Advertisment

ଆଜିଠୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାମ ଆରମ୍ଭ

ଦୁର୍ବଳ ବିମର ମରାମତି ପାଇଁ ଆଜିଠୁ କାମ ଆରମ୍ଭ ହେଲେ ଦୈନିକ ୬ଘଣ୍ଟା ଲେଖାଏଁ ୧୨୦ଦିନ ଲାଗିବ ବୋଲି କହିଛନ୍ତି ଏଏସଆଇ ସୁପରିଟେଣ୍ଡିଂ ଆର୍କିଓଲୋଜିଷ୍ଟ।

author-image
Tapaswini Nayak
Puri

Puri

ଆଜିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାମ। ଦୁର୍ବଳ ସ୍ଥିତିରେ ଥିବା ଶ୍ରୀମନ୍ଦିର ନାଟମଣ୍ଡପ ମରାମତିରେ ଅହେତୁକ ବିଳମ୍ବକୁ ନେଇ ହାଇକୋର୍ଟ କ୍ଷୁବ୍ଧ ହେବା ସହ ଆଜିଠାରୁ କାମ ଆରମ୍ଭ କରିବାକୁ ଏଏସଆଇକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଦୁର୍ବଳ ବିମର ମରାମତି ପାଇଁ ଆଜିଠୁ କାମ ଆରମ୍ଭ ହେଲେ ଦୈନିକ ୬ଘଣ୍ଟା ଲେଖାଏଁ ୧୨୦ଦିନ ଲାଗିବ ବୋଲି କହିଛନ୍ତି ଏଏସଆଇ ସୁପରିଟେଣ୍ଡିଂ ଆର୍କିଓଲୋଜିଷ୍ଟ।

ଗରୁଡ଼ ସ୍ତମ୍ଭ ସମ୍ମୁଖରେ ଥିବା କ୍ରାକ୍ ବିମ୍ କୁ ସପୋର୍ଟିଂ ବିମ୍ ଦିଆଯିବ। କ୍ରାକ୍ ବିମ୍ ତଳେ ରୋଟ୍ ଆଇରନ୍ ବିମ୍ କାମ ଆଜିଠୁ ଆରମ୍ଭ ହେବ। ଷ୍ଟେନଲେସ୍ ଷ୍ଟିଲର ବକ୍ସ ବିମ୍ ଦ୍ୱାରା ଏହାକୁ ଶକ୍ତ କରାଯିବ। ଏଥିପାଇଁ ଆଇଆଇଟି ମାଡ୍ରାସରୁ ଡିଜାଇନ୍ ଆସି ସାରିଛି ବୋଲି ଏଏସଆଇ ସୁପରିଟେଣ୍ଡିଂ ଆର୍କିଓଲୋଜିଷ୍ଟ କହିଛନ୍ତି।

Advertisment

 କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଗଳହି ହେଉଛି। ତେଣୁ ମରାମତି କାମ ପାଇଁ ଆଉ ମାସେ ମହଲତ ମାଗିଥିଲା ଏଏସଆଇ। ହେଲେ ଉଚ୍ଚ ନ୍ୟାୟାଳୟ ଅସନ୍ତୋଷ ଝାଡ଼ି ସିଧା ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି। ତା’ସହ ଆଜିଠୁ କାମ ଆରମ୍ଭ କଲେ ଆମିକସକ୍ୟୁରୀ ତା’ର ତଦାରଖ କରି ପ୍ରତି ୧୫ ଦିନରେ କୋର୍ଟଙ୍କୁ ଷ୍ଟାଟସ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ଅନ୍ୟପକ୍ଷରେ କୋର୍ଟଙ୍କ ନିର୍ଦ୍ଦେଶର ତୁରନ୍ତ ଅନୁପାଳନ ହେବ ବୋଲି କହିଛନ୍ତି ଏଏସଆଇ ସୁପରିଟେଣ୍ଡିଂ ଆର୍କିଓଲୋଜିଷ୍ଟ୍ ଡି.ବି ଗଡ଼ନାୟକ। ସେ କହିଛନ୍ତି, ଆବଶ୍ୟକ ସୁବିଧା ଯୋଗାଇବାକୁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଛୁ। ନାଟମଣ୍ଡପ ମରାମତି ସଂପୂର୍ଣ୍ଣ ପାଇଁ ଦୈନିକ ୬ ଘଣ୍ଟା ଲେଖାଏଁ ୧୨୦ ଦିନ କାମ ଚାଲିବ।

Puri Shreemandir Puri