Prateek Singh
ରାଜ୍ୟ ସରକାର ଆଜି ଆଇପିଏସ୍ ଅଫିସରସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ମୋଟ ୧୮ଜଣ ଆଇପିଏସ୍ ଓ ଓପିଏସ୍ ଅଫିସରଙ୍କ ବଦଳି ହୋଇଛି । ବରିଷ୍ଠ ଆଇପିଏସ୍ ସନ୍ତୋଷ ବାଲାଙ୍କୁ ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋ(ଏସସିଆରବି)ରୁ ଓ ପ୍ରବୀଣ କୁମାରଙ୍କୁ କେନ୍ଦ୍ରାଂଚଳ ଡିଆଇଜି ପଦବୀରୁ ହଟାଇ ଦିଆଯାଇଛି । ସେହିପରି କେନ୍ଦ୍ରୀୟ ଡେପୁଟେସନରେ ନିଯୁକ୍ତି ସତ୍ତ୍ୱେ ଓଡ଼ିଶାରେ ରହିଥିବା ଏସ୍. ଗଜଭିୟେଙ୍କୁ ସ୍ୱତନ୍ତ୍ର ସଶସ୍ତ୍ର ପୁଲିସର ଆଇଜି ଭାବେ ଅବସ୍ଥାପିତ କରାଯାଇଛି । ମୋଟ ୮ଟି ଜିଲ୍ଲାରେ ନୂଆ ପୁଲିସ ଏସପିଙ୍କୁ ନିଯୁକ୍ତି ମିଳିଛି ।
କାହାକୁ କେଉଁଠି ମିଳିଲା ପଦବୀ
୧-ଆଇପିଏସ୍ ସନ୍ତୋଷ ବାଲା - ଷ୍ଟେଟ ଫରେନସିକ ସାଇନ୍ସ ଲାବୋରେଟୋରୀ ନିର୍ଦ୍ଦେଶକ
୨. ଏସ୍. ପ୍ରବୀଣ କୁମାର, ଆଇପିଏସ୍ - ଆଇଜି, ପ୍ରୋଭିଜନିଂ
୩. ଗଜଭିୟେ ସତୀଶ କୁମାର ଈଶ୍ୱରଦାସ, ଆଇପିଏସ୍ - ଆଇଜି, ସ୍ପେସିଆଲ ଆମର୍ଡ ପୁଲିସ
୪. ସଞ୍ଜୟ କୁମାର କୌଶଳ, ଆଇପିଏସ୍ - ଆଇଜି, ଇକୋନୋମିକ ଅଫେନ୍ସେସ ଉଇଙ୍ଗ (ଇଓଡବ୍ଲ୍ୟୁ)
୫. ଅବିନାଶ କୁମାର,ଆଇପିଏସ୍ - ନିର୍ଦ୍ଦେଶକ, ଷ୍ଟେଟ କ୍ରାଇମ ରେର୍କଡ ବ୍ୟୁରୋ (ଏସସିଆରବି)
୬. ସତ୍ୟଜିତ ନାୟକ, ଆଇପିଏସ୍ - ଡିଆଇଜି, ସେଂଟ୍ରାଲ ରେଞ୍ଜ
୭. ପିନାକ ମିଶ୍ର, ଆଇପିଏସ୍ - ଡିଆଇଜି, ଇଷ୍ଟର୍ଣ୍ଣ ରେଞ୍ଜ
୮. ପରମାର ସ୍ମିତ ପୁରୁଷୋତ୍ତମଦାସ, ଆଇପିଏସ୍ -ଏସପି, କ୍ରାଇମବ୍ରାଞ୍ଚ
୯- ବାଲେଶ୍ୱର ଏସପି ରାଜ ପ୍ରସାଦ, ଆଇପିଏସ୍ -ଏସପି, ସ୍ପେସିଆଲ ବ୍ରାଂଚ
୧୦-ଭବାନୀ ଶଙ୍କର ଉଦଗାତା, ଓପିଏସ୍ - ଏସପି,ରେଳବାଇ, କଟକ
କେଉଁ ଜିଲ୍ଲାରେ କିଏ ନୂଆ ଏସପି
୧. ଖୋର୍ଦ୍ଧା - ବିବେକାନନ୍ଦ ଶର୍ମା, ଆଇପିଏସ୍
୨. ପୁରୀ - ପ୍ରତୀକ ସିଂହ, ଆଇପିଏସ୍
୩. ବାଲେଶ୍ୱର - ପ୍ରତ୍ୟୁଷ ଦିବାକର, ଆଇପିଏସ୍
୪. ଝାରସୁଗୁଡ଼ା - ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର, ଆଇପିଏସ୍
୫. ଜଗତସିଂହପୁର - ଅଙ୍କିତ କୁମାର ବର୍ମା, ଆଇପିଏସ୍
୬. ନୂଆପଡ଼ା - ଅମୃତପାଲ ସିଂ, ଆଇପିଏସ୍
୭. ସୁନ୍ଦରଗଡ଼ - ଅମୃତପାଲ କୌର, ଆଇପିଏସ୍
୮- କଟକ (ଗ୍ରାମାଂଚଳ) - ବିନୀତ ଅଗ୍ରୱାଲ, ଆଇପିଏସ୍
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1755790975.jpg)