ଓଡ଼ିଶାରେ ନକ୍ସଲ ମୁକାବିଲା କରିବେ ରିଟାର୍ଡ ସେନା ଓ କେନ୍ଦ୍ରୀୟ ପୁଲିସ ଫୋର୍ସ ଯବାନ: ୩ଟି ନୂଆ ବାଟାଲିୟନ ଗଠନକୁ ମଞ୍ଜୁରୀ

୬୦ବର୍ଷ ବୟସ ହେଲାପରେ ସେମାନଙ୍କର ଚୁକ୍ତି ଆଉ ନବୀକରଣ କରାଯିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଏହି ସମସ୍ତ ଯବାନ ଓ ଅଫିସରଙ୍କୁ ୟୁନିଫର୍ମ ଭତ୍ତା ସହ ମୃତ୍ୟୁ ଅବା ଶାରୀରିକ ଅକ୍ଷମ ହେଲେ ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷିତ ଅନୁକମ୍ପାମୂଳକ ସହାୟତା ରାଶି ମଧ୍ୟ ମିଳିବ ।

Loka Seva Bhavan PhotoOR

Loka Seva Bhavan

Ordigital Desk
  • Published: Friday, 18 October 2024
  • Updated: 18 October 2024, 10:48 PM IST

Sports

Latest News

ରାଜ୍ୟରେ ନକ୍ସଲ ମୁକାବିଲା ପାଇଁ ଅବସରପ୍ରାପ୍ତ ସେନା ଓ କେନ୍ଦ୍ରୀୟ ପୁଲିସ ଫୋର୍ସର ଯବାନମାନଙ୍କୁ ନିୟୋଜିତ କରାଯିବ । ଏଥିପାଇଁ ରାଜ୍ୟ ସରକାର ୩୦୦୯ଜଣ ସେନା ଯବାନ ଓ ଅଫିସରଙ୍କୁ ନେଇ ୩ଟି ସ୍ୱତନ୍ତ୍ର ବାଟାଲିୟନ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ବାଟାଲିୟନର ନାଁ ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ(ଓଏସଏସଏଫ) ରଖାଯାଇଛି । ପ୍ରତ୍ୟେକ ବାଟାଲିୟନରେ ସେନା ଓ କେନ୍ଦ୍ରୀୟ ପୁଲିସ ଫୋର୍ସର ଅବସରପ୍ରାପ୍ତ ୧୦୦୩ଜଣ ଯବାନ ଓ ଅଫିସର ରହିବେ । ଏହି ବାଟାଲିୟନ ସମ୍ପୂର୍ଣ୍ଣ ଭାବେ ଅବସରପ୍ରାପ୍ତ ସେନା ଓ କେନ୍ଦ୍ରୀୟ ପୁଲିସ କର୍ମୀଙ୍କ ଦ୍ୱାରା ପରିଚାଳିତ ହେବ ।

ରାଜ୍ୟପାଳଙ୍କ ଅନୁମୋଦନ ପରେ ଗୃହ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ରାଜ୍ୟର ନକ୍ସଲ ପ୍ରଭାବିତ ଅଂଚଳରୁ କେନ୍ଦ୍ର ସରକାର କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀକୁ ପ୍ରତ୍ୟାହାର କରିବା ପରେ ନକ୍ସଲ ମୁକାବିଲା ଜାରି ରଖିବାକୁ ଭାରତୀୟ ସେନା ଓ କେନ୍ଦ୍ରୀୟ ପୁଲିସ ଫୋର୍ସର ଅବସରପ୍ରାପ୍ତ ଯବାନ ଓ ଅଫିସରଙ୍କୁ ନେଇ ୩ଟି ବାଟାଲିୟନ ଗଠନ କରିବାକୁ ନିଷ୍ପତ୍ତି ହୋଇଛି । ନକ୍ସଲ ପ୍ରଭାବିତ ଅଂଚଳରେ ମୁତୟନ ହୋଇଥିବା କେନ୍ଦ୍ରୀୟ ଫୋର୍ସ ପ୍ରତ୍ୟାହାର ପରେ ଏହି ବାଟାଲିୟନଗୁଡ଼ିକ ନକ୍ସଲ ମୁକାବିଲା ଦାୟିତ୍ୱରେ ମୁତୟନ ହେବେ । ଏହି ୩ଟି ସ୍ୱତନ୍ତ୍ର ବାଟାଲିୟନ ପାଇଁ ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ ୨୦୨୪ ସେପ୍ଟେମ୍ବର ୬ ଓ ଅକ୍ଟୋବର ୫ତାରିଖରେ ବିସ୍ତୃତ ଗାଇଇଡଲାଇନ୍ ସହ ଅନୁରୋଧ କରାଯାଇଥିଲା । ଏହି ବାଟାଲିୟନ ନିମନ୍ତେ ଆବଶ୍ୟକ ଖର୍ଚ୍ଚ ପାଇଁ ଅର୍ଥ ବିଭାଗ ଅନୁମତି ଦେଇଛି ।

