Advertisment

କେନାଲ ପାଣିରେ ଫିଙ୍ଗିଦେଲେ କ୍ୱିଣ୍ଟାଲ୍‌ କ୍ୱିଣ୍ଟାଲ୍‌ ଅରୁଆ ଚାଉଳ

ଆଜି ଅପରାହ୍ନରେ ନିମାପଡା-ଗୋପ ବ୍ରାଞ୍ଚ କେନାଲର ବାୟାକୁଦା ବ୍ରିଜ ନିକଟରେ ଗୋଟିଏ ମିନି ଟ୍ରକ୍‌ ଠିଆ ହେଲା। ତା’ପରେ ୩ରୁ ୪ ଜଣ ଶ୍ରମିକ ଟ୍ରକ୍‌ରୁ ଓହ୍ଲାଇଲେ। ପରେ ଟ୍ରକ୍‌ରୁ ଚାଉଳ ବସ୍ତା ଖୋଲି ସିଦା କେନାଲ୍‌ରେ ଯାଉଥିବା ପାଣିରେ ଭସାଇ ଦେଲେ।

Konark

Konark

Advertisment

କେନାଲ ପାଣିରେ ଫିଙ୍ଗିଦେଲେ କ୍ୱିଣ୍ଟାଲ୍‌ କ୍ୱିଣ୍ଟାଲ୍‌ ଅରୁଆ ଚାଉଳ। ଦିନ ଦ୍ୱି’ପହରରେ ଏପରି ଚିତ୍ର ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳରେ। ତେବେ କାହିଁକି ଏ ଚାଉଳ ଫିଙ୍ଗା ଯାଉଛି, ସେ ସମ୍ପର୍କରେ କାହା ପାଖରେ କିଛି ଉତ୍ତର ନାହିଁ। କିନ୍ତୁ ଚର୍ଚ୍ଚା ହେଉଛି ଫିଙ୍ଗା ଯାଉଥିବା ଚାଉଳ ମହାପ୍ରଭୁଙ୍କ ପରିକ୍ରମା ପ୍ରକଳ୍ପ ପାଇଁ ଆଦାୟ ହୋଇଥିଲା।

Advertisment

ଆଜି ଅପରାହ୍ନରେ ନିମାପଡା-ଗୋପ ବ୍ରାଞ୍ଚ କେନାଲର ବାୟାକୁଦା ବ୍ରିଜ ନିକଟରେ ଗୋଟିଏ ମିନି ଟ୍ରକ୍‌ ଠିଆ ହେଲା। ତା’ପରେ ୩ରୁ ୪ ଜଣ ଶ୍ରମିକ ଟ୍ରକ୍‌ରୁ ଓହ୍ଲାଇଲେ। ପରେ ଟ୍ରକ୍‌ରୁ ଚାଉଳ ବସ୍ତା ଖୋଲି ସିଦା କେନାଲ୍‌ରେ ଯାଉଥିବା ପାଣିରେ ଭସାଇ ଦେଲେ। ଏମିତି କ୍ୱିଣ୍ଟାଲ୍‌ କ୍ୱିଣ୍ଟାଲ ଚାଉଳ ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ଚାଉଳ ସମ୍ପର୍କରେ ଶ୍ରମିକମାନଙ୍କୁ ପଚାରିଥିଲେ। ହେଲେ ସେମାନେ ଏନେଇ କୌଣସି ସନ୍ତୋଷଜନକ ଉତ୍ତର ଦେଇନଥିଲେ। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସନ୍ଦେହ ପ୍ରକାଶ ପାଉଛି।

ତେବେ ଏଠି ପ୍ରଶ୍ନ ଉଠୁଛି ଏତେ ପରିମାଣର ଅରୁଆ ଚାଉଳ ଆସିଲା କେଉଁଠୁ? ପାଣିରେ ଫିଙ୍ଗିଲେ କାହିଁକି? ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେପଟେ ଚର୍ଚ୍ଚା ହେଉଛି କେନାଲରେ ଫିଙ୍ଗା ଯାଇଥିବା ଅରୁଆ ଚାଉଳ ଶ୍ରୀଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଆଦାୟ ହୋଇଥାଇପାରେ।

Advertisment

ରିପୋର୍ଟ- କୋଣାର୍କରୁ ସଞ୍ଜୟ ପତି

Konark Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe