୪୪ ଓଏଏସ୍ ଅଫିସରଙ୍କ ବଦଳି: ୨୯ ବ୍ଲକରେ ନୂଆ ବିଡ଼ିଓ

ବିଡିଓ ଭାବେ କାର୍ଯ୍ୟ କରୁଥିବା ୧୩ଜଣ ଓଏଏସ୍ ଅଫିସରଙ୍କୁ ରାଜସ୍ୱ ବିଭାଗକୁ ଫେରାଇ ଦିଆଯାଇଛି ।

Loka Seva Bhavan

ଲୋକସେବା ଭବନ

Ordigital Desk
  • Published: Friday, 14 February 2025
  • , Updated: 14 February 2025, 09:30 PM IST

ରାଜ୍ୟ ସରକାର ଆଜି ଓଏଏସ୍ ଅଫିସରସ୍ତରରେ ଅଦଳବଦଳ କରିଛନ୍ତି । ମୋଟ ୪୪ଜଣ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି । ୨୯ଟି ବ୍ଲକରେ ନୂଆ ବିଡିଓଙ୍କୁ ଅବସ୍ଥାପିତ କରାଯାଇଥିବାବେଳେ ୧୩ଜଣ ବିଡିଓଙ୍କୁ ସେମାନଙ୍କ ଦାୟିତ୍ୱରୁ ହଟାଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଫେରସ୍ତ କରିଦିଆଯାଇଛି ।

ସାଧାରଣ ପ୍ରଶାସନ ବିଭାଗ ଓ ପଂଚାୟତିରାଜ ବିଭାଗ ପକ୍ଷରୁ ଜାରି ଭିନ୍ନ ଭିନ୍ନ ବିଜ୍ଞପ୍ତି ଅନୁସାରେ ବରିଷ୍ଠ ଓଏଏସ୍ ଅଫିସର ମନସ୍ୱିନୀ ସାହୁଙ୍କୁ ରମାଦେବୀ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଭାବେ ଅବସ୍ଥାପିତ କରାଯାଇଛି । ଶ୍ରୀମତୀ ସାହୁ ଏବେ ଶକ୍ତି ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ସେହିପରି ଦକ୍ଷିଣାଂଚଳ ଆରଡିସିଙ୍କ କାର୍ଯ୍ୟାଳୟରେ ଅନୁସଚିବ ଭାବେ କାର୍ଯ୍ୟରତ ପାର୍ବତୀ ମଞ୍ଜରୀ ମହାଳିକଙ୍କୁ ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ(ଓୟୁଟିଆର)ର ରେଜିଷ୍ଟ୍ରାର ଭାବେ ବଦଳି କରାଯାଇଛି ।

ସେହିପରି ପଂଚାୟତିରାଜ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ବିଡିଓ ଭାବେ କାର୍ଯ୍ୟ କରୁଥିବା ୧୩ଜଣ ଓଏଏସ୍ ଅଫିସରଙ୍କୁ ରାଜସ୍ୱ ବିଭାଗକୁ ଫେରାଇ ଦିଆଯାଇଛି । ସେମାନେ ହେଲେ ବାହାନଗା ବିଡିଓ ନୀଳମାଧବ ସୁନା, ବାଲିଆପାଳ-ପୁନମ ରାଉତ, ଯୋଡ଼ା-ଅରୁଣିମା ସାହୁ, ଚିଲିକା-ହଳଧର ଶବର, ନାଉଁଗା (ଜଗତସିଂହପୁର)- ତପନ କୁମାର ମହାପାତ୍ର , କିଶୋରନଗର(ଅନୁଗୁୁଳ)- ବିନୋଦ ବିହାରୀ ବେହେରା, କଣିହା-ଦେବଦତ୍ତ ପ୍ରଧାନ, ମାର୍ଶାଘାଇ-ରଶ୍ମୀରେଖା ମଲ୍ଲିକ, ତିରିଙ୍ଗ-ବାସନ୍ତୀ ଲାକ୍ରା, ପଟ୍ଟାମୁଣ୍ଡାଇ-ଶୁଭ୍ରାଂଶୁ ସାହୁ, ବାରଗାଁ-ସୁମତି ପଣ୍ଡା, ମାନେଶ୍ୱର-ଜନ୍ମେଜୟ ବେହେରା ଓ ଉଦଳା ବିଡିଓ ତୃପ୍ତି ବରାଇଙ୍କୁ ରାଜସ୍ୱ ବିଭାଗକୁ ଫେରାଇ ଦିଆଯାଇଛି ।

