Advertisment

ବରିଷ୍ଠ ଓଏଏସ ଅଫିସର ସ୍ତରରେ ବଦଳି: ଶ୍ୱେତ କୁମାର ଦାଶ ବିଏମସି ଯୁଗ୍ମ କମିଶନର

ଆନନ୍ଦପୁର ଉପଜିଲ୍ଲାପାଳ ଅନୀଲ କୁମାର ସେଠୀଙ୍କୁ ଭଞ୍ଜନଗର ଉପଜିଲ୍ଲାପାଳ ଭାବେ ବଦଳି ହୋଇଛି।

Loka Seva Bhavan

Loka Seva Bhavan

Advertisment

ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ରାଜ୍ୟ ସରକାର ଗତକାଲି ଅଦଳବଦଳ କରିଛନ୍ତି । ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣ(ବିଡିଏ) ଯୁଗ୍ମ  କମିଶନର(ଇଷ୍ଟେଟ) ଶ୍ୱେତ କୁମାର ଦାଶଙ୍କୁ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଯୁଗ୍ମ କମିଶନର ଭାବେ ବଦଳି ହୋଇଛି ।

Advertisment

ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ବରିଷ୍ଠ ଓଏଏସ୍ ମହେଶ କୁମାର ଚୌଧୁରୀଙ୍କୁ ଏମଏସଏମଇ ବିଭାଗର ଅତିରିକ୍ତ ସଚିବ, ଲୋକନାଥ ଦଳବେହେରାଙ୍କୁ ବ୍ରହ୍ମପୁର ବନ୍ଦୋବସ୍ତ ଓ ଚକବନ୍ଦୀ ଅତିରିକ୍ତ କମିଶନର ଭାବେ ବଦଳି ହୋଇଛି । ସେହିପରି ଗତ କିଛିମାସ ତଳେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି ହୋଇଥିବା ଓଏଏସ୍ ଲଗ୍ନଜିତ୍ ରାଉତଙ୍କୁ ଏବେ ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି ହୋଇଛି । ଶ୍ରୀ ରାଉତ ପାରାଦୀପ ମ୍ୟୁନିସପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ ।

ସେହିପରି କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କ ପୂର୍ବ ବଦଳିକୁ ବାତିଲ କରି ତାଙ୍କୁ ଜଗତସିଂହପୁର ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଛି। କନ୍ଧମାଳ ଉପଜିଲ୍ଲାପାଳ ଶେଷଦେବ ମିଶ୍ରଙ୍କୁ ଢେଙ୍କାନାଳ-କେନ୍ଦୁଝର ବନ୍ଦୋବସ୍ତ ଅଧିକାରୀ ଭାବେ ବଦଳି ହୋଇଛି । ବାଙ୍କି ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନାଙ୍କୁ ବିଡିଏରେ ଓଏସଡି ଭାବେ ବଦଳି ହୋଇଛି । ସେହିପରି ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ରାୟଙ୍କ ପୂର୍ବବଦଳିକୁ ବାତିଲ କରି ତାଙ୍କୁ କନ୍ଧମାଳ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି ।

Advertisment

 ଆନନ୍ଦପୁର ଉପଜିଲ୍ଲାପାଳ ଅନୀଲ କୁମାର ସେଠୀଙ୍କୁ ଭଞ୍ଜନଗର ଉପଜିଲ୍ଲାପାଳ ଭାବେ ବଦଳି ହୋଇଛି। ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ରଙ୍କୁ ଗଞ୍ଜାମ ଆର.ଆଇ.ସି ଜେନେରାଲ ମ୍ୟାନେଜର, ରାମଚନ୍ଦ୍ର ସୋରେନଙ୍କ ପୂର୍ବ ବଦଳିକୁ ବାତିଲ କରି ଆନନ୍ଦପୁର ଉପଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ରବିନ୍ଦ୍ର କୁମାର ପ୍ରଧାନଙ୍କୁ କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ, ସୀମକ୍ଷା ନାୟକଙ୍କୁ ସମ୍ବଲପୁର-କଳାହାଣ୍ଡି ବନ୍ଦୋବସ୍ତ ଅଧିକାରୀ ଏବଂ ଗାୟତ୍ରୀଦତ୍ତ ନାୟକଙ୍କୁ ଆସିକା ସମବାୟ ଚିନି ଶିଳ୍ପର ପରିଚାଳନା ନିର୍ଦ୍ଦେଶକ ଭାବେ ବଦଳି ହୋଇଛି ।

Oas
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe