Advertisment

ଜେଲରୁ ବିଚାରାଧୀନ କଏଦୀ ଫେରାର

ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ନିଆଯାଉଥିବା ବେଳେ କଏଦୀ ଜଣକ ଅଧା ରାସ୍ତାରୁ ଫେରାର

Prisoner

Prisoner

Advertisment

ଯାଜପୁର ରୋଡ଼ ଉପ-କାରାଗାରରୁ ଜଣେ ବିଚାରାଧୀନ କଏଦୀ ଫେରାର। ମେଡ଼ିକାଲକୁ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ନିଆଯାଉଥିବା ବେଳେ କଏଦୀ ଜଣକ ଅଧା ରାସ୍ତାରୁ ଫେରାର ହୋଇଥିବା ନେଇ କୋରାଇ ଥାନାରେ ଅଭିଯୋଗ ହୋଇଛି। ଫେରାର କଏଦୀଙ୍କ ହେଲେ ରାଣା ପ୍ରତାପ ସିଂ, ତାଙ୍କ ଘର ପାଣିକୋଇଲି ଥାନା ଜହ୍ନା ଗାଁରେ।

Advertisment

ରାଣା ପ୍ରତାପ ସିଂ କିଛିଦିନ ତଳେ ଏକ ଦୁଷ୍କର୍ମ ଓ ଯୁବତୀଙ୍କ ନଗ୍ନ ଫଟୋ ଭାଇରାଲ ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ। ଅସୁସ୍ଥ ହେବାରୁ ଆଜି ତାଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଯାଜପୁର ରୋଡ଼ ଉପ-କାରାଗାର ରୁ ତାଙ୍କୁ ଯାଜପୁର ରୋଡ଼ ମେଡିକାଲକୁ ନିଆଯାଇଥିଲା। ମେଡିକାଲରୁ ସ୍ୱାସ୍ଥ୍ୟ ପରୀକ୍ଷା ସାରି ମେଡିସିନ କିଣିବା ବେଳେ ସେଠାରୁ ସେ ଚମ୍ପଟ୍‌ ମାରିଥିଲା।

ଏନେଇ ଜେଲ୍ କତୃପକ୍ଷ କୋରାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଅଭିଯୋଗ ଆଧାରରେ କୋରାଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗରେ ଅନ୍ୟ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି କୋରାଇ ପୁଲିସ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe