Advertisment

ଆକ୍ସନ ମୁଡ୍‌ରେ ରାଜସ୍ୱ ବିଭାଗ, ଡ୍ୟୁଟିରେ ଅବହେଳା କଲେ କାର୍ଯ୍ୟାନୁଷ୍ଠାନ

ଜିଲ୍ଲାପାଳଙ୍କୁ ଲେଖାଯାଇଥିବା ଚିଠିରେ ଉଲ୍ଲେଖ ରହିଛି, ଗ୍ରାଉଣ୍ଡରେ ଥିବା କିଛି ବିଭାଗୀୟ ଅଧିକାରୀ ଲୋକଙ୍କୁ ସେବା ଦେବାରେ ଅବହେଳା କରୁଛନ୍ତି। ଅଭିଯୋଗକୁ ଗ୍ରାଉଣ୍ଡ ସ୍ତରରେ ସମାଧାନ କରୁନାହାନ୍ତି। ଯେଉଁଥିପାଇଁ ଲୋକଙ୍କୁ ଉପରସ୍ତରକୁ ଏମିତିକି ଭୁବନେଶ୍ୱର ଯାଏଁ ଆସିବାକୁ ପଡୁଛି।

author-image
Manoranjan Sial
Tahasil office

Tahasil office

ଆକ୍ସନ ମୁଡ୍‌ରେ ରାଜସ୍ୱ ବିଭାଗ। ଡ୍ୟୁଟିରେ ଅବହେଳା କଲେ ଆଉ ତ୍ରାହି ନାହିଁ। ତହସିଲଦାର, ଆରଆଇ, ଅମିନଙ୍କୁ ରାଜସ୍ୱ ବିଭାଗର ତାଗିଦ। ଲୋକଙ୍କ କାମ ନକଲେ ଆକ୍ସନ। ୧୫ ଦିନ ଭିତରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ। ସମସ୍ତ ଜିଲ୍ଲାପାଳଙ୍କ ଚିଠି ଲେଖି ଅବଗତ କଲା ବିଭାଗ।

Advertisment

ଜିଲ୍ଲାପାଳଙ୍କୁ ଲେଖାଯାଇଥିବା ଚିଠିରେ ଉଲ୍ଲେଖ ରହିଛି, ଗ୍ରାଉଣ୍ଡରେ ଥିବା କିଛି ବିଭାଗୀୟ ଅଧିକାରୀ ଲୋକଙ୍କୁ ସେବା ଦେବାରେ ଅବହେଳା କରୁଛନ୍ତି। ଅଭିଯୋଗକୁ ଗ୍ରାଉଣ୍ଡ ସ୍ତରରେ ସମାଧାନ କରୁନାହାନ୍ତି। ଯେଉଁଥିପାଇଁ ଲୋକଙ୍କୁ ଉପରସ୍ତରକୁ ଏମିତିକି ଭୁବନେଶ୍ୱର ଯାଏଁ ଆସିବାକୁ ପଡୁଛି। ଏହା ଦ୍ୱାରା ଲୋକଙ୍କ ଉପରେ ଆର୍ଥିକ ଚାପ ଓ କଷ୍ଟ ସହିବାକୁ ପଡୁଛି। ଏହା ମଧ୍ୟ ନଜରକୁ ଆସିଛି ଯେ, ସମାଧାନ ପାଇଁ ଲୋକମାନେ ଦେଉଥିବା ଅଭିଯୋଗ ବିନା ଶୁଣାଣିରେ ନିୟମିତ ପ୍ରକ୍ରିୟାରେ ଖାରଜ ହେଉଛି। ଗ୍ରାଉଣ୍ଡରେ ଥିବା ଫିଲ୍‌ଡ ଅଧିକାରୀ ଉତ୍ତର ଦାୟିତ୍ୱ ନେଉନଥିବାରୁ ଏହି ସମସ୍ୟା ହେଉଛି। ଆଉ ଅବହେଳା କରିଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଉପରିସ୍ଥ ଅଧିକାରୀ ନେଉ ନାହାନ୍ତି ବୋଲି ଚିଠିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛି ବିଭାଗ। ଏଣିକି ଏମିତି ଅଭିଯୋଗ ଆସିଲେ ସଂପୃକ୍ତ ଅଧିକାରୀଙ୍କ ବିରୋଧେର ୧୫ ଦିନ ଭିତରେ ଶୃଙ୍ଖଳାଗତ ପ୍ରୋସିଡିଂ ଆରମ୍ଭ ହୋଇ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି।

ରାଜସ୍ୱ ବିଭାଗ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତାର ପ୍ରମାଣ ସାଧାରଣ ଜନତା ଦେବେ ବୋଲି ଶନିବାର ରାଜସ୍ୱ ମନ୍ତ୍ରୀ କହିଥିଲେ। ଏଥିପାଇଁ ବିଭାଗର ବିଭିନ୍ନ କାର୍ଯ୍ୟାଳୟରେ ରେଜିଷ୍ଟର ରହିବ। ତେବେ ଏ ସବୁ ସଂସ୍କାରମୂଳକ କାର୍ଯ୍ୟକ୍ରମ କେତେ ସଫଳ ହେଉଛି ତା’ ଉପରେ ସମସ୍ତଙ୍କ ନଜର ରହିଛି।

Advertisment
Bjp