ସେହିପରି ନୂଆ ବିଡିଓ ଭାବେ ଆୟୁଷି ପତିଙ୍କୁ ବିରିଡ଼ି ବ୍ଲକ ବିଡିଓ ଭାବେ ବଦଳି ହୋଇଛି । ପୁନମ ମହାପାତ୍ର-ଚିଲିକା, ଶାଶ୍ୱତୀ ସୁଦୁଲ-ଓଉପଦା,ପ୍ରଭୁକଲ୍ୟାଣ ଦାସ-କାମାକ୍ଷାନଗର, ରାଜା ରଣଜିତ୍ ପ୍ରସାଦ ବଳ- ଆଗଲପୁର, ସ୍ମୃତିରଞ୍ଜନ ସାହୁ-ଚମ୍ପୁଆ, ଶୁଭ୍ରାଞ୍ଜଳି ପ୍ରଧାନ-କେ.ନୂଆଗାଁ, ମିନତୀ ଜଗଦେବ-ବନ୍ଧୁଗାଁ, ଅବିନାଶ ବିଶ୍ୱଜିତ୍ ସେଠୀ-ଆଳି, ଲକ୍ଷ୍ମଣ ଚରଣ ସୋରେନ-ପାତ୍ରପୁର, ସଞ୍ଜିବ କୁମାର ସାହୁ-ସୋନପୁର, ଧର୍ମରଞ୍ଜନ ପଣ୍ଡା-ନିଆଳି, ଐଶ୍ୱର୍ଯ୍ୟା ଭୂୟାଁ- ନୟାଗଡ଼, ବିନୟ କୁମାର ଭୋଇ-କୋମନା,ସୌମ୍ୟଶ୍ରୀ ପାଣିଗ୍ରାହୀ-ମହାକାଳପଡ଼ା, ମନୋଜ କୁମାର ମେହେର-ଉମରକୋଟ, ନିରଞ୍ଜନ ବାରିକ-ତିହିଡ଼ି, ତ୍ରିବିକ୍ରମ କୁମୁରା-କଣିହାଁ,ସତ୍ୟଜିତ୍ ରାଉତ-ଖୁଂଟା, ସାଗର ନନ୍ଦ- ଗଣିଆ,ହେମନ୍ତ କୁମାର ମହାନ୍ତ-ଯାଜପୁର, ଦେବେନ୍ଦ୍ର ପ୍ରସାଦ ବଳ- ବାରିପଦା, ପୁରୁଷୋତ୍ତମ ମିର୍ଦ୍ଧା-ସଇଁତଳା, କୁରେଶ ଚନ୍ଦ୍ର ଜାନି- ପଦମପୁର, ଶରତ କୁମାର ପାତ୍ର-ପୁରୁଷୋତ୍ତମପୁର, ଭାରତୀ ଦେବୀ-ଭଞ୍ଜନଗର ଓ ପୂର୍ଣ୍ଣଚନ୍ଦ୍ର ଭୋଇଙ୍କୁ ସୁନ୍ଦରଗଡ଼ର ବାରଗାଁ ବ୍ଲକ ବିଡିଓ ଭାବେ ବଦଳି କରାଯାଇଛି ।

ସୂଚନାଯୋଗ୍ୟ, ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଏହି ବ୍ଲକଗୁଡ଼ିକ ମଧ୍ୟରୁ ପ୍ରାୟ ଏକ ଡଜନ ବ୍ଲକରେ ନୂଆ ବିଡିଓଙ୍କୁ ନିଯୁକ୍ତି ମିଳିଥିଲା । ଏବେ ସେମାନଙ୍କୁ ହଟାଇ ପୁଣିଥରେ ନୂଆ ବିଡିଓଙ୍କୁ ଦାୟିତ୍ୱ ଦିଆଯାଇଥିବା ପଂଚାୟତିରାଜ ବିଭାଗ ସୂତ୍ରରୁ ଜଣାପଡ଼ିଛି ।

Related story