ରାଜ୍ୟ ସରକାର ଆଜି ଓଏଏସ୍ ଅଫିସରସ୍ତରରେ ବଦଳି କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ରାଜସ୍ୱ ଅଧିକାରୀ ପ୍ରଶିକ୍ଷଣ ସଂସ୍ଥାନ(ରୋଟି) ଯୁଗ୍ମ ନିର୍ଦ୍ଦେଶକ ତଥା ବରିଷ୍ଠ ଓଏଏସ୍ ଅଫିସର ଆଇଷ କୁମାର ଜେନାଙ୍କୁ ଯୁଗ୍ମ ଏସଆରସି(ସ୍ୱତନ୍ତ୍ର ରିଲିଫ କମିଶନର) ଭାବେ ବଦଳି କରାଯାଇଛି। ସେହିପରି ବରିଷ୍ଠ ଓଏଏସ୍ ବୈତୁରା ଦୀପଙ୍କୁ ରୋଟି ଯୁଗ୍ମ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି । ଶ୍ରୀ ଦୀପଙ୍କର ଖୋର୍ଦ୍ଧା ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳିକୁ ବାତିଲ କରାଯାଇଛି ।
Also Read
ପଶ୍ଚିମ ଓଡ଼ିଶା ବିକାଶ ପରିଷଦରେ ଓଏସଡି ଭାବେ କାର୍ଯ୍ୟରତ ଓଏଏସ୍ ଅଫିସର ସରିତା ପ୍ରଧାନଙ୍କୁ ଉପନିର୍ଦ୍ଦେଶକ,ନିଯୁକ୍ତି(ପ୍ରଶାସନ) ଭାବେ ବଦଳି କରାଯାଇଛି। ବଲାଙ୍ଗିର ଜିଲ୍ଲାର ତୁଷୁରା ତହସିଲଦାର ରବୀନ୍ଦ୍ର କୁମାର ପଟେଲଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଓଏସଡି ଏବଂ ଢେଙ୍କାନାଳ ଜିଲ୍ଲା ଗଦିଁଆ ବିଡିଓ ଆଶିଷ ରଞ୍ଜନ ସାହୁଙ୍କୁ ମିଶନ ଶକ୍ତି ବିଭାଗର ଉପସଚିବ ଭାବେ ବଦଳି କରାଯାଇଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଆସନ୍ତାକାଲିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ
ବଡ଼କଥା ହେଉଛି ମରାମତି କାମ ପାଇଁ ରତ୍ନଭଣ୍ଡାରକୁ ପ୍ରବେଶ କରିବାକୁ ଥିବା ସମସ୍ତେ ସେବାୟତଙ୍କ ଭଳି ପାରମ୍ପରିକ ପୋଷାକ ପରିଧାନ କରିବେ। ଶ୍ରମିକ ଓ ଅଧିକାରୀମାନଙ୍କୁ ସ୍ୱତନ୍ତ୍ର ପରିଚୟପତ୍ର ଦିଆଯିବ। ବିନା ପରିଚୟପତ୍ରରେ କାହାରିକୁ ଭିତରକୁ ଛଡ଼ାଯିବ ନାହିଁ।
Miscellaneous
‘ବାଲିମେଳା ଜଳଭଣ୍ଡାରରେ ସୌର ଶକ୍ତିରୁ ଉତ୍ପନ୍ନ ହେବ ବିଦ୍ୟୁତ’
ବୈଠକ ପରେ ଶ୍ରୀ ସିଂଦେଓ କହିଛନ୍ତି, ବାଲିମେଳା ଜଳ ବିଦ୍ୟୁତ ପ୍ରକଳ୍ପର ନବୀକରଣ କରାଯିବ। ଏଠାରୁ ଆହୁରି ଅଧିକ ୬୦୦ ମେଗାୱାଟ୍ ବିଦ୍ୟୁତ ଉତ୍ପାଦନ କରାଯିବ। ଏଥିପାଇଁ ଆବଶ୍ୟକ ଅତ୍ୟାଧୁନିକ ଯନ୍ତ୍ରପାତି ଲାଗିବ।
Miscellaneous
ଶ୍ରୀମନ୍ଦିରରେ ପିଟାପିଟି ଲାଗିଲେ ଦୁଇ ସେବାୟତ ଗୋଷ୍ଠୀ
ଆଜି ଅପରାହ୍ନରେ ଶ୍ରୀମନ୍ଦିର ବେହରଣ ଦ୍ୱାର ନିକଟସ୍ଥ ମୁକ୍ତିମଣ୍ଡପ ପାଖରେ ସେବାୟତ ବିଶ୍ୱନାଥ ଖୁଣ୍ଟିଆ ଶ୍ରଦ୍ଧାଳୁଙ୍କୁ ପାଦୁକା ବାଣ୍ଟୁଥିଲେ। ଠିକ୍ ସେତିକି ବେଳେ ନିଜ ସମ୍ପର୍କୀୟ ସେବାୟତମାନେ ତାଙ୍କୁ ଆକ୍ରମଣ କରିଥିଲେ। ଯେଉଁଥିପାଇଁ ଶ୍ରୀ ଖୁଣ୍ଟିଆ ଲହୁ ଲୁହାଣ ହୋଇଥିଲେ।
Miscellaneous
ଲାଗିଛି ଡୋରି ଯିବି ମୁଁ ପୁରୀ... ପାଦରେ ଚାରି ଧାମ୍ ଯାତ୍ରାରେ ୟୁପି ଯୁବକ
ଅଯୋଧ୍ୟାରୁ କାଶି ବିଶ୍ୱନାଥ ଯାଇଥିଲେ ମିଥିଲେଶ। ବାବାଙ୍କୁ ଦର୍ଶନ କରିବା ପରେ ସେ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ୫୩ ଦିନ ହେଲା ପାଦରେ ଚାଲୁଛନ୍ତି। ପିଠିରେ ଝୁଲୁଥିବା ବ୍ୟାଗରେ ତ୍ରିରଙ୍ଗା ଓ ସନାତନ ପତାକୁ ଉଡାଇ ଚାଲିଛନ୍ତି।
Miscellaneous
IAS ଅନିମେଶ ପ୍ରଧାନଙ୍କୁ ମିଳିଲା ଓଡ଼ିଶା କ୍ୟାଡର
୪୦୯ ନଂ ରାଙ୍କରେ ଥିବା ସନ୍ତୋଷ କୁମାର ପାତ୍ରଙ୍କୁ ଓଡ଼ିଶା କ୍ୟାଡର। ୩୬ ନଂ ରାଙ୍କରେ ଥିବା ଆୟୁଷୀ ପ୍ରଧାନଙ୍କୁ ଆସାମ-ମେଘାଳୟ କ୍ୟାଡର। ୫୪ ନଂ ରାଙ୍କରେ ଥିବା ହରିୟାଣାର କଶିସ୍ ବକ୍ସିଙ୍କୁ ଓଡ଼ିଶା କ୍ୟାଡର। ୬୮ ନଂ ରାଙ୍କରେ ଥିବା କେରଳର କସ୍ତୁରୀ ସା'ଙ୍କୁ ଓଡ଼ିଶା କ୍ୟାଡର।