Advertisment

ଓଏଏସ ସ୍ତରରେ ବଦଳି: ରୁଦ୍ରନାରାୟଣ ମହାନ୍ତି ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ

ଓଏଏସ୍ ପ୍ରତାପ ଚନ୍ଦ୍ର ରାଉତଙ୍କୁ ସମବାୟ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅବସ୍ଥାପିତ କରାଯାଇଛି ।

author-image
Jitendra Garnayak
Lokaseva Bhaban

Lokaseva Bhaban

ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ବଦଳି କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ମୟୂରଭଞ୍ଜ  ଅତିରିକ୍ତ ଜିଲ୍ଲାପାଳ ବରିଷ୍ଠ ଓଏଏସ୍ ରୁଦ୍ରନାରାୟଣ ମହାନ୍ତିଙ୍କୁ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି।

Advertisment

ଓଏଏସ୍ ପ୍ରତାପ ଚନ୍ଦ୍ର ରାଉତଙ୍କୁ ସମବାୟ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅବସ୍ଥାପିତ କରାଯାଇଛି । ଭୁବନେଶ୍ୱରର ପୂର୍ବତନ ଚକବନ୍ଦୀ କମିଶନର ଶ୍ରୀ ରାଉତ ଏବେ ସାଧାରଣ ପ୍ରଶାସନ ବିଭାଗରେ କାର୍ଯ୍ୟରତ ଅଛନ୍ତି ।

ସେହିପରି ଦିଲ୍ଲୀପ କୁମାର ମହାପାତ୍ରଙ୍କୁ ମାଇନର ମିନେରାଲସଙ୍କ ଯୁଗ୍ମ ନିର୍ଦ୍ଦେଶକ, ନେତ୍ରାନନ୍ଦ ମଲ୍ଲିକଙ୍କୁ ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ, ଶୁଭଶ୍ରୀ ରଥଙ୍କୁ ବାଲେଶ୍ୱର ଅତିରିକ୍ତ ଉପଜିଲ୍ଲାପାଳ, ଶିବଶଙ୍କର ମିଶ୍ରଙ୍କୁ ଜଗତସିଂହପୁରର ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଓ ପାର୍ଥସାରଥୀ ହାସଦାଙ୍କୁ ପୁରୀ ଅତିରିକ୍ତ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ଖଣ୍ଡପଡ଼ାର ପୂର୍ବତନ ତହସିଲଦାର ଶ୍ରୀ ହାସଦାଙ୍କର ବଦଳିକୁ ବାତିଲ କରାଯାଇଛି। ତାଙ୍କୁ ବାଲେଶ୍ୱରର ଅତିରିକ୍ତ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଥିଲା। 

Advertisment
Oas