Advertisment

‘ଭୁବନେଶ୍ୱରରେ ଖୋଲିବ ଚାଉଳ ଏଟିଏମ୍‌, ଧାନ କୁଇଣ୍ଟାଲ ୩୧ଶହ ଟଙ୍କାରେ କିଣାଯିବ’

ହିତାଧିକାରୀଙ୍କୁ କାର୍ଡ ଦିଆଯିବ। ସେମାନେ ମେସିନ୍‌ରେ କାର୍ଡ ଗଳାଇଲେ ବାହାରିବ ଚାଉଳ।

ଅଦ୍ୟତନ ହୋଇଛି
Krushna Patra

Krushna Patra

Advertisment

ରାଜଧାନୀ ଭୁବନେଶ୍ୱରରେ ଖୋଲିବ ଚାଉଳ ATM। ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ଏହି ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି, ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଭୁବନେଶ୍ୱରରେ ଖୋଲିବ ଚାଉଳ ଏଟିଏମ୍‌। ହିତାଧିକାରୀଙ୍କୁ କାର୍ଡ ଦିଆଯିବ। ସେମାନେ ମେସିନ୍‌ରେ କାର୍ଡ ଗଳାଇଲେ ବାହାରିବ ଚାଉଳ। ଆଗାମୀ ସପ୍ତାହକ ମଧ୍ୟରେ ଭୁବନେଶ୍ୱରରେ ଆରମ୍ଭ କରାଯିବ ଏହି ବ୍ୟବସ୍ଥା। ପରେ ରାଜ୍ୟର ସବୁ ଜିଲ୍ଲାରେ ଖୋଲାଯିବ ଚାଉଳ ଏଟିଏମ୍‌। ଆଜି ୱାର୍ଲ୍ଡ ଫୁଡ୍ ପ୍ରୋଗ୍ରାମର କିଛି ଅଧିକାରୀ ଆସିଥିଲେ। ସେମାନଙ୍କ ସହିତ ଏନେଇ ଆଲୋଚନା ହୋଇଛି। ସେମାନେ ଆମକୁ ଟେକ୍ନୋଲୋଜି ଯୋଗାଇ ଦେବେ।

ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି, ଚାଷୀଙ୍କଠାରୁ ଧାନ କୁଇଣ୍ଟାଲ ୩୧ଶହ ଟଙ୍କାରେ କିଣାଯିବ। ନିର୍ବାଚନୀ ଇସ୍ତାହାରରେ କହିଛୁ, ଏଇ ଖରିଫ୍‌ ଋତୁରୁ ଚାଷୀଙ୍କୁ ୩୧ ଶହ ଟଙ୍କା ଦେବୁ। କାଲି କେନ୍ଦ୍ର ସରକାର ଧାନ କ୍ୱିଣ୍ଟାଲ ପ୍ରତି ୨୩ଶହ କଲା ପରେ ଆମକୁ ସୁବିଧା ହୋଇଛି। ଆମକୁ ୯୧୭ ଟଙ୍କା ଅଧିକ ଦେବାକୁ ପଡ଼ିଥା’ନ୍ତା। ଏବେ ୮୦୦ ଟଙ୍କା ପଡ଼ିବ। ଚାଷୀ ଧାନ ଦେବାର ୪୮ ଘଣ୍ଟା ମଧ୍ୟରେ ପ୍ରାପ୍ୟ ପାଇଯିବେ। କୌଣସି କଟ୍‌ନୀଛଟ୍‌ନୀ କରାଯିବନି।କଟ୍‌ନୀଛଟ୍‌ନୀ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। 

Advertisment

କୃଷକମାନେ କିପରି ଧାନ କୁଇଣ୍ଟାଲ ପିଛି ୩୧ଶହ ଟଙ୍କା ପାଇବେ, ଏବେ ଆମେ ସେହି କାର୍ଯ୍ୟରେ ଲାଗିଛୁ। ଏଇ ଖରିଫ ଋତୁରେ ଆମେ ପଇସା ଦେବା ଆରମ୍ଭ କରିବୁ। କୌଣସି ମିଲର ଚାଷୀଙ୍କୁ ହଇରାଣ କରିପାରିବେ ନାହିଁ। ଚାଷୀଙ୍କୁ ହଇରାଣ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଚାଷୀମାନେ ଦିନ ଦିନ ଧରି ମଣ୍ଡି ଆଗରେ ଧାନ ରଖି ବସିବେ ନାହିଁ। ସେମାନଙ୍କଠାରୁ ତୁରନ୍ତ ଧାନ ସଂଗ୍ରହ କରାଯିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀ ପାତ୍ର।  

ରାଜ୍ୟରେ ପ୍ରାୟ ୫୦ ଲକ୍ଷ ଫଲ୍‌ସ ରାସନ କାର୍ଡ ହିତାଧିକାରୀ ଅଛନ୍ତି ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ବିଭାଗୀୟ ଅଧିକାରୀମାନଙ୍କ ସହିତ ସମୀକ୍ଷା କଲା ବେଳେ ଏ କଥା ସାମ୍ନାକୁ ଆସିଛି। କେଉଁଠି ହିତାଧିକାରୀଙ୍କ ମୃତ୍ୟୁ ଘଟିଛି ଓ କେଉଁଠି ନାହାନ୍ତି। ସେସବୁକୁ ଚିହ୍ନଟ କରାଯିବ ଓ ରାସନ କାର୍ଡ ପ୍ରତ୍ୟାହାର କରାଯିବ। ଫଲ୍‌ସ କାର୍ଡ ପ୍ରତ୍ୟାହାର କରାଯାଇ ନୂଆ ହିତାଧିକାରୀଙ୍କୁ ସାମିଲ କରାଯିବ।

Paddy ATM
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe