/odisha-reporter/media/post_attachments/uploadimage/library/16_9/16_9_0/sundargarh_1696916278.jpg)
sundargarh
ନିଜ ଘର ଛତିଶଗଡ଼କୁ ଫେରିଛନ୍ତି ସୁନ୍ଦରଗଡ଼ରୁ ଉଲଗ୍ନ ଅବସ୍ଥାରେ ଉଦ୍ଧାର ହୋଇଥିବା ମା’ ଓ ଝିଅ। ଆଜି ସକାଳେ ଆସ୍ଥା ଗୃହରୁ ବିଧି ବ୍ୟବସ୍ଥା ଅନୁସାରେ ପରିବାରକୁ ହସ୍ତାନ୍ତର କରିଛି ଜିଲ୍ଲା ପ୍ରଶାସନ। ଛତିଶଗଡ଼ରୁ ଆସିଥିବା ପରିବାର ଲୋକଙ୍କ ସହ ସେମାନେ ଘରକୁ ଯାଇଛନ୍ତି ।
ମହିଳାଙ୍କ ଘର ଛତିଶଗଡ଼ ଯଶପରା ଥାନା ଅନ୍ତର୍ଗତ ତୁମଲା ଥାନା ଖାରିବାରିରେ। ଗତକାଲି ଟାଉନ୍ ଥାନାରେ ମହିଳାଙ୍କ ଯାଆ ଓ ସାନ ଝିଅ ପହଞ୍ଚି ପରିଚୟ ଦେବା ସହ ଉଭୟଙ୍କ ମାନସିକ ସ୍ଥିତି ଠିକ୍ ନଥିବା କହିଥିଲେ। ଆଜି ଭୋର ୫ଟାରେ ପରିବାର ସହ ମାଆଝିଅ ନିଜ ଗାଁ ଅଭିମୁଖେ ଯାତ୍ରା କରିଛନ୍ତି।
ଗତ ଶନିବାର ଦିନ ମାଆଝିଅ ଉଲଗ୍ନ ଅବସ୍ଥାରେ ରାସ୍ତାରେ ଚାଲିଚାଲି ଯାଉଥିଲେ। ଠିକ୍ ଏହି ସମୟରେ ଆଦିବାସୀଙ୍କ ବିକ୍ଷୋଭରେ ସାମିଲ ହେବାକୁ ସେହି ବାଟ ଦେଇ ଯାଉଥିଲେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ। ତାଙ୍କର ଆଖି ଦୁଇ ମହିଳାଙ୍କ ଉପରେ ପଡ଼ି ଯାଇଥିଲା। ନିଜ କାର୍କୁ ରଖିବାକୁ ଡ୍ରାଇଭରକୁ କହିଥିଲେ। ସଙ୍ଗେ ସଙ୍ଗେ ଗାଡ଼ି ଭିତରୁ ବାହାରି ଆସି ଉଲଗ୍ନ ଦୁଇ ମହିଳାଙ୍କ ପାଖରେ ପହଞ୍ଚି ଥିଲେ। ଏହାସହ ବିଧାୟିକା କାର୍ରେ ଥିବା ଉତ୍ତରୀୟ ଆଣି ଦୁଇ ମହିଳାଙ୍କୁ ପିନ୍ଧାଇ ଦେବା ସହ ସେମାନଙ୍କୁ ଉଦ୍ଧାର କରିଥିଲେ। ପରେ ସେମାନଙ୍କୁ ଆସ୍ଥା ଗୃହରେ ରଖାଯାଇ ଚିକିତ୍ସା କରାଯାଇଥିଲା। ମାଆ ଓ ଝିଅ ସୁସ୍ଥ ହେବା ପରେ ସେମାନଙ୍କୁ ତାଙ୍କର ପରିଚୟ ବିଷୟରେ ପଚରାଉଚରା କରାଯାଇଥିଲା। ସେମାନଙ୍କ ଘର ଛତିଶଗଡ଼ ବୋଲି ଜଣାପଡ଼ିଥିଲା। ଏନେଇ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ପରିବାର ଲୋକେ ମା’ଝିଅଙ୍କୁ ନେବା ପାଇଁ ଛତିଶଗଡ଼ ଆସିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
