ଯାଜପୁର ରୋଡ଼ ଉପ-କାରାଗାରରୁ ଜଣେ ବିଚାରାଧୀନ କଏଦୀ ଫେରାର। ମେଡ଼ିକାଲକୁ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ନିଆଯାଉଥିବା ବେଳେ କଏଦୀ ଜଣକ ଅଧା ରାସ୍ତାରୁ ଫେରାର ହୋଇଥିବା ନେଇ କୋରାଇ ଥାନାରେ ଅଭିଯୋଗ ହୋଇଛି। ଫେରାର କଏଦୀଙ୍କ ହେଲେ ରାଣା ପ୍ରତାପ ସିଂ, ତାଙ୍କ ଘର ପାଣିକୋଇଲି ଥାନା ଜହ୍ନା ଗାଁରେ।
ରାଣା ପ୍ରତାପ ସିଂ କିଛିଦିନ ତଳେ ଏକ ଦୁଷ୍କର୍ମ ଓ ଯୁବତୀଙ୍କ ନଗ୍ନ ଫଟୋ ଭାଇରାଲ ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ। ଅସୁସ୍ଥ ହେବାରୁ ଆଜି ତାଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଯାଜପୁର ରୋଡ଼ ଉପ-କାରାଗାର ରୁ ତାଙ୍କୁ ଯାଜପୁର ରୋଡ଼ ମେଡିକାଲକୁ ନିଆଯାଇଥିଲା। ମେଡିକାଲରୁ ସ୍ୱାସ୍ଥ୍ୟ ପରୀକ୍ଷା ସାରି ମେଡିସିନ କିଣିବା ବେଳେ ସେଠାରୁ ସେ ଚମ୍ପଟ୍ ମାରିଥିଲା।
Also Read
ଏନେଇ ଜେଲ୍ କତୃପକ୍ଷ କୋରାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଅଭିଯୋଗ ଆଧାରରେ କୋରାଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗରେ ଅନ୍ୟ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି କୋରାଇ ପୁଲିସ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଗଞ୍ଜାମରେ ଜାନୁଆରୀ ୩ରୁ ମଣ୍ଡିରେ ଧାନ ସଂଗ୍ରହ
ଗଞ୍ଜାମ ଜିଲ୍ଲାରେ ଡିସେମ୍ବର ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ କରିବା ପାଇଁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା।
Miscellaneous
ଘଟଣା ସଂପର୍କରେ ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ
ସ୍କୁଲରେ ପ୍ରାର୍ଥନା ସରୁ ସରୁ ଶ୍ରେଣୀ ଗୃହକୁ ନ ଯାଇ ସମସ୍ତେ ସିଧା ଚାଲି ଯାଇଥିଲେ ବିଧାୟିକାଙ୍କ ଘରକୁ।
Miscellaneous
ପୂର୍ବତନ ‘ଭୁବନେଶ୍ୱର ମଧ୍ୟ’ ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ
ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା।
Miscellaneous
ଜାନୁଆରୀ ୧୮ରୁ ହୀରାକୁଦ ଡ୍ୟାମରେ ବିଦେଶୀ ପକ୍ଷୀ ଗଣନା
ବିଗତ ୫ ବର୍ଷ ମଧ୍ୟରେ ପ୍ରତିବର୍ଷ ପକ୍ଷୀଙ୍କ ସଂଖ୍ୟା ବଢିବାରେ ଲାଗିଛି।
Miscellaneous
ପ୍ରବାସୀ ଭାରତୀୟ ଦିବସ ସମାରୋହ ପାଇଁ ବ୍ୟାପକ ପ୍ରସ୍ତୁତି: ଭୁବନେଶ୍ୱରରେ ପଥଉତ୍ସବ ସହ ରାତିରେ ଖୋଲା ରହିବ ମାର୍କେଟ
ଜାନୁଆରୀ ୮ରୁ ୧୦ତାରିଖ ପର୍ଯ୍ୟନ୍ତ ଜନତା ମଇଦାନରେ ଆୟୋଜନ ହେବ ପ୍ରବାସୀ ଭାରତୀୟ ଦିବସ। ସମାରୋହ ପାଇଁ ଭୁବନେଶ୍ୱର ସହରର ୫୫ଟି ରାସ୍ତାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜାରି ରହିଛି।