Advertisment

ଆହାର କେନ୍ଦ୍ରରେ ଲୋକଙ୍କ ସହିତ ଖାଇଲେ ରାଜସ୍ୱ ମନ୍ତ୍ରୀ

ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ସମ୍ୱଲପୁର ଗସ୍ତରେ ଯାଇଥିଲେ। ସେ ମହିଳା ମହାବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ପରେ ଜେଲ୍‌ ରୋଡ୍‌ରେ ଥିବା ଆହାର କେନ୍ଦ୍ରକୁ ଯାଇଥିଲେ। ସାଥୀରେ ଥିଲେ ନିଜ କର୍ମଚାରୀ।

Sambalpur

Sambalpur

Advertisment

ଆହାର କେନ୍ଦ୍ରରେ ଖାଇବା ପାଇଁ ଧାଡ଼ିରେ ଛିଡ଼ା ହୋଇ ଟୋକନ୍‌ କଲେ। ଟୋକନ୍‌ ନେଇ ଲୋକଙ୍କ ସହିତ ଖାଇଲେ। ଆଉ ସୁଖ ଓ ଦୁଃଖ ପଚାରି ବୁଝିଲେ। ସମାଧାନ ପାଇଁ ଲୋକଙ୍କୁ ପ୍ରତିଶ୍ରୁତି ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ସମ୍ୱଲପୁର ଥାଉନ୍‌ରେ ଦେଖିବାକୁ ମିଳିଛି ଏପରି ଚିତ୍ର। ମନ୍ତ୍ରୀଙ୍କ ଏପରି ଆନ୍‌ଦାଜ ଦେଖି ଲୋକେ ତାଜୁବ୍‌।

Advertisment

ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ସମ୍ୱଲପୁର ଗସ୍ତରେ ଯାଇଥିଲେ। ସେ ମହିଳା ମହାବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ପରେ ଜେଲ୍‌ ରୋଡ୍‌ରେ ଥିବା ଆହାର କେନ୍ଦ୍ରକୁ ଯାଇଥିଲେ। ସାଥୀରେ ଥିଲେ ନିଜ କର୍ମଚାରୀ। ଶ୍ରୀ ପୂଜାରୀ ଲୋକଙ୍କ ସହିତ ଧାଡ଼ିରେ ଛିଡ଼ା ହୋଇ ଟୋକନ୍‌ କାଟି ଥିଲେ। ସେ ନିଜ ପାଇଁ ଓ ନିଜ ସାଥୀମାନଙ୍କ ପାଇଁ ଟୋକନ କାଟିଥିଲେ। ପରେ ଟୋକନ୍‌ ଧରି ଖାଦ୍ୟ ଖାଇବା ପାଇଁ ଛିଡା ହୋଇଥିଲେ। ତା’ପରେ ଭାତ ଥାଳି ଧରି ଡାଇନିଂ ଟେବୁଲ୍‌ ପାଖକୁ ଯାଇ ଖାଇଥିଲେ। ଭାତ ସାଙ୍ଗକୁ ଡାଲ୍‌ମା ଓ ଆଚାର ଖାଇବା ପାଇଁ ଦିଆଯାଇଥିଲା।

ମନ୍ତ୍ରୀ ଶ୍ରୀ ପୂଜାରୀ ଖାଇବା ବେଳେ ଲୋକଙ୍କ ସହିତ କଥା ହୋଇଥିଲେ। ଆହାର କେନ୍ଦ୍ରର ସୁବିଧା ଓ ଅସୁବିଧା ପଚାରି ବୁଝିଥିଲେ। ଆଲୋଚନା ବେଳେ କିଛି ଲୋକ ଅଭିଯୋଗ କରିଥିଲେ। ଯେଉଁଥିପାଇଁ ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ। ଅଭିଯୋଗ ଅନୁସାରେ ଆହାର କେନ୍ଦ୍ରକୁ ମନ୍ତ୍ରୀ ଆସିବା ପୂର୍ବରୁ କେତେକ ଲୋକଙ୍କୁ ଟୋକନ୍‌ ନଥିବା କହି ଫେରାଇ ଦିଆଯାଇଥିଲା। ଯଦି ଟୋକନ ନଥିଲା, ତାହାହେଲେ ମୋତେ କେମିତି ମିଳିଲା ବୋଲି ଶ୍ରୀ ପୂଜାରୀ ଅଭିଯୋଗ କରିଛନ୍ତି।

Advertisment
Sambalpurଲୋକଙ୍କ ସହିତ ବସି ଖାଉଛନ୍ତି ମନ୍ତ୍ରୀ

ଶ୍ରୀ ପୂଜାରୀ କହିଛନ୍ତି, ବହୁଦିନ ହେଲା ଆହାର କେନ୍ଦ୍ରର ଖାଦ୍ୟ ଖାଇବା ପାଇଁ ମନଥିଲା। ତେଣୁ ଖାଇବାକୁ ଆସିଲି। ଭାତ, ଡାଲମା ଓ ଆଚାର ଖାଇବାକୁ ଦେଲେ। ମୋତେ ଖାଦ୍ୟ ଭଲ ଲାଗିଲା। କିନ୍ତୁ ଖାଇଲା ବେଳେ କିଛି ଲୋକ ଅଭିଯୋଗ କରିଥିଲେ। ମୋ ଆସିବା ପୂର୍ବରୁ କିଛି ଲୋକ କୁପନ୍‌ ନପାଇ ଫେରି ଯାଇଥିଲେ। ଯଦି ମୋତେ କୁପନ୍‌ ମିଳିଲା, ତାହା ହେଲେ ମୋ ପୂର୍ବରୁ ଆସିଥିବା ଲୋକଙ୍କୁ କ’ଣ ପାଇଁ ମିଳିଲା ନାହିଁ? ଆହାର କେନ୍ଦ୍ର ସକାଳ ୧୦ଟାରୁ ଆରମ୍ଭ ହେଉଛି। ତେଣୁ ମଧ୍ୟାହ୍ନ ବେଳେ ଶ୍ରମିକମାନେ ଖାଇବା ପାଇଁ ଆସିଲା ବେଳେ ଖାଦ୍ୟ ସରି ଯାଉଛି। ତେଣୁ ସେମାନେ ଭୋକିଲା ଫେରି ଯାଉଥିବା ଶୁଣିବାକୁ ପାଇଲି। ଏ ସମ୍ପର୍କରେ ଆହାର କେନ୍ଦ୍ର କର୍ମଚାରୀଙ୍କୁ ପଚାରିବାରୁ ଜାଣିବାକୁ ପାଇଲି, ୫୦୦ ଜଣଙ୍କ ପାଇଁ ଭୋଜନର ବ୍ୟବସ୍ଥା କରାଯାଉଛି। ୫୦୦ରୁ ଅଧିକ ଲୋକ ଖାଇବା ପାଇଁ ଆସିଥିଲେ ମିଲ୍‌ ସରିଯାଉଛି। ତେବେ ଏହି ସମସ୍ୟା ସମ୍ପର୍କରେ ସମ୍ୱଲପୁର ମହାନଗର ନିଗମ କମିଶନର ଓ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବି। ଦରକାର ପଡିଲେ ମିଲ ସଂଖ୍ୟା ବଢ଼ାଇବା ପାଇଁ ଚେଷ୍ଟା କରିବି ବୋଲି ଶ୍ରୀ ପୂଜାରୀ କହିଛନ୍ତି।

ରିପୋର୍ଟ- ସମ୍ୱଲପୁରରୁ ସଞ୍ଜୟ ଜେନା

Sambalpur Ahara Centre
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe