Advertisment

ଅପରାହ୍ନ ୧ଟାରୁ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ

ମରାମତି ସମୟରେ ଡାକ୍ତରୀ ଟିମ୍‌, ଅଗ୍ନିଶମ କର୍ମଚାରୀ ଓ ଏଏସ୍‌ଆଇର ସ୍ୱତନ୍ତ୍ର ଟିମ୍‌ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରିବେ। ରତ୍ନଭଣ୍ଡାର ମରାମତି ସମୟରେ ଏଏସ୍‌ଆଇର କାମ କରୁଥିବା ଶ୍ରମିକ ଓ ଅଧିକାରୀଙ୍କର ଆଇ କାର୍ଡ ଦିଆଯିବ।

author-image
Manoranjan Sial
Puri Jagannath Temple (File Photo)

Puri Jagannath Temple (File Photo)

ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ଏଥିପାଇଁ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ସ୍ୱତନ୍ତ୍ର ବୈଠକରେ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। ନିଷ୍ପତ୍ତି ଅନୁସାରେ ରାତି ୨ଟାରୁ ଦ୍ୱାର ଫିଟିବ। ଦି’ପହର ଧୂପ ସରିବା ପରେ ଅପରାହ୍ନ ୧ ଟାରୁ ଆରମ୍ଭ ହେବ ମରାମତି କାର୍ଯ୍ୟ। ପାଞ୍ଚ ଘଣ୍ଟା ଧରି ମରାମତି କାର୍ଯ୍ୟ କରାଯିବ। ଜିପିଆର୍‌ ଓ ଜିପିଆରଏସ୍‌ ସର୍ଭେରେ ଚିହ୍ନଟ ହୋଇଥିବା ରତ୍ନଭଣ୍ଡାରର କାନ୍ଥ ଓ ଚଟାଣରେ ମରାମତି କରାଯିବ। ବିଶେଷକରି ଏହି ମରାମତି ସମୟରେ ବିଭିନ୍ନ ପ୍ରକାର ରାସାୟନିକ ସାମଗ୍ରୀ ବ୍ୟବହାର କରି ମରାମତି କରାଯିବ। ଏହି ମରାମତି ସମୟରେ ଏସ୍‌ଓପିକୁ କଡାକଡି ଭାବେ ପାଳନ କରାଯିବ ବୋଲି ଏଏସ୍‌ଆଇ ଡେପୁଟି ସୁପରିଟେଣ୍ଡେଣ୍ଟ ଆରକ୍ୟୁଲୋଜିଷ୍ଟ ଚିତ୍ତରଞ୍ଜନ ଦାସ କହିଛନ୍ତି।

Advertisment

ସେପଟେ ମରାମତି ସମୟରେ ଡାକ୍ତରୀ ଟିମ୍‌, ଅଗ୍ନିଶମ କର୍ମଚାରୀ ଓ ଏଏସ୍‌ଆଇର ସ୍ୱତନ୍ତ୍ର ଟିମ୍‌ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରିବେ। ରତ୍ନଭଣ୍ଡାର ମରାମତି ସମୟରେ ଏଏସ୍‌ଆଇର କାମ କରୁଥିବା ଶ୍ରମିକ ଓ ଅଧିକାରୀଙ୍କର ଆଇ କାର୍ଡ ଦିଆଯିବ। ସେମାନେ ଆଇ କାର୍ଡ ଦେଖାଇ ଭିତରକୁ ପ୍ରବେଶ କରି କାମ କରିବେ। ରତ୍ନଭଣ୍ଡାର ମରାମତି ସମୟରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ବାହାର କାଠ ନିକଟରୁ କରାଯିବ। ଦ୍ୱରା ଫିଟା ଓ ପରବର୍ତ୍ତୀ ନୀତିକାନ୍ତିକୁ ସଠିକ୍‌ ସମୟରେ ସାରିବା ପାଇଁ ବୈଠକ ଆଲୋଚନା କରାଯାଇଛି।

ସେହିପରି ରତ୍ନ ଭଣ୍ଡାର ମରାମତି ସମୟରେ ସୁରକ୍ଷା ବ୍ୟବସ୍ଥା ଓ ଭିଡ଼ ନିୟନ୍ତ୍ରଣ ଆଦିକୁ ନେଇ ପୁରୀ ଏସ୍‌ପି କହିଛନ୍ତି, ଶ୍ରୀମନ୍ଦିର ଚାରି ଦ୍ଵାର ଓ ରତ୍ନଭଣ୍ଡାର ବାହାରେ ପୁଲିସ ଅଧିକାରୀ ରହିବେ। ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ କରିବା ଲାଗି ପୁଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ଏସ୍‌ପି କହିଛନ୍ତି।

Advertisment
Puri Sri Jagannath ASI