Advertisment

ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ପ୍ରଫେସର ଜେ.ପି. ଦାସଙ୍କ ପରଲୋକ

କଟକ ସହରରେ ଜନ୍ମଗ୍ରହଣ କରିଥିଲେ ସ୍ୱର୍ଗତ ଦାସ। ଏଇଠି ବାଲ୍ୟଶିକ୍ଷା ଗ୍ରହଣ କରିଥିଲେ। ତା’ପରେ ଏମ୍‌ସିବିଏସ୍‌ ପାଠ ପଢ଼ିଥିଲେ। ଏମ୍‌ସିବିଏସ୍‌ ପାଠ ପଢ଼ା ସରିବା ପରେ ବିଦେଶରେ ସ୍ନତକୋତ୍ତର ଡିଗ୍ରୀ ହାସଲ କରିଥିଲେ।

Dr JP Das

Dr JP Das

Advertisment

ଓଡ଼ିଶାର ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ପ୍ରଫେସର ଜେ.ପି. ଦାସଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ଚିକିତ୍ସାଧୀନ ଅବସ୍ଥା ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି। ସ୍ୱର୍ଗତ ଦାସ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ୍‌ କଲେଜରେ ହୃଦରୋଗ ବିଭାଗ ପ୍ରତିଷ୍ଠା କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

Advertisment

କଟକ ସହରରେ ଜନ୍ମଗ୍ରହଣ କରିଥିଲେ ସ୍ୱର୍ଗତ ଦାସ। ଏଇଠି ବାଲ୍ୟଶିକ୍ଷା ଗ୍ରହଣ କରିଥିଲେ। ତା’ପରେ ଏମ୍‌ସିବିଏସ୍‌ ପାଠ ପଢ଼ିଥିଲେ। ଏମ୍‌ସିବିଏସ୍‌ ପାଠ ପଢ଼ା ସରିବା ପରେ ବିଦେଶରେ ସ୍ନତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ତା’ପରେ ଭେଲୋର ସ୍ଥିତ ଖ୍ରୀଷ୍ଟିୟାନ୍‌ ମେଡ଼ିକାଲ୍‌ କଲେଜରୁ ହୃଦରୋଗ ଉପରେ ଡକ୍ଟରେଟ ଅଫ୍‌ ମେଡ଼ିସିନ୍‌ ଅଥବା ଡିଏମ୍‌(କାର୍ଡିଓଲୋଜି) ପରୀକ୍ଷାରେ ସେ ଉତ୍ତୀର୍ଣ୍ଣ ହୋଇଥିଲେ। ଷାଠିଏ ଦଶକରେ ସମଗ୍ର ପୂର୍ବ ଭାରତରେ ସେ ଏକମାତ୍ର ଡିଏମ୍‌ ଡିଗ୍ରୀଧାରୀ କାର୍ଡିଓଲୋଜିଷ୍ଟ ଥିଲେ।

ଓଡ଼ିଶାରେ ହୃଦରୋଗ ଚିକିତ୍ସାର ପିତାମହ ରୂପେ ପରିଚିତ ଡାକ୍ତର ଜେପି ଦାସ ୧୯୭୦ ମସିହାରେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ୍‌ କଲେଜରେ ହୃଦରୋଗ ବିଭାଗ ପ୍ରତିଷ୍ଠା କରିବା ସହ ସେଠାରେ ପ୍ରଥମ ପ୍ରଫେସର ରୂପେ କାର୍ଯ୍ୟ ନିର୍ବାହ କରିଥିଲେ। ତାଙ୍କ କାର୍ଯ୍ୟକାଳ ଭିତରେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ୍‌ କଲେଜରେ ପ୍ରଥମ ଆଇସିୟୁ ପ୍ରତିଷ୍ଠା ହେବା ସହ ଶରୀରରେ ପେସମେକର ଖଞ୍ଜିବା କାମ ଆରମ୍ଭ ହୋଇଥିଲା। ତାଙ୍କରି କାର୍ଯ୍ୟକାଳରେ ପ୍ରଥମ କରି ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ୍‌ କଲେଜରେ ଡିଏମ୍‌(କାର୍ଡିଓଲୋଜ) ଶିକ୍ଷାଦାନ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ଏହାଛଡ଼ା କଲର ଡପଲର Echo-2D ଓ ‘କାଥ୍‌ଲାବ’ ପ୍ରତିଷ୍ଠା ମଧ୍ୟ ତାଙ୍କର କୃତିତ୍ୱ।

Advertisment
Cuttack Scb Medical
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe