ମାର୍ଚ୍ଚ ୮ ପର୍ଯ୍ୟନ୍ତ ଚାଲିବ ‘ସୁଭଦ୍ରା’ ପଞ୍ଜିକରଣ; ଆସନ୍ତାକାଲି ଯିବ ପ୍ରଥମ କିସ୍ତି, ପର୍ଯ୍ୟାୟକ୍ରମେ ଅନ୍ୟମାନେ ପାଇବେ

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଆସନ୍ତାବର୍ଷ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ସୁଭଦ୍ରା ଯୋଜନା ପାଇଁ ପଞ୍ଜିକରଣ ପ୍ରକ୍ରିୟା ଚାଲିବ।

Pravati PhotoOR

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

Ordigital Desk
  • Published: Monday, 16 September 2024
  • Updated: 16 September 2024, 08:12 PM IST

Sports

Latest News

ବିଜେପି ସରକାରର ମହତ୍ୱାକାଂକ୍ଷୀ ‘ସୁଭଦ୍ରା’ ଯୋଜନାକୁ ନେଇ ରହିଥିବା ଦ୍ୱନ୍ଦ୍ୱକୁ ଆଜି ପୁଣିଥରେ ରାଜ୍ୟ ସରକାର ଦୂର କରିବାକୁ ପ୍ରୟାସ କରିଛନ୍ତି । ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କ ଆବେଦନ ଓ ପଞ୍ଜିକରଣ ପ୍ରକ୍ରିୟା ଆସନ୍ତାବର୍ଷ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଆସନ୍ତାକାଲି(ସେପ୍ଟେମ୍ବର ୧୭) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନାର ଶୁଭାରମ୍ଭ କରିବା ପରେ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯୋଜନାର ପ୍ରଥମ କିସ୍ତି ଭାବେ ୫ହଜାର ଟଙ୍କା ଯିବ । ଅନ୍ୟ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ପର୍ଯ୍ୟାୟକ୍ରମେ ପ୍ରଥମ କିସ୍ତିର ଟଙ୍କା ଦିଆଯିବ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଆସନ୍ତାବର୍ଷ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ସୁଭଦ୍ରା ଯୋଜନା ପାଇଁ ପଞ୍ଜିକରଣ ପ୍ରକ୍ରିୟା ଚାଲିବ। ଯୋଗ୍ୟ ହିତାଧିକାରୀମାନଙ୍କ ବ୍ୟାଙ୍କ ଆକାଉଣ୍ଟ ସଚଳ ଅଛି କି ନାହିଁ ତାହା ପରୀକ୍ଷା କରିବା ସହ ସ୍ୱଚ୍ଛତା ଅନୁଧ୍ୟାନ ନିମନ୍ତେ ସେମାନଙ୍କ ଆକାଉଣ୍ଟକୁ ଟଙ୍କାଟିଏ ଲେଖାଏଁ ପଠାଯାଇଛି । ଯାହାଙ୍କ ଆକାଉଣ୍ଟକୁ ଟଙ୍କାଟିଏ ଯାଇନି ସେ ଯେ ‘ସୁଭଦ୍ରା’ ଟଙ୍କା ପାଇବେ ନାହିଁ ସେଭଳି ଦ୍ୱନ୍ଦ୍ୱରେ କେହି ନରହିବା ଉଚିତ୍ । ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ଯିବ । କାହାରି ପ୍ରଲୋଭନ କିମ୍ବା ଗୁଜବରେ ବିଶ୍ୱାସ ନକରିବାକୁ ଶ୍ରୀମତୀ ପରିଡ଼ା ସାଧାରଣ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ।

Also Read

ସେହିପରି ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଜାରି ସୂଚନାରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିବେ । ଯୋଗ୍ୟ ହିତାଧିକାରୀଙ୍କୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରାଯିବ । ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ସଚଳ ଅଛି କି ନାହିଁ ତାହା ଯାଂଚ କରିବାକୁ ଏବେ ଏକ ଟଙ୍କା ଲେଖାଏଁ ପଠାଯାଇଛି । ଏହି ଟଙ୍କା ପଠାଯିବା ପରେ ହିତାଧିକାରୀଙ୍କୁ ଏସଏମଏସ ମାଧ୍ୟମରେ ଅବଗତ କରାଯାଉଛି । ଆକଉଣ୍ଟକୁ ଏକ ଟଙ୍କା ପ୍ରଦାନ ଏକ ନିରନ୍ତର ପ୍ରକ୍ରିୟା । ଯେଉଁମାନଙ୍କ ଆକାଉଣ୍ଟକୁ ଏହି ଏକ ଟଙ୍କା ଯାଇ ନାହିଁ ସେମାନଙ୍କ ଫର୍ମ ଏବେ ବିଚାରାଧୀନ ରହିଛି । ଆବେଦନ ଫର୍ମଗୁଡ଼ିକର ଯାଂଚ ପରେ ଅନ୍ୟ ଯୋଗ୍ୟ ହିତାଧିକାରୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ପରୀକ୍ଷାମୂଳକ ଭାବେ ଏକ ଟଙ୍କା ପଠାଯିବ ।

ତେବେ ଏହି ବ୍ୟବସ୍ଥାକୁ ଆଳ କରି କିଛି ଠକ ଓ ଖଳ ପ୍ରକୃତିର ଲୋକ ବ୍ୟାଙ୍କ ନାଁରେ ଫୋନ୍ କରି ଆବେଦନକାରୀଙ୍କୁ ଗୋଟିଏ ଲିଙ୍କରେ କ୍ଲିକ୍ କରି ତଥ୍ୟ ପ୍ରଦାନ କଲେ ସେମାନଙ୍କ ବ୍ୟାଙ୍କ ଖାତାକୁ ମଧ୍ୟ ଏକ ଟଙ୍କା ଯିବ ବୋଲି ଦାବି କରୁଛନ୍ତି । ମାତ୍ର ସରକାରଙ୍କ ପକ୍ଷରୁ ଓ ବ୍ୟାଙ୍କ ପକ୍ଷରୁ ଏଭଳି କୌଣସି ଫୋନ୍ ଓ  ଲିଙ୍କ୍ ପଠାଯାଉନାହିଁ ବୋଲି ବିଭାଗ ସ୍ପଷ୍ଟ କରିଛି । ଏଭଳି ଫୋନ କଲକୁ ବିଶ୍ୱାସ ନକରିବାକୁ ଓ କୌଣସି ଲିଙ୍କରେ କ୍ଲିକ୍ ନକରିବା ନିମନ୍ତେ ସାଧାରଣ ଲୋକଙ୍କୁ ସରକାର ପରାମର୍ଶ ଦେବା ସହ ସତର୍କ କରାଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story