Advertisment

ଖାଇଗଲାଣି ନଦୀବନ୍ଧ, ଖସିଲା ଶହେ ଫୁଟର ଅତଡ଼ା

ଭଦ୍ରକ ଜିଲ୍ଲା ଚାନ୍ଦବାଲି ଧାମରା ମନ୍ଦିର ନିକଟରେ ପୁଣି ୧୦୦ ଫୁଟର ଅତଡ଼ା ଖସିଛି। ନଦୀବନ୍ଧ ସମ୍ପୂର୍ଣ ଖାଇଯିବା ଫଳରେ ଆତଙ୍କିତ ଅବସ୍ଥାରେ ଅଛନ୍ତି ନଦୀକୂଳିଆ ବାସିନ୍ଦା।

River Belt

River Belt

Advertisment

ଧସିଲା ନଦୀବନ୍ଧ। ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ଧାମରା ମନ୍ଦିର ନିକଟରେ ୧୦୦ ଫୁଟର ଅତଡ଼ା ଖସିଛି। ନଦୀବନ୍ଧ ସମ୍ପୂର୍ଣ ଖାଇଯିବା ଫଳରେ ଆତଙ୍କିତ ଅବସ୍ଥାରେ ଅଛନ୍ତି ନଦୀକୂଳିଆ ବାସିନ୍ଦା।

Advertisment

 ଏହି ନଦୀବନ୍ଧ ଦେଇ ଯାତାୟାତ କରିବା ନିମନ୍ତେ ୪ ୱାର୍ଡବାସୀ ନିର୍ଭର କରିଥାନ୍ତି। ତେଣୁ ନଦୀ ବନ୍ଧ ଧସିଗଲେ ଶତାଧିକ ଲୋକଙ୍କ ଯାତାୟତ ବାଧାପ୍ରାପ୍ତ ହେବ । ନଦୀବନ୍ଧ ଧସି ଯାଇଥିଲେ ମଧ୍ୟ ଜଳସମ୍ପଦ ବିଭାଗର କୌଣସି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।

ଧାମରା ମନ୍ଦିର ନିକଟବର୍ତ୍ତୀ ଅଞ୍ଚଳ ବଙ୍ଗୋପସାଗର ମୁହାଣରେ ଅବସ୍ଥିତ। ତେଣୁ ଯେକୌଣସି ମୁହୂର୍ତ୍ତରେ ଏହି ନଦୀବନ୍ଧ ସମ୍ପୂର୍ଣ ଧସିଯିବା ଆଶଙ୍କାରେ ଦିନ କାଟୁଛନ୍ତି ପରିବାର।

Advertisment

ନଦୀବନ୍ଧ ସମ୍ପୂର୍ଣ ଧସିଗଲେ ହଜାର ହଜାର ଏକର ଜମିରେ ଲୁଣା ପାଣି ମାଡିଯିବା ସହ କେତେ ଲୋକ ନିଜର ବାସସ୍ଥାନ ହରାଇବେ ତାହା ଆକଳନ କରିବା କଷ୍ଟ ହୋଇପଡିଛି। ତୁରନ୍ତ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇ ଏହି ନଦୀବନ୍ଧକୁ ସୁଦୃଢ଼ୀକରଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସରକାର ନଦୀବନ୍ଧ ଯୋଜନା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସେ ସବୁ ଅର୍ଥ କେବଳ ପାଣିରେ ପଡୁଛି, ଯାହା ଫଳରେ ସବୁ ସମୟରେ ଅଞ୍ଚଳବାସୀ ଦିନ କାଟୁଛନ୍ତି। 

Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe