Advertisment

ବାଲିଯାତ୍ରାରେ ବିକ୍ରି ହେଉଛି ଟଙ୍କ ତୋରୁଣି

କଟକ ବାଲିଯାତ୍ରାରେ ପ୍ଲାଟିକ୍‌ ବୋତରେ ବିକ୍ରି ହେଉଛି ଟଙ୍କା ତୋରାଣି। ୨୦୦ ଗ୍ରାମ ବୋଲତକୁ ଦେବାକୁ ପଡ଼ିବ ୨୦ ଟଙ୍କା। ଯେଉଁଥିରେ କୌଣସି ରାସାୟନିକ ସାମଗ୍ରୀ ମିଶା ଯାଇନାହିଁ। ବରଂ ପୂରା ଦେଶୀ ଫର୍ମୁଲାରେ ତିଆରି ହୋଇଛି।

author-image
Manoranjan Sial
Bali Yatra

Bali Yatra

ଐତିହାସିକ ବାଲିଯାତ୍ରାରେ ବିକ୍ରି ହେଉଛି ଟଙ୍କ ତୋରାଣି। ସେଥିରେ ରହିଛି ଶ୍ରୀକ୍ଷେତ୍ରର ଟଙ୍କ ତୋରାଣିର ଫ୍ଲେବର। ସେହି ତୋରାଣି ପିଇବା ପାଇଁ ଶୀତୁଆ ସନ୍ଧ୍ୟାରେ ଗ୍ରାହକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଖାଲି ପିଉନାହାନ୍ତି, ବରଂ ପ୍ରଶଂସା ମଧ୍ୟ କରୁଛନ୍ତି। ଯଦି ଆପଣ ବାଲିଯାତ୍ରା ବୁଲିବାକୁ ଯାଉଛନ୍ତି, ତାହାହେଲେ ଥରେ ଟଙ୍କ ତୋରାଣିର ସ୍ୱାଦ ଚାଖନ୍ତୁ।

Advertisment

କଟକ ବାଲିଯାତ୍ରାରେ ପ୍ଲାଟିକ୍‌ ବୋତରେ ବିକ୍ରି ହେଉଛି ଟଙ୍କା ତୋରାଣି। ୨୦୦ ଗ୍ରାମ ବୋଲତକୁ ଦେବାକୁ ପଡ଼ିବ ୨୦ ଟଙ୍କା। ଯେଉଁଥିରେ କୌଣସି ରାସାୟନିକ ସାମଗ୍ରୀ ମିଶା ଯାଇନାହିଁ। ବରଂ ପୂରା ଦେଶୀ ଫର୍ମୁଲାରେ ତିଆରି ହୋଇଛି। ଚାଉଳ ତୋରାଣିରେ ଦହି, ଲୁଣ, ଲେମ୍ୱୁ, କଞ୍ଚା ଲଙ୍କା, ଆମ୍ୱକଶି ଅଦା, ଭୃଷଙ୍ଗ ପତ୍ର ପ୍ରମୁଖ ପଡିଛି। ଏହାର ଟେଷ୍ଟ ଶ୍ରୀକ୍ଷେତ୍ରର ଟଙ୍କ ତୋରାଣି ଭଳି ରହିଛି। ୩୦ ଦିନ ପର୍ଯ୍ୟନ୍ତ ସଂରକ୍ଷିତ କରି ରଖାଯାଇ ପାରିବ। ଏଥିପାଇଁ ଫ୍ରିଜ୍‌ର ଆବଶ୍ୟକତା ନାହିଁ ବୋଲି ମିଶନ୍‌ ଶକ୍ତିର ମହିଳାମାନେ ଦାବି କରିଛନ୍ତି। ବାଲିଯାତ୍ରା ବୁଲିବାକୁ ଆସୁଥିବା ଲୋକମାନେ ଆଗ୍ରହର ସହ ଏହି ଡ୍ରିଙ୍କ୍ସକୁ ପିଉଥିବା ଦେଖିବାକୁ ମିଳୁଛି।

ତୋରାଣି ବିକୁଥିବା ମିଶନ ଶକ୍ତିର ଜଣେ ଯୁବତୀ କହିଛନ୍ତି, ପଖାଳରେ ବହୁ ଔଷଧୀୟ ଗୁଣ ରହିଛି ବୋଲି ମହାମାରୀ କୋଭିଡ୍‌ ସମୟରେ ଡାକ୍ତରମାନେ କହିଥିଲେ। ତା’ପରେ ପଖାଳକୁ ନେଇ କିଛି ନୂଆ କରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲୁ। ଲୋକଙ୍କୁ ସିନା ଦେଇପାରିବୁ ନାହିଁ, କିନ୍ତୁ ତା’ ପାଣି(ତୋରାଣି)କୁ ବିକି ପାରିବୁ। ତା’ପରେ ତୋରାଣି ପ୍ରସ୍ତୁତରେ ଲାଗି ପଡ଼ିଲୁ। ପ୍ରଥମ ଦିନରୁ ତୋରାଣିର ଚାହିଦା ଦେଖିବାକୁ ମିଳିଥିଲା। ପ୍ରଥମ ଦିନରେ ୧୦,୦୦୦ଟି ବଟ୍‌ଲ ଆଣିଥିଲୁ। ଅଧ ଘଣ୍ଟାଏରେ ସବୁ ବିକ୍ରି ହୋଇଯାଇଥିଲା। ମଙ୍ଗଳବାର ୧୫,୦୦୦ ବୋତଲ ଆଣିଥିଲୁ। ଦୁଇ ଘଣ୍ଟାରେ ବିକ୍ରି ହୋଇଗଲା। ଆଜି ୧୮୦୦୦ ବୋତଲ ଆଣିଛୁ। ଦୁଇ ଘଣ୍ଟାରେ ପ୍ରାୟତଃ ସରିବାକୁ ବସିଲାଣି ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।

Advertisment

ରିପୋର୍ଟ-କଟକରୁ ସ୍ୱାତୀ ଜେନା

Cuttack Bali Yatra Shg Women