ରେରା ଆଇନରେ ସଂଶୋଧନ ହେବ। ଆଜି ସମ୍ବଲପୁର ଗସ୍ତରେ ଯାଇ କିଛି ଏଭଳି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ରେରା ଆଇନରେ ସଂଶୋଧନ ଆବଶ୍ୟକ ବୋଲି କହିଛନ୍ତି ମନ୍ତ୍ରୀ। ଏବେ ଏମିତି ପରିସ୍ଥିତି କି ଝିଅ ବାହାଘର ପାଇଁ ଜଣେ ଜମି ବିକିବାକୁ ଚାହିଁ ବି ବିକି ପାରୁନି। ତେଣୁ ଆଇନରେ ପରିଣତ କରିବାକୁ ହେବ।
ରାଜସ୍ୱ ମନ୍ତ୍ରୀ କହିଛନ୍ତି, ଆଇନରେ ସଂଶୋଧନ ପାଇଁ ନଗର ଉନ୍ନୟନ ବିଭାଗ ସହ କଥା ହେବୁ। ଆଲୋଚନା ପାଇଁ ଆମେ ନଗର ଉନ୍ନୟନ ବିଭାଗକୁ ଡାକିଛୁ । ଆଇନରେ କଣ ସଂଶୋଧନ ଆବଶ୍ୟକ, ମୋ ବିଭାଗ କଥା ହେବ ବୋଲି କହିଛନ୍ତି ମନ୍ତ୍ରୀ। ଖାଲି ଏତିକି ନୁହେଁ ଜମି କ୍ରେତା ଓ ବିକ୍ରେତା ସନ୍ତୁଷ୍ଟ କି ନୁହେଁ ଜାଣିବାକୁ ରହିବେ ରେଜିଷ୍ଟାର୍। ଅସନ୍ତୋଷ୍ଟ ଥିଲେ ଉଭୟ କ୍ରେତା ଓ ବିକ୍ରେତା ଅଭିଯୋଗ କରିପାରିବେ।
Also Read
ସେହିଭଳି ଦଲାଲ ଚିହ୍ନଟ କରିବାକୁ ବି ପ୍ରକ୍ରିୟା ହେବ ବୋଲି ରାଜସ୍ୱ ମନ୍ତ୍ରୀ ଦୋହରାଇଛନ୍ତି। କାମ ନଥାଇ ବାରମ୍ବାର ଅଫିସ୍ ଆସିଲେ ସିସିଟିଭି ଜରିଆରେ ଚିହ୍ନଟ କରାଯିବ, ଦଲାଲଙ୍କ ବଡ଼ ଫଟୋ ଅଫିସ୍ ବାହାରେ ଲଗାଯିବ କହିଛନ୍ତି ରାଜସ୍ୱ ମନ୍ତ୍ରୀ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।
Miscellaneous
ଗଞ୍ଜାମରୁ ବ୍ରହ୍ମଗିରି ଯାଉଥିଲା ୪ କ୍ୱିଣ୍ଟାଲ ଗଞ୍ଜେଇ, ମାଡ଼ି ବସିଲା ଅବକାରୀ ବିଭାଗ
ଏତେ ପରିମାଣର ଗଞ୍ଜେଇ ଗଞ୍ଜାମର ଶେରଗଡ଼ ଅଞ୍ଚଳରୁ ନିରାକାରପୁର ଦେଇ ବ୍ରହ୍ମଗିରି ଯାଉଥିଲା। କିନ୍ତୁ ନରାକରପୁର ଠାରେ ଏହାକୁ ଜବତ କରାଯାଇଛି।
Miscellaneous
କ୍ରିକେଟର ଫାଇନାଲ ମ୍ୟାଚ୍ ନେଲା ଗୋଷ୍ଠୀ ସଂଘର୍ଷର ରୂପ, ବ୍ୟାପକ ଭଙ୍ଗାରୁଜା
ବେଡ଼ାପଡ଼ା ଗାଁରେ ସୁବାସ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା।