/odisha-reporter/media/post_attachments/uploadimage/library/16_9/16_9_0/IMAGE_1695784952.jpg)
Loka Seva Bhavan
ରାଜ୍ୟ ସରକାର ଆଜି ଓଏଏସ୍ ଅଫିସରସ୍ତରରେ ଅଦଳବଦଳ କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ,ବରିଷ୍ଠ ଓଏଏସ୍ ସୁଚାରୂ କୁମାର ବଳଙ୍କୁ ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି ହୋଇଛି । ସେହିପରି ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲାପାଳ ଆଲୋମନି ସେଠୀଙ୍କୁ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ, ପ୍ରିୟଦର୍ଶିନୀ ମଲ୍ଲିକଙ୍କୁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି ହୋଇଛି । ଓଏଏସ୍ ସମ୍ବିତ କୁମାର ଗଡ଼ନାୟକଙ୍କୁ ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ, ଫାଲଗୁନି ମାଝୀଙ୍କୁ ଆନନ୍ଦପୁର ଉପଜିଲ୍ଲାପାଳ ଓ ଚିତ୍ତରଞ୍ଜନ ମହାନ୍ତଙ୍କୁ କନ୍ଧମାଳ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି ।
ଅନ୍ୟପକ୍ଷରେ ଗଞ୍ଜାମ ଆରଆଇସି ଜେନେରାଲ ମ୍ୟାନେଜର ପ୍ରସନ୍ନ କୁମାର ପାତ୍ର , ଆସିକା ସମବାୟ ଚିନି କଳର ପରିଚାଳନା ନିର୍ଦ୍ଦେଶିକା ଗାୟତ୍ରୀ ଦତ୍ତ ନାୟକ ଓ ବ୍ରହ୍ମପୁର ସିଡିଏମଓ ଅଫିସରେ ପ୍ରଶାସନିକ ଅଫିସର ଥିବା ଓଏଏସ୍ ସୁବ୍ରତ କୁମାର ଜେନାଙ୍କ ପୂର୍ବ ବଦଳି ନିର୍ଦ୍ଦେଶ ବାତିଲ କରି ସେମାନଙ୍କୁ ନିଜ ସ୍ଥାନରେ କାର୍ଯ୍ୟ କରିବାକୁ କୁହାଯାଇଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
