ପ୍ରସିଦ୍ଧ କାର୍ଟୁନିଷ୍ଟ ଅଜିତ ନିନାନଙ୍କର ଆଜି ସକାଳେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା।
କର୍ଣ୍ଣାଟକାର ମହୀଶୂର ସ୍ଥିତ ତାଙ୍କ ଆପାର୍ଟମେଣ୍ଟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ଦୁଇ ବର୍ଷ ହେଲା ମହୀଶୂରରେ ରହୁଥିବା ଅଜିତ ନିନାନ ମୃତ୍ୟୁ ବେଳକୁ ଘରେ ଏକୁଟିଆ ଥିଲେ। ତାଙ୍କ ସ୍ତ୍ରୀଙ୍କ ଦେହ ଭଲ ରହୁ ନଥିବାରୁ ସେ ଗୋଆରେ ରହୁଥିବା ତାଙ୍କ ଝିଅ ଘରକୁ ଯାଇଥିଲେ।
Also Read
ଇଣ୍ଡିଆ ଟୁଡେ ଓ ଦି ଟାଇମ୍ସ ଅଫ ଇଣ୍ଡିଆରେ ବର୍ଷ ବର୍ଷ ଧରି ପ୍ରକାଶିତ ହୋଇଥିବା ‘ସେଣ୍ଟରଷ୍ଟେଜ୍’ (Centrestage) ସିରିଜ୍ ଓ ‘ନିନାନସ ୱାର୍ଲ୍ଡ’ (Ninan's World) ପାଇଁ ସେ ବହୁତ ଜଣାଶୁଣା ଥିଲେ। ତାଙ୍କର ବିଭିନ୍ନ କାର୍ଟୁନ ଚରିତ୍ର ମଧ୍ୟରୁ ‘ଡିଟେକ୍ଟିଭ୍ ମୁଛୱାଲା’ ଖୁବ୍ ପ୍ରସିଦ୍ଧ ଥିଲା। ଏହା ଶିଶୁ ପତ୍ରିକା ‘ଟାର୍ଗେଟ’ରେ ପ୍ରକାଶିତ ହେଉଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।
Miscellaneous
ଗଞ୍ଜାମରୁ ବ୍ରହ୍ମଗିରି ଯାଉଥିଲା ୪ କ୍ୱିଣ୍ଟାଲ ଗଞ୍ଜେଇ, ମାଡ଼ି ବସିଲା ଅବକାରୀ ବିଭାଗ
ଏତେ ପରିମାଣର ଗଞ୍ଜେଇ ଗଞ୍ଜାମର ଶେରଗଡ଼ ଅଞ୍ଚଳରୁ ନିରାକାରପୁର ଦେଇ ବ୍ରହ୍ମଗିରି ଯାଉଥିଲା। କିନ୍ତୁ ନରାକରପୁର ଠାରେ ଏହାକୁ ଜବତ କରାଯାଇଛି।
Miscellaneous
କ୍ରିକେଟର ଫାଇନାଲ ମ୍ୟାଚ୍ ନେଲା ଗୋଷ୍ଠୀ ସଂଘର୍ଷର ରୂପ, ବ୍ୟାପକ ଭଙ୍ଗାରୁଜା
ବେଡ଼ାପଡ଼ା ଗାଁରେ ସୁବାସ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା।