Advertisment

୨୫ଜଣ ଓଏଏସ୍ ଅଫିସରଙ୍କ ବଦଳି

ଓଏଏସ୍ ଅଫିସର ବେରସିୟସ ଡୁଙ୍ଗଡୁଙ୍ଗଙ୍କୁ ବରଗଡ଼ ବିଡ଼ିଓ ଭାବେ ବଦଳି ହୋଇଛି

undefined

Loka Seva Bhavan

Advertisment

ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ଆଜି ୨୫ଜଣ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି। ଏହି ସମସ୍ତ ଅଫିସରଙ୍କୁ ବିଭିନ୍ନ ସ୍ଥାନରେ ବିଡିଓ ଓ ତହସିଲଦାର ଭାବେ ଅବସ୍ଥାପିତ କରାଯାଇଛି।

Advertisment

ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଓଏଏସ୍ ଅଫିସର ବେରସିୟସ ଡୁଙ୍ଗଡୁଙ୍ଗଙ୍କୁ ବରଗଡ଼ ବିଡ଼ିଓ ଭାବେ ବଦଳି ହୋଇଛି। ସେହିପରି ସୁଧୀର କୁମାର ନନ୍ଦଙ୍କୁ ବରଗଡ଼ ତହସିଲଦାର, ଶଙ୍କର କୁମାର ପାତ୍ରଙ୍କୁ ଲାଞ୍ଜିଗଡ଼ ବିଡିଓ, ଅଶୋକ ପଟ୍ଟନାୟକଙ୍କୁ ପାତ୍ରପୁର ତହସିଲଦାର, ସଦାକର କୁମ୍ଭାରଙ୍କୁ ଗୋଲମୁଣ୍ଡା ତହସିଲଦାର, ଚିନ୍ମୟ ମହାନନ୍ଦାଙ୍କୁ ରାୟଗଡ଼ା ଡେପୁଟି କଲେକ୍ଟର, ସ୍ମୃତିରେଖା ଦାସଙ୍କୁ ଇଡକୋ ଅତିରିକ୍ତ ଲ୍ୟାଣ୍ଡ ଅଫିସର ଭାବେ ବଦଳି ହୋଇଛି।

ସେହିପରି ଧନଞ୍ଜୟ ମହାନ୍ତିଙ୍କୁ ଦାନଗଦି ତହସିଲଦାର, ସଞ୍ଜୟ କୁମାର ପଣ୍ଡାଙ୍କୁ ପରଜଙ୍ଗ ବିଡିଓ, ମନ୍ମଥ କୁମାର ନାୟକଙ୍କୁ ଭଞ୍ଜନଗର ବିଡିଓ, ଜିତେନ୍ଦ୍ର ମୁର୍ମୁଙ୍କୁ ଜଳେଶ୍ୱର ତହସିଲଦାର, ଜୟକୃଷ୍ଣ ପାତ୍ରଙ୍କୁ ଅନୁଗୁଳ ଉପଜିଲ୍ଲାପାଳ, ଅଙ୍କିତା ବାରିକଙ୍କୁ ଯାଜପୁର ଡେପୁଟି କଲେକ୍ଟର, ସାରା ହେମ୍ବ୍ରମଙ୍କୁ ବନ୍ତ ତହସିଲଦାର, ବନବିହାରୀ ହରପାଲଙ୍କୁ ତୁମୁଡ଼ିବନ୍ଧ ବିଡିଓ, ଜ୍ଞାନରଞ୍ଜନ ମାଝୀଙ୍କୁ ବେଲପାହାଡ଼ ତହସିଲଦାର, ପ୍ରମୋଦ କୁମାର ନାୟକଙ୍କୁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ସନ୍ଧ୍ୟା ସମର୍ଥଙ୍କୁ ବୋରିଗୁମ୍ମା ବିଡିଓ, ଦୀପ୍ତିମୟୀ ପାତ୍ରଙ୍କୁ ପଦ୍ମପୁର ତହସିଲଦାର, ପ୍ରଦୀପ କୁମାର କରଙ୍କୁ କାଲିମେଳା ବିଡିଓ, ବିକ୍ରମ କୁମାର ଦୋରାଙ୍କୁ ବଲାଙ୍ଗିର ତହସିଲଦାର, ଯସ୍ମିନ କୁମାର ପ୍ରଧାନଙ୍କୁ ଗୁମ୍ମା ବିଡିଓ, ଶରତ କୁମାର ପାତ୍ରଙ୍କୁ କାଶୀନଗର ବିଡିଓ, ବସନ୍ତ କୁମାର ହାତୀଙ୍କୁ ଲଖନପୁର ତହସିଲଦାର ଓ ସମ୍ବିତ ସଂଗ୍ରାମଜିତ୍ ସାହୁଙ୍କୁ ପର୍ଯ୍ୟଟନ ବିଭାଗର ଓଏସଡି ଭାବେ ବଦଳି ହୋଇଛି। ଏହି ବଦଳି ସଂକ୍ରାନ୍ତ ନିର୍ଦ୍ଦେଶନାମା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅବଗତି ନିମନ୍ତେ ପଠାଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe