Advertisment

୬୧ ଦିନ ପରେ ହଟିଲା କଟକଣା, ଆଜିଠୁ ମାଛଧରା ଆରମ୍ଭ

ରାଜ୍ୟର ସାମୁଦ୍ରିକ ମତ୍ସ୍ୟଜୀବୀମାନେ ଆଜି ଗଭୀର ସମୁଦ୍ରକୁ ଯାତ୍ରା ଆରମ୍ଭ କରିଛନ୍ତି।

fishers start fishing

fishers start fishing

Advertisment

୬୧ ଦିନ ହେଲା ଲାଗୁ ହୋଇଥିବା କଟକଣା ହଟିଲା। ଆଜିଠୁ ଆରମ୍ଭ ହେଲା ମାଛଧରା । ସେଥିପାଇଁ ରାଜ୍ୟର ସାମୁଦ୍ରିକ ମତ୍ସ୍ୟଜୀବୀମାନେ ଆଜି ଗଭୀର ସମୁଦ୍ରକୁ ଯାତ୍ରା ଆରମ୍ଭ କରିଛନ୍ତି।

Advertisment

ସରକାରଙ୍କ କଟକଣା ଯୋଗୁ ମତ୍ସ୍ୟଜୀବୀମାନେ ଦୀର୍ଘ ଦିନ ଧରି ସମୁଦ୍ରକୁ ଯାଇ ନ ପାରି ବସି ରହିଥିଲେ। ମାତ୍ର କଟକଣା ହଟିବାରୁ ବେଶ୍‌ ଉତ୍ସାହର ସହ ଆଜି ସେମାନେ ସମୁଦ୍ର ଯାତ୍ରା ଆରମ୍ଭ କରିଛନ୍ତି। ଏଥିସହ ଟ୍ରଲରରେ ଆବଶ୍ୟକ ପରିମାଣର ଡିଜେଲ, ବରଫ, ପିଇବା ପାଣି, ରାସନ ସାମଗ୍ରୀ ପ୍ରଭୃତି ଲଦି ନେଉଛନ୍ତି।

ଏପ୍ରିଲ ୧୫ ରୁ ଜୁନ ୧୪ ଯାଏ ମାଛ ନ ଧରିବାକୁ କଟକଣା ଲଗାଇଥିଲେ ସରକାର। ପ୍ରଜନନ ଋତୁରେ ମାଛବଂଶ ବୃଦ୍ଧି ଉଦ୍ଦେଶ୍ୟରେ ଓମ୍ଫ୍ରା ଆଇନ ବଳରେ ଏହି କଟକଣା ଲାଗୁ କରାଯାଇଥିଲା।

Advertisment
Jagatsinghpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe