Advertisment

କିସ୍‌ ଜମି ବାବଦରେ ତଥ୍ୟ ମାଗିଲେ ରାଜସ୍ୱ ମନ୍ତ୍ରୀ

‘୨୦୨୦ ମସିହାରେ ୧୦ ଏକର ପରିମିତ ଜଙ୍ଗଲ ଜମିକୁ ତତ୍କାଳୀନ ରାଜ୍ୟ ସରକାର କିସ୍‌ ଆଦିବାସୀ ସ୍କୁଲକୁ କେବଳ ବ୍ୟବହାର ଉଦ୍ଦେଶ୍ୟରେ ଦେଇଥିଲେ। ନିୟମ ଅନୁସାରେ ଏହି ଜମିକୁ ହସ୍ତାନ୍ତର କରାଯାଇପାରିବ ନାହିଁ କିମ୍ବା ଏହାର କିସମ ମଧ୍ୟ ପରିବର୍ତ୍ତନ କରାଯିବ ନାହିଁ।’

author-image
Manoranjan Sial
KISS

KISS

କିସ୍‌ ଜମି ବିବାଦ ମାମଲାରେ ପ୍ରତିକ୍ରିୟା ରଖିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି, ଏହି ଜମି ବିବାଦ ସମ୍ପର୍କୀତ ସମ୍ପୂର୍ଣ୍ଣ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ୨୦୨୦ ମସିହାରେ ୧୦ ଏକର ପରିମିତ ଜଙ୍ଗଲ ଜମିକୁ ତତ୍କାଳୀନ ରାଜ୍ୟ ସରକାର କିସ୍‌ ଆଦିବାସୀ ସ୍କୁଲକୁ କେବଳ ବ୍ୟବହାର ଉଦ୍ଦେଶ୍ୟରେ ଦେଇଥିଲେ। ନିୟମ ଅନୁସାରେ ଏହି ଜମିକୁ ହସ୍ତାନ୍ତର କରାଯାଇପାରିବ ନାହିଁ କିମ୍ବା ଏହାର କିସମ ମଧ୍ୟ ପରିବର୍ତ୍ତନ କରାଯିବ ନାହିଁ। କେବଳ ବ୍ୟବହାର ଉଦ୍ଦେଶ୍ୟରେ ରାଜ୍ୟ ସରକାର ଦେଇଥିବା ପ୍ରସ୍ତାବ ଏବେ ମଧ୍ୟ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ବିଚାରାଧୀନ ରହିଛି। ଏ ନେଇ ଆଦିବାସୀ ବ୍ୟାପର ମନ୍ତ୍ରୀ ଜୁଏଲ ଓରାମ ମଧ୍ୟ ରାଜ୍ୟ ସରକାର ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ। ତେବେ ବିଭାଗ ଏ ନେଇ ସବିଶେଷ ବିବରଣୀ ଦେବା ପରେ ଏହା ଉପରେ ଯାହା କିଛି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।

Advertisment

ରାଜଧାନୀ ଭୁବନେଶ୍ୱରରେ ୧୦ ଏକର ଜମିକୁ ମାତ୍ର ୨୫ ଲକ୍ଷ ଟଙ୍କାରେ କିସ୍‌ ହାତକୁ ଟେକି ଦେଇଛନ୍ତି ତତ୍‌କାଳୀନ ବିଜେଡି ସରକାର। ସର୍ତ୍ତ ସବୁ ପୂରଣ ହୋଇନଥିଲେ ମଧ୍ୟ ରେଗୁଲାରାଇଜେସନ୍‌ ପ୍ରକ୍ରିୟାକୁ ସାରି ଦେଇଥିଲେ। ଏହି ପ୍ରକ୍ରିୟା ଉପରେ ଏବେ ରୋକ ଲଗାଇଥିଲେ କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଜୁଏଲ ଓରାମ। ତେବେ ଏଠି ପ୍ରଶ୍ନ ଉଠୁଛି, କାହିଁକି ବିଜେଡିର ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତଙ୍କ ମାଲିକାନାରେ ଥିବା ଏହି ସଂସ୍ଥାକୁ ଅହେତୁକ ଅନୁକମ୍ପା ଦେଖାଇଥିଲେ ବିଜେଡି ସରକାର ଓ ଅଧିକାରୀ?

Bhubaneswar Bhubaneswar News