ଭୁଶୁଡିଲା ରାଇସ୍‌ ମିଲ୍‌, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ନବରଙ୍ଗପୁର ସହର ପ୍ରାଇଭେଟ୍‌ ବସ୍‌ଷ୍ଟାଣ୍ଡ ନିକଟରେ ରହିଛି ବଜରଙ୍ଗୀ ରାଇସ୍‌ ମିଲ୍‌ ଓ ଗୋଦାମ ଗୃହ। ସେହି ରାଇସ ମିଲ୍‌ରେ ୩ ହଜାର କ୍ୱିଣ୍ଟାଲ ସରକାରୀ ଚାଉଳ ଓ ଧାନ ରହିଥିଲା। ଚାଉଳର ଆନୁମାନିକ ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ।

ଭୁଶୁଡିବା ପରେ...

  • Published: Sunday, 21 July 2024
  • , Updated: 21 July 2024, 03:38 PM IST

ଲଗାଣ ବର୍ଷା ଯୋଗୁ ନବରଙ୍ଗପୁର ଟାଉନ୍‌ରେ ଥିବା ଏକ ରାଇସ୍‌ ମିଲ୍‌ ଭୁଶୁଡିଛି। ଅଳ୍ପକେ ବର୍ତ୍ତି ଯାଇଛି ମିଲ୍‌ କର୍ମଚାରୀଙ୍କ ଜୀବନ। ହେଲେ ଲକ୍ଷାଧିକ ଟଙ୍କାର ସରକାରୀ ଚାଉଳ ଓ ଧାନ ନଷ୍ଟ ହୋଇଛି।

ନବରଙ୍ଗପୁର ସହର ପ୍ରାଇଭେଟ୍‌ ବସ୍‌ଷ୍ଟାଣ୍ଡ ନିକଟରେ ରହିଛି ବଜରଙ୍ଗୀ ରାଇସ୍‌ ମିଲ୍‌ ଓ ଗୋଦାମ ଗୃହ। ସେହି ରାଇସ ମିଲ୍‌ରେ ୩ ହଜାର କ୍ୱିଣ୍ଟାଲ ସରକାରୀ ଚାଉଳ ଓ ଧାନ ରହିଥିଲା। ଚାଉଳର ଆନୁମାନିକ ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ। ମିଲ୍‌ରେ କାର୍ଯ୍ୟରତ ୫ ଜଣ କର୍ମଚାରୀ ଶନିବାର ରାତିରେ ଖାଇବାକୁ ଯାଇଥିଲେ। ଠିକ୍‌ ସମୟରେ ମିଲ୍‌ର ଛାତ ଭୁଶୁଡ଼ି ପଡ଼ିଥିଲା। ଗତ ୩ ଦିନ ହେଲା ଲାଗି ରହିଥିବା ବର୍ଷା ଯୋଗୁ ରାଇସ୍‌ ମିଲ୍‌ ଭୁଶୁଡି ପଡ଼ିଥିବା ଚର୍ଚ୍ଚା ହେଉଛି।

ମିଲ୍‌ ଭଶୁଡି ପଡ଼ିବା ଯୋଗୁ କର୍ମଚାରୀଙ୍କ ଜୀବନ ସିନା ବଞ୍ଚିଗଲା,ହେଲେ ଗୋଦାମ ଗୃହରେ ଥିବା ସମସ୍ତ ଚାଉଳ ଓ ଧାନ ବର୍ଷାରେ ଭିଜି ଯାଇ ନଷ୍ଟ ହୋଇଯାଇଛି। କର୍ମଚାରୀଙ୍କଠାରୁ ଖବର ପାଇ ମିଲ୍‌ ମାଲିକ ବିକାଶ ଅଗ୍ରୱାଲ ରାଇଲ୍‌ ମିଲ୍‌ରେ ପହଞ୍ଚିଥିଲେ। ଯେଉଁ ଚାଉଳ ନଷ୍ଟ ହୋଇଛି, ତାହା ସରକାରଙ୍କ ତରଫରୁ ହିତାଧିକାରୀଙ୍କୁ ଯୋଗାଣ ପାଇଁ ରହିଥିଲା। ତେଣୁ ସେ ଚାଉଳ ଓ ଧାନ ନଷ୍ଟ ସମ୍ପର୍କରେ ଯୋଗାଣ ବିଭାଗ ଅଧିକାରୀଙ୍କୁ ଅବଗତ କରାଇଛନ୍ତି। ମିଲରେ ବ୍ୟାପକ ନଷ୍ଟ ହୋଇଥିବାରୁ କ୍ଷତିପୂରଣ ଦେବା ପାଇଁ ରାଇସ୍‌ ମାଲିକ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।

ରିପୋର୍ଟ- ନବରଙ୍ଗପୁରରୁ ନବଘନ ବିଷୋୟୀ

Related story