Advertisment

ପାହାଡ଼ରୁ ଖସିଲା ପଥର ଖଣ୍ଡ, ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଲେ ୧୩ ଗ୍ରାମବାସୀ

ପ୍ରବଳ ବର୍ଷା ଯୋଗୁ ପାହାଡ଼ରୁ ଖସିଲା ପଥର ଖଣ୍ଡ । ରାସ୍ତାରେ ପଥର ଖଣ୍ଡ ପଡ଼ି ଯାତାୟତ ବାଧାପ୍ରାପ୍ତ ହେବାରୁ ୧୩ ଟି ଗ୍ରାମର ଶତାଧୀକ ଲୋକ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ଯାଇଛନ୍ତି।

ଅଦ୍ୟତନ ହୋଇଛି
Landslide

Landslide

Advertisment

ପ୍ରବଳ ବର୍ଷା ଯୋଗୁ ପାହାଡ଼ରୁ ଖସିଲା ପଥର ଖଣ୍ଡ । ରାସ୍ତାରେ ପଥର ଖଣ୍ଡ ପଡ଼ି ଯାତାୟତ ବାଧାପ୍ରାପ୍ତ ହେବାରୁ ୧୩ ଟି ଗ୍ରାମର ଶତାଧୀକ ଲୋକ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ଯାଇଛନ୍ତି।

Advertisment

କିଛି ଦିନ ହେବ ମାଲକାନଗିରି ଜିଲ୍ଲାରେ ଲାଗି ରହିଥିବା ବର୍ଷା ହେତୁ ପାହାଡ଼ରୁ ବଡ଼ ବଡ଼ ପଥର ଖଣ୍ଡ ଖସି ରାସ୍ତାରେ ପଡ଼ି ରହିଛି। ଏଥିଯୋଗୁ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳ ଅନ୍ତର୍ଗତ ଯନ୍ତ୍ରୀ ପଞ୍ଚାୟତର ମାରିୱାଡାଠାରୁ ଯନ୍ତ୍ରୀ ପଞ୍ଚାୟତକୁ ଯୋଗାଯୋଗ କରୁଥିବା ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଛି। ଯନ୍ତ୍ରୀ ପଞ୍ଚାୟତର ୧୩ଟି ଗ୍ରାମର ଲୋକେ ଯାତାୟାତ ପାଇଁ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି ।

ପୂର୍ବରୁ ଯନ୍ତ୍ରୀ ପଞ୍ଚାୟତକୁ ଯିବାକୁ ହେଲେ ଚିତ୍ରକୋଣ୍ଡା ଲଞ୍ଚ ଘାଟଠାରୁ ଲଞ୍ଚ ଯୋଗେ ଆଠ ଘଣ୍ଟା ଯାତ୍ରା କରିବାକୁ ପଡିଥାଏ । ନଚେତ କୋଡ଼ିଗନ୍ଧୀଠାରୁ ସନ୍ୟାସୀ ଗୁଡା ଓ ଭାଜାଗୁଡା ଦେଇ ଯନ୍ତ୍ରୀ ପଞ୍ଚାୟତକୁ ଯିବାକୁ ପଡିଥାଏ । କିନ୍ତୁ ପ୍ରତିବର୍ଷ ବର୍ଷା ଦିନେ ବାଲିମେଳା ଜଳଭଣ୍ଡାରର ଜଳସ୍ତର ବଢିବା ଯୋଗୁଁ ଏହି ରାସ୍ତା ମଧ୍ୟ ସମ୍ପୂର୍ଣ ପାଣିରେ ବୁଡ଼ିଯାଇଛି  ।

Advertisment

ଏହି ସବୁ ଅସୁବିଧା ଯୋଗୁଁ ସ୍ଥାନୀୟ ଲୋକଙ୍କ ଦୀର୍ଘ ଦିନର ଦାବି ପରେ ମାରିୱାଡାଠାରୁ ଯନ୍ତ୍ରୀ ପର୍ଯ୍ୟନ୍ତ ଏକ ନୂତନ ରାସ୍ତା ନିର୍ମାଣ କରାଯାଇଥିଲା । ମାତ୍ର ଗତ କିଛି ଦିନ ହେଲା ପାହାଡ଼ିଆ ଜିଲ୍ଲା ମାଲକାନଗିରିରେ ଲାଗିରହିଥିବା ଲଗାଣ ବର୍ଷା ଯୋଗୁଁ ପାହାଡ଼ରୁ ପଥର ଖଣ୍ଡ ଖସି ଗତକାଲିଠାରୁ ରାସ୍ତାଟି ସମ୍ପୂର୍ଣ ରୂପେ ବନ୍ଦ ହୋଇଯାଇଛି । ଏଥିଯୋଗୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ଅତ୍ୟାବଶ୍ୟକ ସ୍ଥଳେ ମେଡିକାଲ ବି ଯାଇ ପାରୁ ନାହାନ୍ତି।

ତେଣୁ ତୁରନ୍ତ ମାଲକାନଗିରି ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରି ରାସ୍ତାରୁ ପଥର ଖଣ୍ଡ ହଟାଇବାକୁ ଯନ୍ତ୍ରୀ ପଞ୍ଚାୟତ ବାସୀ ଦାବୀ କରିଛନ୍ତି।

Malkangiri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe