ଅବସରପ୍ରାପ୍ତ IPS ଅଫିସର ସନ୍ତୋଷ ଉପାଧ୍ୟାୟଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର। ତାଙ୍କୁ ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ(OPRB)ର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ଏନେଇ ଗୃହ ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ଜାରି କରାଯାଇଛି।
ଦୁଇ ବର୍ଷ ପାଇଁ ସନ୍ତୋଷ ଉପାଧ୍ୟାୟ ଏହି ଦାୟିତ୍ୱରେ ରହିବେ। ସେ ଗୃହ ବିଭାଗକୁ ରିପୋର୍ଟ କରିବେ। OPRB ଅଧ୍ୟକ୍ଷ ଭାବେ ଏବେ ଅତିରିକ୍ତ ଦାୟିତ୍ୱରେ ଅଛନ୍ତି ଆଇପିଏସ୍ ରାଜେଶ କୁମାର।
ସନ୍ତୋଷ ଉପାଧ୍ୟାୟ ୧୯୮୮ ବ୍ୟାଚ୍ର ଆଇପିଏସ୍ ଅଫିସର ଥିଲେ। ୨୦୨୩ ଏପ୍ରିଲ ୩୦ରେ ସେ ଅବସର ଗ୍ରହଣ କରିଥିଲେ। ହୋମଗାର୍ଡ ଓ ଅଗ୍ନିଶମ ଡିଜି ପଦରେ ଥିବା ବେଳେ ତାଙ୍କ ଚାକିରି ସମାପ୍ତ ହୋଇଥିଲା।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Miscellaneous
ଉଚ୍ଚସ୍ତରୀୟ କମିଟି ରିପୋର୍ଟକୁ ଅପେକ୍ଷା କରିଛି କେନ୍ଦ୍ର
ରାଜ୍ୟ ସରକାର ଗଢ଼ିଥିବା ଉଚ୍ଚ-ସ୍ତରୀୟ ତଦନ୍ତ କମିଟିର ରିପୋର୍ଟ ଆଧାରରେ କିଟ୍ ବିରୋଧରେ ଆବଶ୍ୟକ ଆଇନଗତ ଓ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଲୋକସଭାରେ ଏପ୍ରିଲ 4 ତାରିଖରେ ଲିଖିତ ଉତ୍ତର ଦେଇଛନ୍ତି ବୈଦେଶିକ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ।

Miscellaneous
ଲଘୁ ଖଣିଜ ସମ୍ପଦର ମନଇଚ୍ଛା ଲୁଟ୍ : ୮୬୪କୋଟି ଟଙ୍କାର ରାଜସ୍ୱ ବାଟମାରଣା: ଡଙ୍କାରୀ ପାହାଡ଼ ଲୁଟେରାଙ୍କୁ ସୁରକ୍ଷା, ସିଏଜି ଖୋଲିଲେ ଗୁମର
୨୦୧୫-୨୨ ମସିହା ମଧ୍ୟରେ ଲଘୁ ଖଣିଜରୁ ମୋଟ ୨୯.୬୮.୭୫କୋଟି ଟଙ୍କାର ରାଜସ୍ୱ ସଂଗ୍ରହ ହୋଇଥିବାବେଳେ ଅନିୟମିତତା ଓ ଦୁର୍ବଳ ବ୍ୟବସ୍ଥା ତଥା ତଦାରଖ ଅଭାବରୁ ରାଜ୍ୟକୁ ଶହ ଶହ କୋଟି ଟଙ୍କାର ରାଜସ୍ୱ କ୍ଷତି ସହିବାକୁ ପଡ଼ିଛି ।

Miscellaneous
ଏକକାଳୀନ ଆଇଏଏସ୍ ପାହ୍ୟାକୁ ଉନ୍ନୀତ ହେଲେ ୩୦ ଓଏଏସ୍ ଅଫିସର
ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଦିନେଦୁଇଦିନ ମଧ୍ୟରେ ଏହି ଅଫିସରମାନଙ୍କୁ ଆଇଏଏସ୍ ପଦବୀକୁ ଉନ୍ନୀତ ହେବାନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବ ବୋଲି ଜଣାପଡ଼ିଛି।

Miscellaneous
ବିଜେଡି ସାଂସଦଙ୍କ ପତ୍ନୀଙ୍କ କରାମତି: ରାତାରାତି ସଂସ୍ଥା ଗଢ଼ି ନେଇ ଯାଇଛନ୍ତି ସରକାରୀ ସମ୍ପତ୍ତି, ଜଳଜଳ ଦିଶୁଛି ଜାଲିଆତି
ନିଜର ଗଡ଼ଫାଦର ତଥା ‘ଧରମ ଶ୍ୱଶୁର’ଙ୍କ ପତିଆରା ଏବଂ ବିଜେଡିର ଅଘୋଷିତ ସର୍ବେସର୍ବାଙ୍କ ଛତ୍ରଛାୟାରେ ରହି ସମସ୍ତଙ୍କ ଆଖିରେ ଆଙ୍ଗୁଳି ଗେଞ୍ଜି ଶାଗମାଛ ଦରରେ ମାନସଙ୍କ ପତ୍ନୀ ଗାୟତ୍ରୀବାଳା ପଣ୍ଡା ୩୦ବର୍ଷିଆ ଲିଜରେ ରାଜ୍ୟ ସରକାରଙ୍କ ଏଭଳି ଏକ ସମ୍ପତ୍ତିକୁ ହାତେଇଛନ୍ତି ।

Miscellaneous
ନବ ଦାସ ହତ୍ୟା ମାମଲାରେ ନୂଆ ମୋଡ଼, ତଦନ୍ତ କରିବ କି ସିବିଆଇ?
ନବଙ୍କ ପରିବାର ସଦସ୍ୟ ସିବିଆଇ ତଦନ୍ତ ପାଇଁ ଲିଖିତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଦେଇଛୁ ବୋଲି ଦାବି କରିଛନ୍ତି। ମାତ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନାରେ ସିବିଆଇ ତଦନ୍ତ ସମ୍ପର୍କରେ ଉଲ୍ଲେଖ ନଥିବାରୁ କିଏ ସତ କହୁଛି ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।