/odisha-reporter/media/post_attachments/uploadimage/library/16_9/16_9_0/landslide_1727144028.jpg)
landslide
ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ଏହି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଅନ୍ତର୍ଗତ ବିଜାଘାଟି ରାସ୍ତାକଡ଼ରେ ଥିବା ପାହାଡରୁ ଅତଡ଼ା ଖସି ପଡ଼ିଛି। ରାସ୍ତାରେ ବଡ଼ ବଡ଼ ପଥର ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।
Advertisment
ଲୋକମାନେ ବଜାର ଘାଟକୁ ଯିବାପାଇଁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଗତକାଲି ରାତିରୁ ପାହାଡରୁମାଟି ଅତଡ଼ା ଧସି ରାସ୍ତା ଅବରୋଧ ହୋଇଛି।ଆଜି ସକାଳେ ଜିଲ୍ଲା ପ୍ରଶାସନର କର୍ମଚାରୀ ପହଞ୍ଚି ମାଟି ଅତଡ଼ାକୁ ସଫା କରିବା ପାଇଁ ଚେଷ୍ଟା ଚଳାଇଛନ୍ତି।
ପୂର୍ବରୁ ଅନେକ ଥର ଏହି ଅଞ୍ଚଳରେ ଭୂସ୍ଖଳନ ହୋଇଥିବାର ମଧ୍ୟ ନଜିର ରହିଛି। ତେବେ ଏହି ଅଞ୍ଚଳରେ ଏପରି ବାରମ୍ବାର ଭୂସ୍ଖଳନ ଓ ପାହାଡରୁ ଅତଡ଼ା ଖସୁଥିବାରୁ ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାହାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
