିଗୁଡ଼ିକର ଯାଞ୍ଚ କରିବା ସହ ପଲିଥିନ ବ୍ୟବହାର ନକରିବାକୁ ସଚେତନ କରାଉଛନ୍ତି ବନ କର୍ମଚାରୀ। ପୂର୍ବରୁ ପର୍ଯ୍ୟଟକ ମାନେ ଅଭୟାରଣ୍ୟରେ ଏଣେତେଣେ ପଲିଥିନ୍ ଫିଙ୍ଗି ଦେଉଥିବାରୁ ବନ୍ୟଜନ୍ତୁ ମାନେ ପଲିଥିନ୍ ଖାଇ ମୃତ୍ୟୁ ମୁଖରେ ପଡୁଥିଲେ। ଏଣୁ ପଲିଥିନ ବ୍ୟବହାର ବନ୍ଦ କରିବା ସହ ଅଭୟାରଣ୍ୟ ମଧ୍ୟରେ ଥିବା ଡଷ୍ଟବିନର ବ୍ୟବହାର କରିବାକୁ ବନବିଭାଗ ପରାମର୍ଶ ଦେଇଛି।

Advertisment
Polythene
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe