Advertisment

ପୁଅକଥା ମନେ ପକାଇ ଆତ୍ମହତ୍ୟା ଉଦ୍ୟମ କଲେ ମା’

ପଦ୍ମାବତୀଙ୍କ ପୁଅ ଦାଦନ ଖଟିବାକୁ ଯାଇ ନିଖୋଜ ହୋଇ ଯାଇଛନ୍ତି

ଅଦ୍ୟତନ ହୋଇଛି
mother

mother

Advertisment

ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ହସ୍ପିଟାଲ ପରିସରରେ ଜଣେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ।

Advertisment

ପଦ୍ମାବତୀଙ୍କ ପୁଅ ଦାଦନ ଖଟିବାକୁ ଯାଇ ନିଖୋଜ ହୋଇ ଯାଇଛନ୍ତି। ଏନେଇ ପଦ୍ମାବତୀ ମୁରିବାହାଲ ଥାନା ରେ ଅଭିଯୋଗ କରିଥିଲେ। ଏପରିକି ନ୍ୟାୟ ପାଇବା ପାଇଁ ନିଜ ଗାଁରୁ ବଲାଙ୍ଗୀର ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ନିଜ ସାନପୁଅ ମୈତ୍ର ସେଠର କୌଣସି ପତ୍ତା ମିଲିନାହିଁ। ପୁଅ କଥା ଭାବି ଭାବି ପଦ୍ମାବତୀ ଅସୁସ୍ଥ ହୋଇପଡ଼ିଲେ। ଏନେଇ ବଡ଼ ପୁଅ ପଦ୍ମାବତୀଙ୍କୁ ଚିକିତ୍ସା ପାଇଁ କଣ୍ଟାବାଞ୍ଜି ହସ୍ପିଟାଲକୁ ନେଇଥିଲେ।

କିନ୍ତୁ ହସ୍ପିଟାଲକୁ ପଦ୍ମାବତୀ ଆସିବା ପରେ ଅନ୍ୟ ମାନଙ୍କ ପୁଅକୁ ଦେଖି ନିଜ ପୁଅ କଥା ମନେ ପଡ଼ିଥିଲା। ଫଳରେ ହସ୍ପିଟାଲ ପରିସର ରେ ଥିବା ମେଡ଼ିସିନ ବିଭାଗର ଷ୍ଟୋରର ଛାତ ଉପରକୁ ଚଢି ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ। ଏହିସମୟରେ ଜଣେ ମହିଳା ପଦ୍ମାବତୀଙ୍କୁ ଦେଖିଥିଲେ। ସେ ମହିଳା ଜଣକ ଛାତ ଉପରକୁ ଯାଇ ପଦ୍ମାବତୀଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ।

Advertisment
Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe