Advertisment

ମେଡିକାଲ ଆସି ଷ୍ଟେସନ୍‌ରୁ ନିଖୋଜ ଅବସରପ୍ରାପ୍ତ ରେଲୱେ କର୍ମଚାରୀ

ସୋମନାଥଙ୍କୁ ତାଙ୍କ ପୁଅ ଓ ପୁତୁରା ନପାଇ ବହୁ ଖୋଜିଥିଲେ। ସ୍ଥାନୀୟ ରେଲୱେ ପୁଲିସର ସାହାୟତା ନେଇଥିଲେ। ରେଲୱେ ପୁଲିସ୍‌ ପ୍ଲାଟ୍‌ଫର୍ମରେ ଲାଗିଥିବା ସିସିଟିଭି ଯାଞ୍ଚ କରିଥିଲା।

Somanath

Somanath

Advertisment

ମେଡିକାଲ ଚେକ୍‌ ପାଇଁ ରାଜଧାନୀ ଭୁବନେଶ୍ୱର ଆସିଥିଲେ ଅବସରପ୍ରାପ୍ତ ରେଲୱେ କର୍ମଚାରୀ। ହେଲେ ଘରକୁ ଫେରିବା ବେଳେ ଭୁବନେଶ୍ୱର ଷ୍ଟେସନ୍‌ରୁ କେଉଁ ଆଡେ ଚାଲିଗଲେ। ପରିବାର ଲୋକେ ତାଙ୍କୁ ଖୋଜୁଛନ୍ତି। ହେଲେ ତାଙ୍କ ପତ୍ତା ପାଉନାହାନ୍ତି।

Advertisment

ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କୋଟଗରା ଗାଁ ଉପରଗୋଡ଼ା ସାହିର ସୋମନାଥ ସାହୁ ହେଉଛନ୍ତି ଜଣେ ଅବସରପ୍ରାପ୍ତ ରେଳ କର୍ମଚାରୀ। ଚାକିରିରୁ ଅବସର ପରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କ ବ୍ରେନ୍‌ରେ ଟ୍ୟୁମର ହୋଇଥିଲା। ତେଣୁ ତାଙ୍କୁ ପରିବାର ଲୋକେ ଭୁବନେଶ୍ୱର ଏମ୍‌ସରେ ଭର୍ତ୍ତି କରିଥିଲେ। ସାଥୀରେ ଆସିଥିଲେ ନିଜ ପୁଅ ସତ୍ୟରଞ୍ଜନ ସାହୁ ଓ ପୁତୁରା ଜିତେନ୍ଦ୍ର କୁମାର ସାହୁ। ଡାକ୍ତର ସ୍ୱାସ୍ଥ୍ୟ ପରୀକ୍ଷା ପରେ ସମସ୍ତେ ଘରକୁ ଫେରିବା ପାଇଁ ଭୁବନେଶ୍ୱର ଷ୍ଟେସନ୍‌କୁ ଆସିଥିଲେ। ଟ୍ରେନ୍‌କୁ ଅପେକ୍ଷା କରିଥିଲେ। ସୋମନାଥ ସାହୁ ପ୍ଲାଟ୍‌ଫର୍ମରେ ବସିଥିଲେ। ଆଉ ତାଙ୍କ ପୁଅ ଓ ପୁତୁରା ଷ୍ଟେସନ୍‌ରେ ବୁଲୁଥିଲେ। ସେହି ସମୟରେ ସୋମନାଥ କେଉଁ ଆଡେ ଚାଲିଲେ।

ସୋମନାଥଙ୍କୁ ତାଙ୍କ ପୁଅ ଓ ପୁତୁରା ନପାଇ ବହୁ ଖୋଜିଥିଲେ। ସ୍ଥାନୀୟ ରେଲୱେ ପୁଲିସର ସାହାୟତା ନେଇଥିଲେ। ରେଲୱେ ପୁଲିସ୍‌ ପ୍ଲାଟ୍‌ଫର୍ମରେ ଲାଗିଥିବା ସିସିଟିଭି ଯାଞ୍ଚ କରିଥିଲା। ସିସିଟିଭି ଯାଞ୍ଚ ବେଳେ ଷ୍ଟେସନର ୧ ନମ୍ବର ପ୍ଲାଟଫର୍ମରେ ସୋମନାଥ ବୁଲାବୁଲି କରୁଥିବା ଦେଖିବାକୁ ମିଳିଥିଲା। ସେହି ସମୟରେ ପ୍ଲାଟଫର୍ମରୁ ପାଟନା ସ୍ପେସାଲ ଟ୍ରେନ୍‌ ଛାଡ଼ିଥିଲା। ତେଣୁ ସେ ସେହି ଟ୍ରେନ୍‌ରେ ଚାଲି ଯାଇଥିବା ପରିବାର ଲୋକ ଅନୁମାନ କରୁଛନ୍ତି।

Advertisment

ପରିବାର ଲୋକଙ୍କ କହିବା ଅନୁସାରେ ସୋମନାଥଙ୍କୁ ବ୍ରେନଟ୍ୟୁମର ହୋଇଛି। ସେଥିପାଇଁ ସେ ମାନସିକ ଭାବେ ଦୁର୍ବଳ ଅଛନ୍ତି। ତେଣୁ ସେ ଦୈନିକ ମେଡିସିନ୍‌ ଖାଉଥିଲେ। ସେ ନିଖୋଜ ହେବା ବେଳେ ଏକ ଫିକା ସ୍କାଏ ରଙ୍ଗର ସାର୍ଟ ପିନ୍ଧିଥିବା ବେଳେ କଳା ରଙ୍ଗର ଏକ ପ୍ୟାଣ୍ଟ ପିନ୍ଧିଥିଲେ।

ରିପୋର୍ଟ- କାମାକ୍ଷାନଗରରୁ ବିଦ୍ୟାଧର ବରାଳ

Dhenkanal Railway
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe