Advertisment

ମେଡିକାଲ ବେଡରେ ଆଖି ବୁଜିଲା ଛୁଆ, ରାସ୍ତାରେ ବସିଲା ମା’

ପରିବାର ଲୋକେ ରକ୍ତ ଯୋଗାଡ଼ କରିବାରେ ଲାଗି ପଡ଼ିଥିବା ବେଳେ ଡାକ୍ତର କିନ୍ତୁ ଆଉ ଉପଯୁକ୍ତ ଚିକିତ୍ସା କରି ନ ଥିବା ଅଭିଯୋଗ ହୋଇଛି। ଫଳରେ କଲବଲ ହୋଇ ଶିଶୁଟି ଆଖି ବୁଜିଦେଲା।

author-image
Niharika Rout
Road Block

Road Block

ମେଡିକାଲରେ ପହଞ୍ଚି ମଧ୍ୟ ମିଳି ପାରିଲାନି ଉପଯୁକ୍ତ ଚିକିତ୍ସା । ଫଳରେ ମେଡିକାଲ ବେଡରେ କଲବଲ ହୋଇ ଆଖି ବୁଜିଲା ଛୁଆ । ଯେଉଁ ମା’୯ ମାସ ଗର୍ଭରେ ରଖି ଜନ୍ମ ଦେଇଥିଲା, ତା’ ଆଖି ଆଗରେ ଆଖି ବୁଜିଦେଲା ୯ ବର୍ଷର ଛୁଆ । ନିଜ ଛୁଆର ମଲା ମୁହଁ ଦେଖି ନିଜକୁ ସମ୍ଭାଳି ପାରୁ ନ ଥିବା ମା’ ଉପଯୁକ୍ତ କ୍ଷତିପୂରଣ ପାଇଁ ରାସ୍ତାରେ ବସିବାକୁ ବାଧ୍ୟ ହେଲା। ଏପରି ଏକ ହୃଦୟ ବିଦାରକ ଘଟଣା ଗତକାଲି ରାତିରେ ଯାଇଥିବା ରାଞ୍ଚି -ବିଜୟୱାଡ଼ା ଜାତୀୟ ରାଜପଥ ଉପରେ ଦେଖିବାକୁ ମିଳିଥିଲା। ମୃତ ଶିଶୁର ନାମ ସୁମନ୍ତ ଦିଗାଲ ।

Advertisment

ସୁମନ୍ତ ଦିଗାଲଙ୍କ ପରିବାର ବହୁତ ଗରୀବ ହୋଇଥିବା ବେଳେ ୫ ବର୍ଷ ହେବ ଫୁଲବାଣୀରେ ରହି କାମଧନ୍ଦା କରୁଛନ୍ତି। ଗତକାଲି ସକାଳେ ସୁମନ୍ତଙ୍କ ଦେହ ଖରାପ ହେବାରୁ ପରିବାର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେଇଥିଲେ। ସେଠାରେ ଡାକ୍ତର ରକ୍ତର ଅଭାବ ଥିବା କହିଥିଲେ। ଏହାପରେ ପରିବାର ଲୋକେ ରକ୍ତ ଯୋଗାଡ଼ କରିବାରେ ଲାଗି ପଡ଼ିଥିବା ବେଳେ ଡାକ୍ତର କିନ୍ତୁ ଆଉ ଉପଯୁକ୍ତ ଚିକିତ୍ସା କରି ନ ଥିବା ଅଭିଯୋଗ ହୋଇଛି। ଫଳରେ କଲବଲ ହୋଇ ଶିଶୁଟି ଆଖି ବୁଜିଦେଲା।

ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ପିଲାଟିର ଜୀବନ ଚାଲି ଯାଇଥିବା ଅଭିଯୋଗ କରି ସ୍ଥାନୀୟ ବାସିନ୍ଦା ଗତ ରାତିରେ ରାଞ୍ଚି -ବିଜୟୱାଡ଼ା ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ସେହି ରାସ୍ତାରେ ଦୀର୍ଘ ସମୟ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

Advertisment

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତରମାନେ କ୍ଲିନିକରେ ବସି ଚିକିତ୍ସା କରୁଥିବାରୁ ଚିକିତ୍ସାଳୟକୁ ସଠିକ ସମୟରେ ଆସୁନାହାନ୍ତି ଏବଂ ଚିକିତ୍ସାରେ ଅବହେଳା କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ତେଣୁ କ୍ଷତିପୂରଣ ବାବଦରେ ଶିଶୁର ପରିବାରକୁ ୧୦ ଲକ୍ଷ ଟଙ୍କା ଦେବା ସହିତ ଡାକ୍ତର ମାନେ କ୍ଲିନିକରେ ବସିବା ବନ୍ଦ କରାଯାଉ ବୋଲି ଦାବୀ କରିଥିଲେ। ଫୁଲବାଣୀ ଟାଉନ ଥାନା ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ।

ପ୍ରାୟ ୨ ଘଣ୍ଟାରୁ ଊର୍ଦ୍ଧ୍ୱ  ସମୟ ରାସ୍ତାରୋକ ପରେ ରେଡକ୍ରସ ତରଫରୁ ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା କ୍ଷତିପୂରଣ ଦିଆଯାଇଥିଲା। ଏହାପରେ ରାସ୍ତାରୋକ ହଟିଥିବା ଜଣାଯାଇଛି।

ରିପୋର୍ଟ- ଫୁଲବାଣୀରୁ ତ୍ରିନାଥ ସାହୁ

Deadbody Kandhamal Road Strike