ପ୍ରତ୍ୟେକ ବାଟାଲିୟନରେ ୧୦୦୩ଜଣ ଅବସରପ୍ରାପ୍ତ ଯବାନ ଓ ଅଫିସର ରହିବେ । ପ୍ରତ୍ୟେକ ବାଟାଲିୟନରେ ୬ଟି କମ୍ପାନୀ ଓ ଗୋଟିଏ ହେଡକ୍ୱାର୍ଟର କମ୍ପାନୀ ରହିବେ । ପ୍ରତ୍ୟେକ ବାଟାଲିୟନରେ ଜଣେ କମାଣ୍ଡାଣ୍ଟ, ୩ଜଣ ଡେପୁଟି କମାଣ୍ଡାଣ୍ଟ, ୭ଜଣ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ୫୧ଜଣ ଜୁନିୟର କମିଶନଡ ଅଫିସର(ଜେସିଓ) ଓ ୬୭୫ଜଣ ସିପାହୀ ରହିବେ । ଏମାନଙ୍କ ବ୍ୟତୀତ ୨୫୯ଜଣ ଡ୍ରାଇଭର ଓ ଟ୍ରେଡସମ୍ୟାନ୍ ଏବଂ ୭ଜଣ ମିନିଷ୍ଟ୍ରିଆଲ ପଦବୀରେ ରହିବେ ।

Also Read

ସେନା ଓ କେନ୍ଦ୍ରୀୟ ପୁଲିସ ଫୋର୍ସର ଅବସରପ୍ରାପ୍ତ ଯବାନ ଓ ଅଫିସରଙ୍କୁ ଏହିସବୁ ପଦବୀରେ ନିଯୁକ୍ତି ମିଳିବ । ଚାକିରିରେ ଯୋଗଦେବାବେଳେ ଅଫିସରଙ୍କ ବୟସସୀମା ୫୫ବର୍ଷ, ହାବିଲଦାରଙ୍କ ବୟସ ୫୦ବର୍ଷ ଓ ସିପାହୀଙ୍କ ବୟସ ୪୫ବର୍ଷରୁ ଅଧିକ ହୋଇନଥିବା ଜରୁରୀ । ୬୦ବର୍ଷ ବୟସ ହେଲାପରେ ସେମାନଙ୍କର ଚୁକ୍ତି ଆଉ ନବୀକରଣ କରାଯିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଏହି ସମସ୍ତ ଯବାନ ଓ ଅଫିସରଙ୍କୁ ୟୁନିଫର୍ମ ଭତ୍ତା ସହ ମୃତ୍ୟୁ ଅବା ଶାରୀରିକ ଅକ୍ଷମ ହେଲେ ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷିତ ଅନୁକମ୍ପାମୂଳକ ସହାୟତା ରାଶି ମଧ୍ୟ ମିଳିବ ।

ଏହି ଚାକିରି ପାଇଁ ଅବସରପ୍ରାପ୍ତ ଯବାନ ଓ ଅଫିସରଙ୍କର ସ୍ୱାସ୍ଥ୍ୟ ଫିଟ୍ ଥିବା  ସହ ସେମାନଙ୍କର ବୟସ ଓ ଅନ୍ୟାନ୍ୟ ଦସ୍ତାବିଜ ଠିକ୍ ରହିଥିବା ଜରୁରୀ । କେବଳ ଜେସିଓ, ସିପାହୀ ଓ ଟ୍ରେଡସମ୍ୟାନମାନଙ୍କୁ ଶାରୀରିକ ପରୀକ୍ଷା କରାଯିବ । ସେମାନେ ୪୫ମିନିଟ୍ ଭିତରେ ୪କିମି ଦୌଡ଼ି ପାରୁଥିବା ଜରୁରୀ ।

ଏହି ବାଟାଲିୟନକୁ ୨୦୨୬ ମାର୍ଚ୍ଚ ମାସ ପର୍ଯ୍ୟନ୍ତ କାର୍ଯ୍ୟ କରିବା ନିମନ୍ତେ ଏବେ ଅନୁମତି ମିଳିଛି । ଯଦି ଉକ୍ତ ବାଟାଲିୟନକୁ ଜାରି ରଖିବାକୁ ପଡ଼ିବ ତା’ହେଲେ ପୁଲିସ ମୁଖ୍ୟାଳୟକୁ ସାନି ପ୍ରସ୍ତାବ ଗୃହ ବିଭାଗକୁ ପଠାଇବାକୁ ପଡ଼ିବ ବୋଲି କୁହାଯାଇଛି । ଏହାସହିତ ଓଡ଼ିଶାରେ ନକ୍ସଲ ମୁକାବିଲା ପାଇଁ କିଭଳି ପୁଣିଥରେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ମୁତୟନ ହେବେ ସେନେଇ କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗରେ ରହିବା ନିମନ୍ତେ ଗୃହ ବିଭାଗ ମାଧ୍ୟମରେ ପ୍ରୟାସ ଜାରି ରଖିବାକୁ ପୁଲିସ ମୁଖ୍ୟାଳୟକୁ ପରାମର୍ଶ ଦିଆଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story