/odisha-reporter/media/post_attachments/uploadimage/library/16_9/16_9_0/Protest_1710157168.jpg)
Protest
କନ୍ଧମାଳ ଜିଲ୍ଲା ଗୁମାଗଡ଼ ପଞ୍ଚାୟତର ସଦନମେଣ୍ଡି ଗାଁରେ ପାନୀୟ ଜଳର ସଙ୍କଟ ଦେଖା ଦେଇଥିବାରୁ ଗ୍ରାମବାସୀମାନେ ଆଜି ସକାଳେ ୧୫୭ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ି ଚଳାଚଳ ପୁରା ଠପ୍ ହୋଇଯାଇଥିଲା।
Advertisment
ଗ୍ରାମବାସୀମାନେ ଉପରେ ହାଣ୍ଡି ମାଠିଆ ଧରି ରାସ୍ତା ଅବରୋଧ କରିଥିଲେ। ଯେ ପର୍ଯ୍ୟନ୍ତ ପାନୀୟ ଜଳ ସମସ୍ୟା ଦୂର ହୋଇନି ସେ ପର୍ଯ୍ୟନ୍ତ ରାସ୍ତାରୋକରୁ ହଟିବେ ନାହିଁ ବୋଲି ଜିଦ ଧରି ବସିଥିଲେ।
ଗ୍ରାମବାସୀମାନେ ଦୀର୍ଘ ୪ ଘଣ୍ଟା ଧାରଣାରେ ବସିବାପରେ ଫୁଲବାଣୀ ବିଡ଼ିଓ ଓ RWSSର ଯନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଗ୍ରାମବାସୀଙ୍କୁ ସେମାନେ ବୁଝାଇବା ସହିତ ଆସନ୍ତା ୭ ଦିନ ଭିତରେ ପାନୀୟ ଜଳ ଯୋଗାଣ ସ୍ୱାଭାବିକ କରାଯିବ ବୋଲି ପ୍ରତିଶୃତି ଦେବା ପରେ ଲୋକେ ରାସ୍ତାରୁ ହଟିଥିଲେ। ଏହାପରେ ଜାତୀୟ ରାଜପଥରେ ଯାତାୟାତ ସ୍ୱାଭାବିକ ହୋଇଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
