Advertisment

ପ୍ରସିଦ୍ଧ କାର୍ଟୁନିଷ୍ଟ ଅଜିତ ନିନାନଙ୍କ ପରଲୋକ

ମୃତ୍ୟୁ ବେଳକୁ ଅଜିତ ନିନାନଙ୍କୁ ୬୮ ବର୍ଷ ହୋଇଥିଲା।

Ajit Ninan

Ajit Ninan

Advertisment

ପ୍ରସିଦ୍ଧ କାର୍ଟୁନିଷ୍ଟ ଅଜିତ ନିନାନଙ୍କର ଆଜି ସକାଳେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା।

Advertisment

କର୍ଣ୍ଣାଟକାର ମହୀଶୂର ସ୍ଥିତ ତାଙ୍କ ଆପାର୍ଟମେଣ୍ଟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଦୁଇ ବର୍ଷ ହେଲା ମହୀଶୂରରେ ରହୁଥିବା ଅଜିତ ନିନାନ ମୃତ୍ୟୁ ବେଳକୁ ଘରେ ଏକୁଟିଆ ଥିଲେ। ତାଙ୍କ ସ୍ତ୍ରୀଙ୍କ ଦେହ ଭଲ ରହୁ ନଥିବାରୁ ସେ ଗୋଆରେ ରହୁଥିବା ତାଙ୍କ ଝିଅ ଘରକୁ ଯାଇଥିଲେ।

Advertisment

ଇଣ୍ଡିଆ ଟୁଡେ ଓ ଦି ଟାଇମ୍ସ ଅଫ ଇଣ୍ଡିଆରେ ବର୍ଷ ବର୍ଷ ଧରି ପ୍ରକାଶିତ ହୋଇଥିବା ‘ସେଣ୍ଟରଷ୍ଟେଜ୍‌’ (Centrestage) ସିରିଜ୍ ଓ ‘ନିନାନସ ୱାର୍ଲ୍ଡ’ (Ninan's World) ପାଇଁ ସେ ବହୁତ ଜଣାଶୁଣା ଥିଲେ। ତାଙ୍କର ବିଭିନ୍ନ କାର୍ଟୁନ ଚରିତ୍ର ମଧ୍ୟରୁ ‘ଡିଟେକ୍ଟିଭ୍ ମୁଛୱାଲା’ ଖୁବ୍ ପ୍ରସିଦ୍ଧ ଥିଲା। ଏହା ଶିଶୁ ପତ୍ରିକା ‘ଟାର୍ଗେଟ’ରେ ପ୍ରକାଶିତ ହେଉଥିଲା।

Cartoonist Ajit Ninan Cartoon
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe