ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ରାଜ୍ୟ ସରକାର ଗତକାଲି ଅଦଳବଦଳ କରିଛନ୍ତି । ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣ(ବିଡିଏ) ଯୁଗ୍ମ କମିଶନର(ଇଷ୍ଟେଟ) ଶ୍ୱେତ କୁମାର ଦାଶଙ୍କୁ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଯୁଗ୍ମ କମିଶନର ଭାବେ ବଦଳି ହୋଇଛି ।
ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ବରିଷ୍ଠ ଓଏଏସ୍ ମହେଶ କୁମାର ଚୌଧୁରୀଙ୍କୁ ଏମଏସଏମଇ ବିଭାଗର ଅତିରିକ୍ତ ସଚିବ, ଲୋକନାଥ ଦଳବେହେରାଙ୍କୁ ବ୍ରହ୍ମପୁର ବନ୍ଦୋବସ୍ତ ଓ ଚକବନ୍ଦୀ ଅତିରିକ୍ତ କମିଶନର ଭାବେ ବଦଳି ହୋଇଛି । ସେହିପରି ଗତ କିଛିମାସ ତଳେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି ହୋଇଥିବା ଓଏଏସ୍ ଲଗ୍ନଜିତ୍ ରାଉତଙ୍କୁ ଏବେ ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି ହୋଇଛି । ଶ୍ରୀ ରାଉତ ପାରାଦୀପ ମ୍ୟୁନିସପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ ।
ସେହିପରି କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କ ପୂର୍ବ ବଦଳିକୁ ବାତିଲ କରି ତାଙ୍କୁ ଜଗତସିଂହପୁର ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଛି। କନ୍ଧମାଳ ଉପଜିଲ୍ଲାପାଳ ଶେଷଦେବ ମିଶ୍ରଙ୍କୁ ଢେଙ୍କାନାଳ-କେନ୍ଦୁଝର ବନ୍ଦୋବସ୍ତ ଅଧିକାରୀ ଭାବେ ବଦଳି ହୋଇଛି । ବାଙ୍କି ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନାଙ୍କୁ ବିଡିଏରେ ଓଏସଡି ଭାବେ ବଦଳି ହୋଇଛି । ସେହିପରି ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ରାୟଙ୍କ ପୂର୍ବବଦଳିକୁ ବାତିଲ କରି ତାଙ୍କୁ କନ୍ଧମାଳ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି ।
ଆନନ୍ଦପୁର ଉପଜିଲ୍ଲାପାଳ ଅନୀଲ କୁମାର ସେଠୀଙ୍କୁ ଭଞ୍ଜନଗର ଉପଜିଲ୍ଲାପାଳ ଭାବେ ବଦଳି ହୋଇଛି। ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ରଙ୍କୁ ଗଞ୍ଜାମ ଆର.ଆଇ.ସି ଜେନେରାଲ ମ୍ୟାନେଜର, ରାମଚନ୍ଦ୍ର ସୋରେନଙ୍କ ପୂର୍ବ ବଦଳିକୁ ବାତିଲ କରି ଆନନ୍ଦପୁର ଉପଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ରବିନ୍ଦ୍ର କୁମାର ପ୍ରଧାନଙ୍କୁ କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ, ସୀମକ୍ଷା ନାୟକଙ୍କୁ ସମ୍ବଲପୁର-କଳାହାଣ୍ଡି ବନ୍ଦୋବସ୍ତ ଅଧିକାରୀ ଏବଂ ଗାୟତ୍ରୀଦତ୍ତ ନାୟକଙ୍କୁ ଆସିକା ସମବାୟ ଚିନି ଶିଳ୍ପର ପରିଚାଳନା ନିର୍ଦ୍ଦେଶକ ଭାବେ ବଦଳି ହୋଇଛି ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।